ETV Bharat / bharat

ଦେଶରେ କୋରୋନା ସୁସ୍ଥ ହାର 93.38 ପ୍ରତିଶତକୁ ବୃଦ୍ଧି

author img

By

Published : Jun 6, 2021, 9:34 AM IST

ଦେଶରେ ସଂକ୍ରମଣ କମୁଥିବା ବେଳେ ସୁସ୍ଥ ହାର 93.38 ପ୍ରତିଶତକୁ ବୃଦ୍ଧି ପାଉଛି । ଅଧିକ ପଢନ୍ତୁ...

ଦେଶରେ କୋରୋନା ସୁସ୍ଥ ହାର 93.38 ପ୍ରତିଶତକୁ ବୃଦ୍ଧି
ଦେଶରେ କୋରୋନା ସୁସ୍ଥ ହାର 93.38 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବର୍ତ୍ତମାନ ହ୍ରାସ ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ବର୍ତ୍ତମାନ ଦେଶରେ ସୁସ୍ଥ ହାର 93.38 ପ୍ରତିଶତକୁ ବୃଦ୍ଧି ପାଇଛି । ପଜିଟିଭ ସଂଖ୍ୟା ଅପେକ୍ଷା ବର୍ତ୍ତମାନ ସୁସ୍ଥହାର ଅଧିକ ଥିବା ସୂଚନା ମିଳିଛି ।

ଗତ 23 ଦିନ ମଧ୍ୟରେ ପ୍ରତିଦିନ ପଜିଟିଭ ସଂଖ୍ୟା ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 20 ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 97 ହଜାର ଆକ୍ରାନ୍ତ । ଏହି ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ମୋଟ ସୁସ୍ଥ ହାର 93.38 ପ୍ରତିଶତରେ ପହଞ୍ଚିଛି । ସଂକ୍ରମଣକୁ ହ୍ରାସ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ଲକଡାଉନ ସମୟରେ ମଧ୍ୟ ଟୀକାକରଣ ହେଉଛି । ଦ୍ରୁତ ଟୀକାକରଣରେ ଭାରତ ଆମେରିକାକୁ ଟପିଥିବା ଜଣାପଡିଛି । ପୂର୍ବରୁ ଦେଶରେ ସଂକ୍ରମଣ ସଂଖ୍ୟା 3 ଲକ୍ଷ ଉପରେ ରହୁଥିବା ବେଳେ ଗତ କିଛି ଦିନ ଧରି କୋରୋନା ଗ୍ରାଫ ତଳମୁହାଁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.