ETV Bharat / bharat

ରାମ ମନ୍ଦିରରେ ବିରାଜିବେ ରାମଲଲା, ଗର୍ଭଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ

author img

By

Published : Oct 9, 2022, 9:24 PM IST

ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ପ୍ରାୟ ୪୦ ପ୍ରତିଶତ ଶେଷ ହୋଇଛି (Ram Mandir in Ayodhya)। ଗର୍ଭଗୃହ ନିର୍ମାଣ ପାଇଁ ଚିତ୍ର ଖୋଦିତ ହୋଇଥିବା ପଥର ସବୁ ୭ଟି ପୃଷ୍ଠରେ ଗୋଟିଏ ପରେ ଗୋଟିଏ ଲଗାଯାଉଛି । ଅଧିକ ପଢ଼ନ୍ତୁ

construction of Ram temple in Ayodhya 40 percent complete
ରାମ ମନ୍ଦିରରେ ବିରାଜିବେ ରାମଲଲା, ଗର୍ଭଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ

ଲକ୍ଷ୍ନୌ: ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ପ୍ରାୟ ୪୦ ପ୍ରତିଶତ ଶେଷ ହୋଇଛି (Ram Mandir in Ayodhya) । ବର୍ତ୍ତମାନ ଭଗବାନ ରାମଚନ୍ଦ୍ରଙ୍କ ପାଇଁ ଗର୍ଭଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗର୍ଭଗୃହ ନିର୍ମାଣ ପାଇଁ ଚିତ୍ର ଖୋଦିତ ହୋଇଥିବା ପଥର ସବୁ ୭ଟି ପୃଷ୍ଠରେ ଗୋଟିଏ ପରେ ଗୋଟିଏ ଲଗାଯାଉଛି । ଏହାକୁ ନେଇ ରାମ ମନ୍ଦିର ଟ୍ରଷ୍ଟ ମହା ସଚିବ ଚମ୍ପତ ରାୟ ସୂଚନା ଦେଇଛନ୍ତି ।

ପ୍ରଥମ ତଳରେ ମନ୍ଦିର ପ୍ରବେଶ ଦ୍ବାରରୁ ଆରମ୍ଭ କରି ସିଂହ ମଣ୍ଡପ ଯାଏଁ ଗର୍ଭଗୃହ ନିର୍ମାଣ ହେବ । ବର୍ତ୍ତମାନ ମନ୍ଦିରର ୧୬୬ ସ୍ତମ୍ଭ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତା ସହିତ ଗର୍ଭଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବୈଜ୍ଞାନିକ ପଦ୍ଧତିରେ ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଜାରି ରହିଛି । ୨୦୨୩ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ବର୍ତ୍ତମାନ ମନ୍ଦିରର ପ୍ରଥମ ତଳ କାର୍ଯ୍ୟ ଜାରି ରହିଛି । ମନ୍ଦିରର ଭୁତଳ ସ୍ଥର ସ୍ତର ପୂର୍ବରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ୩୮୦ ଫୁଟ୍‌ ଯାଏଁ ଲମ୍ବିଛି । ସେହିଭଳି ଏହି ତଳରେ ଉତ୍ତରରୁ ଦକ୍ଷିଣ ଚୌଡ଼ା ୨୫୦ ମିଟର ରହିଛି । ଭୁତଳ ସ୍ତରରେ ୧୬୬ଟି ସ୍ତମ୍ଭ ରହିଛି । ପ୍ରଥମ ଥଳରେ ୧୪୪ଟି ସ୍ତମ୍ଭ ରହିବ । ଦ୍ବିତୀୟ ତଳରେ ୮୨ଟି ସ୍ତମ୍ଭ ରହିବ । ୨୦୨୦ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ସେହିଦିନ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ପ୍ରାୟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୨୫୧ ମିଟର ରହିବ । ଯାହାକି ଷ୍ଟାଚ୍ୟୁ ଅଫ୍ ୟୁନିଟ ଠାରୁ ୬୯ ମିଟର ଅଧିକ ଉଚ୍ଚ । ଗୁଜୁରାଟରେ ନିର୍ମିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ପ୍ରତିମୂର୍ତ୍ତି ୧୮୨ ମିଟର ଉଚ୍ଚତା ସମ୍ପନ୍ନ ଅଟେ । ବର୍ତ୍ତମାନ ବିଶ୍ବର ସବୁଠୁ ବଡ ପ୍ରତିମୂର୍ତ୍ତିର ରେକର୍ଡ ଏହାର ନାମରେ ରହିଛି । ରାମ ସୁତାର ଏବଂ ତାଙ୍କ ପୁଅ ପ୍ରଭୁ ରାମଚନ୍ଦ୍ରଙ୍କ ମୂର୍ତ୍ତିର ଡିଜାଇନ ପ୍ରସ୍ତୁତ କରିଛନ୍ତି । ଏହି ପ୍ରତିମୂର୍ତ୍ତି ଶିଳ୍ପୀଙ୍କ ସାହିବାବାଦ ସ୍ଥିତ କାର୍ଯ୍ୟାଶାଳରେ ତିଆରି କରାଯିବ । ଏହି କାର୍ଯ୍ୟରେ ପାଖାପାଖି ୨ ହଜାର କାରିଗର ନିୟୋଜିତ ହେବେ । ତେବେ ଗୁଜୁରାଟରେ ତିଆରି Statue of Unityକୁ ୧୦୦୦ କୁଶଳୀ କାରିଗର ସାଢେ ୩ ବର୍ଷ ମଧ୍ୟରେ ପ୍ରସ୍ତୁତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.