ETV Bharat / bharat

ବିହାର ବିଷ୍ଣୁପଦ ମନ୍ଦିରରେ ମୁସଲିମ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ହଇଚଇ

author img

By

Published : Aug 23, 2022, 11:43 AM IST

ବିହାର ଗୟାସ୍ଥିତ ବିଶ୍ବ ପ୍ରସିଦ୍ଧ ବିଷ୍ଣୁପଦ ମନ୍ଦିରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ବିହାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମହମ୍ମଦ ଇସରାଦ ମଂସୁରୀଙ୍କୁ ଦେଖିବାକୁ ମିଳିବା ପରେ ରାଜନୀରେ ଝଡ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ବିଷ୍ଣୁପଦ ମନ୍ଦିରରେ ମୁସଲିମ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ହଇଚଇ

ପାଟନା: ପୁଣି ଅଡୁଆରେ ନୀତିଶ କୁମାର । ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବାପରେ ନୀତିଶଙ୍କ ପିଛା ଛାଡୁନାହିଁ ଅଡୁଆ । କିଛି ନା କିଛି କାରଣ ପାଇଁ ସେ ବିବାଦକୁ ଆସୁଛନ୍ତି । ବିହାର ଗୟାସ୍ଥିତ ବିଶ୍ବ ପ୍ରସିଦ୍ଧ ବିଷ୍ଣୁପଦ ମନ୍ଦିରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ବିହାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମହମ୍ମଦ ଇସରାଦ ମଂସୁରୀଙ୍କୁ ଦେଖିବାକୁ ମିଳିବା ପରେ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ମନ୍ତ୍ରୀ ମହମ୍ମଦ ମସୁରୀ ମନ୍ଦିର ଗର୍ଭ ଗୃହରେ ପ୍ରବେଶ କରିବାକୁ ନେଇ ବିବାଦ ତେଜିଛି । ବିଜେପି ବିଧାୟକ ହରିଭୂଷଣ ଠାକୁର ଏହାର ବିରୋଧ କରି ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ବିବାଦ ବଢିବା ପରେ ମନ୍ଦିର ପ୍ରଶାସନ ଗର୍ଭଗୃହକୁ ଗଙ୍ଗା ଜଳ ପକାଇ ଧୋଇବା ପରେ ଭଗବାନଙ୍କୁ ଭୋଗ ଲଗାଯାଇଥିବା ଦେଖିବାକୁ ମିଳିଛି ।

ବିଷ୍ଣୁପଦ ମନ୍ଦିରରେ ମୁସଲିମ ମନ୍ତ୍ରୀଙ୍କ ପ୍ରବେଶ ନେଇ ହଇଚଇ...

ପ୍ରସିଦ୍ଧ ବିଷ୍ଣୁପଦ ମନ୍ଦିରରେ ମୁଖ୍ୟ ଦ୍ବାରରେ ଅଣହିନ୍ଦୁଙ୍କ ପ୍ରବେଶ ବାରଣ ଥିବା ଲେଖା ହୋଇଛି । ଯାହାକୁ ପାଳନ କରିବାର ପରମ୍ପରା ରହିଛି । ସୋମବାର ନୀତିଶ କୁମାରଙ୍କ ସହ ମନ୍ତ୍ରୀ ମହମ୍ମଦ ମଂସୁରୀ ମଧ୍ୟ ମନ୍ଦିର ଗର୍ଭଗୃହ ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଜେପି ସମାଲୋଚନା କରିଛି । ଏହା ସହିତ ମନ୍ଦିର ପ୍ରଶାସନ ଏହାକୁ ଏକ ଭୁଲ ବୋଲି କହିଛି । ସମିତି ଅଧକ୍ଷ ଶମ୍ବୁ ବିଠଲ କହିଛନ୍ତି କି, ''ଏହି ଆମକୁ ଏ ଖବର ନଥିବା କି ମୁଖ୍ୟମନ୍ତ୍ରୀଙ୍କ ସହ ମୁସଲିମ ମନ୍ତ୍ରୀ ମଧ୍ୟ ଥିଲେ । ମନ୍ତ୍ରୀଙ୍କୁ ଏ ନେଇ କ୍ଷମା ମାଗିବାରୁ ହେବ । ଏ ଭୁଲ ହୋଇଛି । ଆମେ ମସଜିଦ ଯାଉନାହୁଁ । ସେ କିପରି ଆମ ମନ୍ଦିରରେ କିପରି ପ୍ରବେଶ କରିପାରିବେ । ଯେଉଁଠି ବଡ ବଡ ବୋର୍ଡରେ ଲେଖା ଅଛି କି ଅଣ ହିନ୍ଦୁଙ୍କ ପ୍ରବେଶ ନିଷେଧ ।''

ବିଷ୍ଣୁପଦ ମନ୍ଦିର ପରିଚାଳନା କମିଟିର ସଭାପତି ଶମ୍ଭୁ ପ୍ରସାଦ ବିଠଲ ଆହୁରି ମଧ୍ୟ କହିଛନ୍ତି ଯେ, ''ଆମେ ମଧ୍ୟ ସୂଚନା ପାଇଥିଲୁ ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ମୁଖ୍ୟ ଶାସନ ସଚିବ ଅମୀର ସୁବହାନୀ ମଧ୍ୟ ବିଷ୍ଣୁପଦ ମନ୍ଦିରେ ପ୍ରବେଶ କରିଥିଲେ । ଏହା ସମ୍ପୂର୍ଣ୍ଣ ଭୁଲ । ଏପରି କରିବା ଏକ ସୁଚିନ୍ତିତ କାର୍ଯ୍ୟ ପରି ମନେହୁଏ । ଗୟା ଜିଲ୍ଲାର ବଡ ନେତାମାନେ ମଧ୍ୟ ଏଥିପାଇଁ ଦୋଷୀ, ଯେଉଁମାନେ ଜାଣିଥିଲେ ଯେ ଏଠାରେ ଅଣ-ହିନ୍ଦୁ ପ୍ରବେଶ ନିଷେଧ, ତଥାପି ଏହା କରିବାକୁ ଅନୁମତି ଦିଆଯାଇଛି ।'' ମନ୍ଦିର ପରିଚାଳନା କମିଟିର ସଭାପତି ଶମ୍ଭୁ ଲାଲ ବିଠଲ ଏହା ମଧ୍ୟ କହିଛନ୍ତି ଯେ, ''ଏହା ପୂର୍ବରୁ ଶାହନାୱାଜ ହୁସେନ୍ ଗୟା ଜିଲ୍ଲାର ମନ୍ତ୍ରୀ ଥିଲେ, କିନ୍ତୁ ସେ ଏପରି ଭୁଲ କେବେ କରିନାହାଁନ୍ତି । ଆମେ ବିଷ୍ଣୁ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରିଛୁ । ଗର୍ଭଗୃହକୁ ଗଙ୍ଗାଜଳ ପକାଇ ଧୋଇ ଭଗବାନଙ୍କୁ ଭୋଗ ଲଗାଇଛୁ । ମୁଖ୍ୟମନ୍ତ୍ରୀଙ୍କ ସହ ମୁସଲିମ ମନ୍ତ୍ରୀ ଆସୁଥିବା ନେଇ କୌଣସି ସୂଚନା ନଥିଲା ।''

କ'ଣ କହିଲେ ମନ୍ତ୍ରୀ...

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ମହମ୍ମଦ ଇସରାଦ ମଂସୁରୀ ଗୟାସ୍ଥିତ ବିଷ୍ଣୁପଦ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଯିବାର ସୌଭାଗ୍ୟ ମିଳିଛି । ମନ୍ଦିରରେ ଦର୍ଶନ ସମୟର ଫଟୋ ଓ ଭିଡିଓ ସୂଚନା ଲୋକସମ୍ପର୍କ ଦ୍ବାରା ଜାରି କରାଯାଇଛି ।

କଣ ପୂରା ଘଟଣା...

9 ସେପ୍ଟେମ୍ବରରୁ 25 ସେପ୍ଟମ୍ବର ଯାଏ ବିଶ୍ବ ପ୍ରସିଦ୍ଧ ପିତୃପକ୍ଷ ମେଳାର ଆୟୋଜନ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ଗୟାରେ ପହଞ୍ଚିଥିଲେ । ପିତୃପକ୍ଷ ମେଳାର ଆୟୋଜନ ପ୍ରସ୍ତୁତି ସମ୍ପର୍କରେ ବୁଝିଥିଲେ । ଏହାପରେ ବିଷ୍ଣୁପଦ ମନ୍ଦିର ଦର୍ଶନ କରିଥିଲେ । ଏହି ସମୟରେ ତାଙ୍କ ସହ ବିହାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମହମ୍ମଦ ଇସରାଦ ମଂସୁରୀ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.