ETV Bharat / bharat

ଉତ୍ତରପ୍ରଦେଶରେ ହଟିଲା କୋରୋନା କର୍ଫ୍ୟୁ

author img

By

Published : Jun 8, 2021, 12:51 PM IST

ଉତ୍ତରପ୍ରଦେଶରେ ଲାଗୁ ହୋଇଥିବା କୋରୋନା କର୍ଫ୍ୟୁକୁ ହଟାଇ ଦେଇଛନ୍ତି ସରକାର । ଅଧିକ ପଢନ୍ତୁ..

ଉତ୍ତରପ୍ରଦେଶରେ ହଟିଲା କୋରୋନା କର୍ଫ୍ୟୁ
ଉତ୍ତରପ୍ରଦେଶରେ ହଟିଲା କୋରୋନା କର୍ଫ୍ୟୁ

ଲକ୍ଷ୍ନୌ: ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦଶରେ ଲାଗୁ ହୋଇଥିବା କୋରୋନା କର୍ଫ୍ୟୁକୁ ହଟାଇ ଦେଇଛନ୍ତି ସରକାର । ସମସ୍ତ 75 ଜିଲ୍ଲାରେ ଏହି କର୍ଫ୍ୟୁ କଟକଣାକୁ ସମାପ୍ତ କରାଯାଇଛି । କିନ୍ତୁ ବର୍ତ୍ତମାନ ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ ।

ରାଜ୍ୟ ସରକାର ଦେଇଥିବା ତଥ୍ୟରେ ପ୍ରାୟ ସବୁ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା 6 ଶହ ତଳେ ରହିଛି । ସେହିପରି ରାଜ୍ୟରେ ମୋଟ ସକ୍ରିୟ ମାମଲା 14 ହଜାର ରହିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2 ଲକ୍ଷ 85 ହଜାର ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ମାତ୍ର 0.2 ପ୍ରତିଶତ ସଂକ୍ରମିତ ହୋଇଥିବା ତଥ୍ୟରୁ ଜଣାପଡିଛି । ସେହିପରି ରାଜ୍ୟରେ ବର୍ତ୍ତମାନ ସୁସ୍ଥହାର 97.9 ପ୍ରତିଶତ ରହିଛି ।

ପ୍ରାୟ 25 କୋଟି ଲୋକ ସଂଖ୍ୟା ବିଶିଷ୍ଟ ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ହ୍ରାସ ପାଇବା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତି ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.