ETV Bharat / bharat

ମନ୍ଦିର ପରିସରରେ ମୁସଲିମ ଦମ୍ପତିଙ୍କ ବିବାହ ! କାର୍ଯ୍ୟାନୁଷ୍ଠାନ ସହ ମନ୍ଦିର ଶୁଦ୍ଧିକରଣ ଦାବି

author img

By

Published : Mar 7, 2023, 10:30 PM IST

ମନ୍ଦିର ପରିସରରେ ମୁସଲିମ୍‌ ଦମ୍ପତିଙ୍କ ବିବାହ ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ସହ ମନ୍ଦିର ଶୁଦ୍ଧିକରଣ ନକଲେ ଆନ୍ଦୋଳନ ଚେତାବନୀ ଦେଲା ହିନ୍ଦୁ ସଂଗଠନ । ଅଭିଯୋଗକୁ ମନ୍ଦିର ଟ୍ରଷ୍ଟର ଖଣ୍ଡନ । ଅଧିକ ପଢନ୍ତୁ

ମନ୍ଦିର ପରିସରରେ ମୁସଲିମ ଦମ୍ପତିଙ୍କ ବିବାହ ! କାର୍ଯ୍ୟାନୁଷ୍ଠାନ ସହ ମନ୍ଦିର ସୁଦ୍ଧିକରଣ ଦାବି କଲା ହିନ୍ଦୁ ସଂଗଠନ

ଶିମଲା: ମନ୍ଦିର ପରିସରରେ ମୁସଲିମ ଦମ୍ପତିଙ୍କ ବିବାହ କାରଯାଇଥିବା ଅଭିଯୋଗରେ ଉତ୍ତେଜନା । ଘଟଣା ସମ୍ପର୍କରେ ଜଣାପଡିବା ପରେ ହିନ୍ଦୁ ଜାଗରଣ ମଞ୍ଚ ଏହାକୁ ବିରୋଧ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ସେହିପରି ଅନ୍ୟ ଧର୍ମର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବାରୁ ମନ୍ଦିରର ପବିତ୍ରତା ନଷ୍ଟ ହୋଇଛି, ତୁରନ୍ତ ସମଗ୍ର ମନ୍ଦିର ପରିସର ଶୁଦ୍ଧିକରଣ କରିବା ପାଇଁ ମଧ୍ୟ ସଂଗଠନ ଦାବି କରିଛି । ଏପରି ଏକ ଅଭାବନୀୟ ଘଟଣା ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଛି ।

ମନ୍ଦିର ପରିସରରେ ମୁସଲିମ ଦମ୍ପତିଙ୍କ ବିବାହ
ମନ୍ଦିର ପରିସରରେ ମୁସଲିମ ଦମ୍ପତିଙ୍କ ବିବାହ

ହିମାଚଳ ପ୍ରଦେଶର ରାମପୁରରେ ଥିବା ସତ୍ୟନାରାୟଣ ମନ୍ଦିର ପରିସରରେ ଏପରି ଭିନ୍ନ ଧର୍ମର ବିବାହ ହୋଇଥିବା ସୂଚନା ମିଳିଛି । ରାମପୁରର ମନ୍ଦିର ମନ୍ଦିର ପରିସରରେ ଏକ କମ୍ୟୁନିଟି ହଲ୍ ଅଛି । ଏହି ହଲରେ ରାହୁଲ ଶେଖ ଏବଂ ନିୟାମତ ମଲିକ ନାମକ ଏକ ଇସଲାମ ଦମ୍ପତିଙ୍କର ବିବାହ ହୋଇଥିବା ଅଭିଯୋଗ ହୋଇଛି । ବିହାହ ସମୟର ଏକାଧିକ ଫଟୋ ମଧ୍ୟ ଭାଇରାଲ ହେଉଛି । ଯାହାକୁ ହିନ୍ଦୁ ଜାଗରଣ ମଞ୍ଚ ତୀବ୍ର ଆପତ୍ତି ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏପରି କରିବାକୁ ଅନୁମତି ଦେଇଥିବାରୁ ମନ୍ଦିର ପରିଚାଳନା କମିଟିକୁ କଡ଼ା ଚେତାବନୀ ଦେଇଛି ସଂଗଠନ । ମନ୍ଦିରର ଶୁଦ୍ଧିକରଣ କରିବା ସହ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି ସଂଗଠନ । ନହେଲେ ମାର୍ଚ୍ଚ 12 ତାରିଖରେ ହଜାର ହଜାର ହିନ୍ଦୁ କାର୍ଯ୍ୟକର୍ତ୍ତା ଓ କର୍ମୀ ରାମପୁର ଅଭିମୁଖେ ଯାତ୍ରା କରି ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି।

ମନ୍ଦିର ପରିସରରେ ମୁସଲିମ ଦମ୍ପତିଙ୍କ ବିବାହ
ମନ୍ଦିର ପରିସରରେ ମୁସଲିମ ଦମ୍ପତିଙ୍କ ବିବାହ

ଅଭିଯୋଗ ଅନୁସାରେ, ମାର୍ଚ୍ଚ 3 (ଶୁକ୍ରବାର) ରାହୁଲ ଶେଖ ନାମକ ଜଣେ ଯୁବକ ରାମପୁରରେ ଥିବା ସତ୍ୟନାରାୟଣ ମନ୍ଦିର କମ୍ପ୍ଲେକ୍ସର ଏକ ହଲରେ ନିୟାମତ ମଲିକ ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଯେଉଁଠାରେ ଆଇନଜୀବୀ, ବର ଏବଂ ବର ପକ୍ଷର ଲୋକମାନଙ୍କ ଉପସ୍ଥିତିରେ ଧର୍ମଗୁରୁଙ୍କ ଉପସ୍ଥିତିରେ ଏହି ବିବାହ କରାଯାଇଥିଲା । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ବିବାହ ପାଇଁ ମନ୍ଦିର ଟ୍ରଷ୍ଟରୁ ଅନୁମତି ନିଆଯାଇଥିଲା ଏବଂ କନ୍ୟା ପିତା ଏହି ହଲ୍ ବୁକ୍ କରିଥିଲେ ।

ମନ୍ଦିର ପରିସରରେ ମୁସଲିମ ଦମ୍ପତିଙ୍କ ବିବାହ
ମନ୍ଦିର ପରିସରରେ ମୁସଲିମ ଦମ୍ପତିଙ୍କ ବିବାହ

ବର ପକ୍ଷ ପାଲଟା ଅଭିଯୋଗ କରିଛି ଯେ, ସେତେବେଳେ ସେମାନେ ଏହି ବିବାହକୁ ଏକ ସାମାଜିକ ଭାଇଚାରା କହି ଉକ୍ତ ସ୍ଥାନରେ କରିବା ପାଇଁ ଅନୁମତି ଦେଇଥିଲେ । ପରେ କନ୍ୟା ପିତା ହଲ ବୁକିଂ କରିଥିଲେ । ହେଲେ ବିବାହ ସମ୍ପନ୍ନ ହେବା ପରେ ସେମାନେ ଏହାକୁ ନେଇ ଆପତ୍ତି ଉଠାଇବା ସହ ବିବାଦ ସୃଷ୍ଟି କରୁଛନ୍ତି । ଅନ୍ୟପଟେ ହିନ୍ଦୁ ଜାଗରଣ ମଞ୍ଚର ଅଭିଯୋଗକୁ ଗ୍ରହଣ କରିନାହିଁ ମନ୍ଦିର ଟ୍ରଷ୍ଟ । ମନ୍ଦିର ଟ୍ରଷ୍ଟର ଜଣେ ଅଧିକାରୀ ବିନୟ ଶର୍ମା କହିଛନ୍ତି ଯେ, ଏ ବିଷୟରେ ଅନାବଶ୍ୟକ ବିବାଦ ସୃଷ୍ଟି କରାଯାଉଛି । ଏହି ବିବାହ ମନ୍ଦିର ହତା ମଧ୍ୟରେ ହୋଇନାହିଁ, କିନ୍ତୁ ମନ୍ଦିର ନିକଟରେ ଚାଲୁଥିବା ଏକ କମ୍ୟୁନିଟି ହଲରେ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.