ETV Bharat / bharat

ମାର୍ଚ୍ଚ 10ରେ ବିଜେପି-ଜେଜେପି ସରକାର ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ

ମାର୍ଚ୍ଚ 10ରେ ହରିୟାଣା ସରକାରଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ । ଅଧିକ ପଢନ୍ତୁ...

author img

By

Published : Mar 6, 2021, 8:02 AM IST

ବିଜେପି-ଜେଜେପି ସରକାର
ବିଜେପି-ଜେଜେପି ସରକାର

ଚଣ୍ଡୀଗଡ: ହରିୟାଣା ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ । ମାର୍ଚ୍ଚ 10 ତାରିଖରେ ବିଜେପି-ଜେଜେପି ସରକାର ବିରୋଧରେ ଗୃହରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ସୂଚନା ମିଳିଛି ।

ବଜେଟ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ନେତା ଭୁପିନ୍ଦର ସିଂ ହୁଡା ଅନାସ୍ଥା ପ୍ରସ୍ତାବ ଗୃହରେ ଆଣିବାକୁ ଚାହୁଁଥିବାବେଳେ ବାଚସ୍ପତି 10 ତାରିଖରେ ଆଣିବାକୁ କହିଛନ୍ତି । ସେହିଦିନ ହିଁ ଏହା ଉପରେ ଆଲୋଚନା ହେବ ବୋଲି କୁହାଯାଉଛି ।

ହରିୟାଣାର ବଜେଟ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ରାଜ୍ୟପାଳ ସତ୍ୟଦେବ ନାରିନ ଆରୟାଙ୍କ ଅଭିଭାଷଣରେ ଗୃହକାର୍ଯ୍ୟ ଆରମ୍ଭ କରାଯାଇଛି । ସେପଟେ ତାଙ୍କ ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇଛି । ଏହା ଉପରେ ମାର୍ଚ୍ଚ 10 ତାରିଖରେ ଆଲୋଚନା ହେବ । ସେହିଦିନ ଜଣାପଡିବ କିଏ ଚାଷୀଙ୍କ ସମର୍ଥନରେ ଭୋଟ ଦେଉଛନ୍ତି ଓ କିଏ ବିପକ୍ଷରେ ବୋଲି କଂଗ୍ରେସ ନେତା ହୁଡା କହିଛନ୍ତି ।

ଏହି ସରକାର କୃଷକ ବିରୋଧୀ । ତେଣୁ ସରକାର ସମ୍ପୂର୍ଣ୍ଣ ରୂପେ ଲୋକଙ୍କ ଆସ୍ଥା ହରାଇଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.