ETV Bharat / bharat

Chhattisgarh: କ୍ଷମତାରେ ରହିଲେ କୃଷକଙ୍କ ଋଣ ଛାଡ ଘୋଷଣା କଲେ ବଘେଲ

author img

By ETV Bharat Odisha Team

Published : Oct 23, 2023, 10:58 PM IST

ରାଜ୍ୟରେ କଂଗ୍ରେସ କ୍ଷମତା ବଜାୟ ରଖିଲେ କୃଷକଙ୍କ ଋଣ ଛାଡ କରିବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବଘେଲ । ଅଧିକ ପଢନ୍ତୁ

Chhattisgarh: କ୍ଷମତାରେ ରହିଲେ କୃଷକଙ୍କ ଋଣ ଛାଡ ଘୋଷଣା କଲେ ବଘେଲ
Chhattisgarh: କ୍ଷମତାରେ ରହିଲେ କୃଷକଙ୍କ ଋଣ ଛାଡ ଘୋଷଣା କଲେ ବଘେଲ

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନରେ ଏଥର ଭୋଟ ପାଇ କ୍ଷମତା ବଜାୟ ରଖିଲେ ରାଜ୍ୟରେ କୃଷକଙ୍କ ଋଣ ଛାଡ କରିବ କଂଗ୍ରେସ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି ଘୋଷଣା କରିଛନ୍ତି । ‘ଏକ୍ସ’ରେ ଟ୍ବିଟ କରି ବଘେଲ କହିଛନ୍ତି, ଯଦି କଂଗ୍ରେସ ଏଥର ମଧ୍ୟ ଜନାଦେଶ ପାଇଁ କ୍ଷମତାକୁ ଆସେ, ତେବେ ରାଜ୍ୟରେ କୃଷକଙ୍କ ସମସ୍ତ ଋଣ ଛାଡ କରାଯିବ । ଏହା ଫଳରେ ରାଜ୍ୟର ପ୍ରାୟ 22 ଲକ୍ଷରୁ ଅଧିକ କୃଷକ ଲାଭାନ୍ବିତ ହେବେ ।

କେବଳ କୃଷକଙ୍କ ଋଣ ଛାଡ ନୁହେଁ ବରଂ ରାଜ୍ୟରେ ନୂତନ କଂଗ୍ରେସ ସରକାର ଜାତିଭିତ୍ତିକ ଜନଜଣନା ମଧ୍ୟ କରିବା ନେଇ ସେ ପୂର୍ବରୁ ଘୋଷଣା କରିଛନ୍ତି । ସେହିପରି ଚାଷୀଙ୍କଠାରୁ ଏକର ପିଚ୍ଛା ସରକାର 20 କୁଇଣ୍ଟାଲ ଧାନ ମଧ୍ୟ କ୍ରୟ କରିବେ । ରାଜ୍ୟରେ ସାଢେ 17 ଲକ୍ଷ ପରିବାରକୁ ଘର ଯୋଗାଇ ଦେବା ନେଇ ମଧ୍ୟ ଘୋଷଣା କରିସାରିଛନ୍ତି । ବଘେଲ କହିଛନ୍ତି, ସେ ପୂର୍ବରୁ ତିନିଟି ଘୋଷଣା କରିସାରିଥିଲେ । ଏବେ ଏହା ତାଙ୍କର 4ର୍ଥ ଘୋଷଣା । ‘ଜନତା କା ଭରୋସା ହୈ ବରକରାର, ଫିର ସେ କଂଗ୍ରେସ ସରକାର’ ବୋଲି ମଧ୍ୟ ବଘେଲ ତାଙ୍କ ଟ୍ବିଟରେ ଲେଖିଛନ୍ତି ।

ଚଳିତଥର ବିଧାନସଭା ନିର୍ବାଚନ ହେଉଥିବା 5 ରାଜ୍ୟରୁ 4ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଥିବା ବେଳେ କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । 90 ଆସନ ବିଶିଷ୍ଟ ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ମୋଟ 20 ଆସନରେ ନଭେମ୍ବର 7 ତାରିଖରେ ଭୋଟ ଗ୍ରହଣ ହେବ । ସେହିପରି ଅବଶିଷ୍ଟ 70 ଆସନରେ 17 ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ସୂଚୀ ନିର୍ଦ୍ଧାରିତ କରିଛି ନିର୍ବାଚନ ଆୟୋଗ । ଅନ୍ୟ ସମସ୍ତ ରାଜ୍ୟ ପରି ଡିସେମ୍ବର 5 ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ଏହା ମଧ୍ୟ ପଢନ୍ତୁ :- Tamil Nadu: ପୂର୍ବ ଡିଜିପିଙ୍କୁ ଲୋକସେବା ଆୟୋଗର ଅଧ୍ୟକ୍ଷ ନିଯୁକ୍ତିକୁ ଅନୁମୋଦନ ଦେଲେନି ରାଜ୍ୟପାଳ

ଚଳିତ ଥର ନିର୍ବାଚନ ହେବାକୁ ଯାଉଥିବା 5 ରାଜ୍ୟରୁ ଦୁଇଟି ରାଜ୍ୟରେ କଂଗ୍ରେସ ଶାସନରେ ରହିଛି । ଦଳ ଛତିଶଗଡ ଓ ରାଜସ୍ଥାନରେ ସରକାର ରହିଛି । ଅନ୍ୟ ଗୋଟିଏ ରାଜ୍ୟ ମଧ୍ୟ ପ୍ରଦେଶରେ ବିଜେପି ଶାସନରେ ରହିଥିବା ବେଳେ ଏକମାତ୍ର ଦକ୍ଷିଣ ରାଜ୍ୟ ତେଲେଙ୍ଗାନରେ ଭାରତ ରାଷ୍ଟ୍ର ସମିତିର ଶାସନ ରହିଛି । ତେବେ ଏହି ଦୁଇଟି ରାଜ୍ୟରେ କଂଗ୍ରେସ କ୍ଷମତା ବଜାୟ ରଖିବାକୁ ବେଶ ଆଶାବାଦୀ ରହିଛି । ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.