ETV Bharat / bharat

୨୦ ହଜାର ବର୍ଷ ପୂର୍ବେ ପୂର୍ବ-ଏସିଆରେ ତାଣ୍ଡବ ରଚିଥିଲା କୋରୋନା ଭୂତାଣୁ: ବିଶେଷଜ୍ଞ

author img

By

Published : Jun 27, 2021, 2:18 PM IST

ସାରାଦେଶରେ ଏବେ କୋରୋନାର ଦ୍ବିତୀୟ ଲହର ଚାଲିଥିବା ବେଳେ ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ । ତଥ୍ୟାନୁସାରେ ମହାମାରୀ କୋରୋନା ବର୍ତ୍ତମାନର ନୁହେଁ, ବରଂ 20,000 ବର୍ଷ ପୂର୍ବେ ଏହି ଭୂତାଣୁ ମଣିଷ ଶରୀରରେ ଦେଖାଦେଇଥିଲା । ଅଧିକ ପଢନ୍ତୁ...

୨୦ ହଜାର ବର୍ଷ ପୂର୍ବେ ପୂର୍ବ ଏସିଆରେ ତାଣ୍ଡବ ରଚିଥିଲା କୋରୋନା ଭୂତାଣୁ: ବିଶେଷଜ୍ଞଙ୍କ ଦାବି

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଏବେ ହଇଚଇ ସୃଷ୍ଟି କରିଛି କୋରୋନା ଭୂତାଣୁ । ସାରାଦେଶରେ ଏବେ କୋରୋନାର ଦ୍ବିତୀୟ ଲହର ଚାଲିଥିବା ବେଳେ ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ । ତଥ୍ୟାନୁସାରେ ମହାମାରୀ କୋରୋନା ବର୍ତ୍ତମାନର ନୁହେଁ, ବରଂ 20,000 ବର୍ଷ ପୂର୍ବେ ଏହି ଭୂତାଣୁ ମଣିଷ ଶରୀରରେ ଦେଖାଦେଇଥିଲା । ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶିତ ଏକ ରିସର୍ଚ୍ଚ ମୁତାବିକ , 20 ହଜାରରୁ ଅଧିକ ବର୍ଷ ପୂର୍ବେ କୋରୋନା ଭୂତାଣୁ ପୂର୍ବ ଏସିଆରେ ତାଣ୍ଡବ ରଚିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ଏହାର ଅବଶିଷ୍ଟାଂଶ ଆଧୁନିକ ଚୀନ୍, ଜାପାନ ଏବଂ ଭିଏତନାମର ଲୋକଙ୍କ DNA ରେ ମିଳିଛି। ତେବେ ଏହି ତଥ୍ୟ ଅଷ୍ଟ୍ରେଲିଆର ନ୍ୟାସନାଲ୍‌ ୟୁନିଭର୍ସିଟିର ୟାସିନେ ସୌଇଲ୍ମୀ ଏବଂ ରେ ଟମ୍ବଲର ଦେଇଛନ୍ତି।

କୋରୋନା ଭାଇରସ୍ SARS-CoV-2 କାରଣରୁ ସୃଷ୍ଟି ହୋଇଥିବା କୋଭିଡ୍ -19 ବିଶ୍ବ ମହାମାରୀ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ବରେ 38 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି ଏବଂ କୋଟି କୋଟି ଡଲାର ଅର୍ଥନୈତିକ କ୍ଷତି ଘଟାଇଛି। ଆମେ ପୂର୍ବରୁ ବିଶ୍ବବ୍ୟାପୀ ମହାମାରୀର ସମ୍ମୁଖୀନ ହୋଇଛୁ। କେବଳ ବିଂଶ ଶତାବ୍ଦୀରେ, ତିନି ପ୍ରକାରର ସ୍ବାଇନ୍ ଫ୍ଲୁ ଭୂତାଣୁ, ଯଥା- 1918–20 ଭିତରେ 'ସ୍ପାନିସ୍ ଫ୍ଲୁ', 1957–58 ମଧ୍ୟରେ 'ଏସୀୟନ ଫ୍ଲୁ' ଏବଂ 1968–69 ମଧ୍ୟରେ 'ହଂକଂ ଫ୍ଲୁ' ଦେଖା ଦେଇଥିଲା । ଯାହା ବ୍ୟାପକ ଧ୍ବଂସ ଘଟାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା । ଭୂତାଣୁ ଏବଂ ଅନ୍ୟାନ୍ୟ ଜୀବାଣୁ ଦ୍ବାରା ହୋଇଥିବା ସଂକ୍ରମଣରେ ଇତିହାସ ହଜାର ହଜାର ବର୍ଷ ପୁରୁଣା ।

ବୈଜ୍ଞାନିକମାନେ କହିଛନ୍ତି ଯେ, ବିଶ୍ବର 26 ଟି ଦେଶରୁ 2500 ରୁ ଅଧିକ ଲୋକଙ୍କ ଜିନୋମରେ ଆମେ ପ୍ରାଚୀନ କୋରୋନା ଭୂତାଣୁର ଚିହ୍ନଟ କରିଥିଲୁ । ଯେଉଁଥିରେ ୪୨ ଭିନ୍ନ ଭିନ୍ନ ଜିନ୍‌ରେ ଅନୁକୂଳତାର ପ୍ରମାଣ ମିଳିଛି। ଏ ପ୍ରକାର ଇଣ୍ଟରଆକ୍ଟିଂ ପ୍ରୋଟିନ୍‌ ବା ବିଆଇପି ପୂର୍ବ ଏସିଆର ୫ଟି ସ୍ଥାନରେ ଥିବା ଲୋକଙ୍କ ଶରୀରରେ ମିଳିଛି। ଯାହାକୁ ନେଇ ଅନୁମାନ କରାଯାଉଛି, ପୂର୍ବରୁ ଆସିଥିବା ଭୂତାଣୁର ଉତ୍ପତ୍ତି ଏହି ସବୁ ସ୍ଥାନରୁ ହୋଇଛି। ତେଣୁ ପୂର୍ବ ଏସିଆ ଦେଶର ଲୋକମାନେ ପାଖାପାଖି 25 ହଜାର ବର୍ଷ ପୂର୍ବେ କୋରୋନା ଭୂତାଣୁ ସଂସ୍ପର୍ଶରେ ଆସି ସାରିଥିବା ଅନୁମାନ କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.