ETV Bharat / bharat

ଦୁଇ ଥର ମୃତ ଘୋଷଣା ପରେ ବି ଜୀବିତ କୋରୋନା ରୋଗୀ

author img

By

Published : Apr 15, 2021, 7:22 PM IST

ଜୀବିତ ଥିବା ରୋଗୀଙ୍କୁ ଦୁଇ ଦୁଇ ଥର ମୃତ ଘୋଷଣା କଲା ମଧ୍ୟପ୍ରଦେଶ ଭିଦିଶା ଅଟଳ ବିହାରୀ ବାଜପେୟୀ ସରକାରୀ ହସ୍ପିଟାଲ । ସୁଲତାନିଆର ବାସିନ୍ଦା ଗୋରେଲାଲ କୌରଙ୍କ ସହ ଘଟିଛି ଏଭଳି ଘଟଣା । ଆଗକୁ ପଢନ୍ତୁ...

ଦୁଇ ଥର ମୃତ ଘୋଷଣା ପରେ ବି ଜୀବିତ କୋରୋନା ରୋଗୀ
ଦୁଇ ଥର ମୃତ ଘୋଷଣା ପରେ ବି ଜୀବିତ କୋରୋନା ରୋଗୀ

ଭୋପାଳ: ଜୀବିତ ଥିବା ରୋଗୀଙ୍କୁ ଦୁଇ ଦୁଇ ଥର ମୃତ ଘୋଷଣା କଲା ମଧ୍ୟପ୍ରଦେଶ ଭିଦିଶା ଅଟଳ ବିହାରୀ ବାଜପେୟୀ ସରକାରୀ ହସ୍ପିଟାଲ । ସୁଲତାନିଆର ବାସିନ୍ଦା ଗୋରେଲାଲ କୌରଙ୍କ ସହ ଘଟିଛି ଏଭଳି ଘଟଣା । ଗୋରେଲାଲ କୋରୋନାରୋ ଆକ୍ରାନ୍ତ ହୋଇ ଅଟଳ ବିହାରୀ ବାଜପେୟୀ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସେହିଦିନ ବିଳମ୍ବିତ ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତର କହିଥିଲେ । ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଏ ଖବର ପାଇ ଗୋରେଲାଲଙ୍କ ପରିବାର ଲୋକେ ହସ୍ପିଟାଲରେ ପହଂଚିବା ପରେ ସେ ଜୀବିତ ଥିବା ହସ୍ପିଟାଲ ତରଫରୁ କୁହାଯାଇଥିଲା । କିନ୍ତୁ ଠିକ୍ ଗୋଟି ଦିନ ପରେ ଗୋରେଲାଲଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ତେବେ ଯେତେବେଳେ ମୃତକଙ୍କ ପୁଅ ନିଜ ପିତାଙ୍କ ମୃତଦେହ ଦେଖିବାକୁ ଜିଦ ଧରିଲା ସେତେବେଳେ ଜଣାପଡିଥିଲା ଯେ ଗୋରେଲାଲ ଜୀବିତ ଅଛନ୍ତି ।

ତେବେ ମେଡିକାଲ କଲେଜର ଡିନ୍ ସୁନିଲ ନନ୍ଦେଶ୍ବର କହିଛନ୍ତି ଯେ କରୋନା ମାମଲା ବୃଦ୍ଧି ହେତୁ ଆନେକ ଦ୍ବନ୍ଦ ଦେଖା ଦେଉଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଭୁଲବଶତଃ ନର୍ସ ମୃତ ଘୋଷଣା କରିଦେଇଥିଲେ । ପରେ ବ୍ୟକ୍ତି ଜଣଙ୍କ ଜୀବିତ ଥିବା ଜାଣି ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.