ETV Bharat / bharat

ଆସନ୍ତା ୫ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ

ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ । ଅଧିକ ପଢନ୍ତୁ

author img

By

Published : Jul 31, 2022, 9:43 AM IST

ଆସନ୍ତା ୫ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ
ଆସନ୍ତା ୫ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଘେରାଉ କରିବ କଂଗ୍ରେସ(Prime Minister House Gherao) । ବ୍ୟାପକ ପ୍ରଦର୍ଶନ କରିବା ସହିତ କଂଗ୍ରେସ ସଂସଦ ଠାରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ ବୋଲି ଘୋଷଣା କରିଛି । ଏଥିରେ ଦଳର କର୍ମୀ ଓ ବହୁ ବରିଷ୍ଠ ନେତା ସାମିଲ ହେବେ ବୋଲି କୁହାଯାଉଛି ।

  • Congress to observe massive nationwide protest on 5th Aug on price rise & unemployment. In Delhi, party MPs will hold "Chalo Rashtrapati Bhavan" from Parliament to register their protest over the issues; CWC members & senior leadership to participate in "PM House gherao" that day pic.twitter.com/28CrlgUZjn

    — ANI (@ANI) July 30, 2022 " class="align-text-top noRightClick twitterSection" data=" ">

ଅଗଷ୍ଟ ୫ ତାରିଖରେ ଦିଲ୍ଲୀରେ କଂଗ୍ରେସ ସାଂସଦମାନେ ସଂସଦରୁ "ଚଲୋ ରାଷ୍ଟ୍ରପତି ଭବନ"(Chalo Rashtrapathi Bhavan) ଅଭିଯାନ ଆରମ୍ଭ କରିବେ । ସେହିପରି ରାଜ୍ୟଗୁଡ଼ିକରେ ଦଳର ବିଧାୟକ, ପୂର୍ବତନ ସାଂସଦ ଓ ବରିଷ୍ଠ କଂଗ୍ରେସ ନେତାମାନେ ରାଜଭବନ ଘେରାଉ କରିବେ ବୋଲି ସୂଚନା ରହିଛି । ଦରବୃଦ୍ଧି ପ୍ରସଙ୍ଗରେ ଗତକାଲି(ସୋମବାର) ଲୋକସଭା ଓ ମଙ୍ଗଳବାର ରାଜ୍ୟସଭାରେ ଆଲୋଚନା ହେବା ନେଇ ସୂଚନା ରହିଛି । ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଦେଶବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶଯୋଗ୍ୟ ଯେ, ଜୁଲାଇ ୧୮ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ତେବେ ଦରଦାମ୍‌ ବୃଦ୍ଧି, ଜିଏସଟି, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରେ ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ଜାରି ରହିଛି । ଭାରତର ବାର୍ଷିକ ମୁଦ୍ରାସ୍ଫୀତି ଜୁନ୍ ମାସରେ ପୂର୍ବ ବର୍ଷ 6.26 ପ୍ରତିଶତରୁ 7.01 ପ୍ରତିଶତକୁ ବୃଦ୍ଧି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.