ETV Bharat / bharat

Uttarakhand Polls: ପ୍ରଥମ ପର୍ଯ୍ୟାୟରେ ୫୩ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

author img

By

Published : Jan 23, 2022, 6:47 AM IST

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ । ଅଧିକ ପଢନ୍ତୁ

Uttarakhand Polls: ପ୍ରଥମ ପର୍ଯ୍ୟାୟରେ ୫୩ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
Uttarakhand Polls: ପ୍ରଥମ ପର୍ଯ୍ୟାୟରେ ୫୩ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ । ଶନିବାର ଦଳ ୭୦ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି(Congress releases first list of 53 candidates) । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ବିରୁଦ୍ଧରେ କଂଗ୍ରେସ ଭୁବନ ଚନ୍ଦ୍ର କପରୀଙ୍କୁ ମୈଦାନରେ ଛିଡା କରିଛି ।

ସେହିପରି ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ଗଣେଶ ଗୋଡିୟାର ଶ୍ରୀନଗର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ । ବିଜେପି ଛାଡି କଂଗ୍ରେସରେ ମିଶିଥିବା ଯଶପଲ ଆର୍ଯ୍ୟ(Yashpal Arya) ଏବଂ ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ(Sanjeev Arya) ଯଥାକ୍ରମେ ବାଜପୁର ଏବଂ ନୈନିତାଲରୁ ଲଢିବେ । ଆସନ୍ତା ଫେବୃୟାରୀ ୧୪ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ଉତ୍ତରାଖଣ୍ଡରେ ଭୋଟ ଗ୍ରହଣ ହେବ ଏବଂ ମାର୍ଚ୍ଚ ୧୦ ତାରିଖ ଦିନ ଗଣତି କରାଯିବ । ପ୍ରକାଶଥାଉ କି, ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ଗୋଟିଏ ପର୍ଯ୍ୟାୟ ମତଦାନ ହୋଇଥିଲା ଏବଂ ଭାରତୀୟ ଜନତା ପାର୍ଟି ୭୦ ଆସନରୁ ୫୭ ଆସନରେ ବାଜିମାତ୍ କରିଥିଲା । ଚଳିତ ଥର ଏଠାରେ ଶାସକ ବିଜେପି, ହରିଶ ରାୱତଙ୍କ ନେତୃତ୍ବାଧୀନ କଂଗ୍ରେସ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟରେ ତ୍ରିକୋଣୀୟ ଲଢେଇ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.