ETV Bharat / bharat

କୃଷି ଆଇନକୁ ନେଇ ବିରୋଧୀଙ୍କୁ ମୋଦିଙ୍କ ହମଲା, ଜବାବ ଦେଲା କଂଗ୍ରେସ - randip singh surjewala statement farmer issue

କୃଷି ଆଇନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିବା ପରେ କଂଗ୍ରେସ ମଧ୍ୟ ପାଲଟା ଜବାବ ଦେଇଛି । ପିଏମ୍‌ କେବଳ ଟିଭିରେ ସଫେଇ ଦେଉଛନ୍ତି, ସରକାର ଚିଠିର ଉଦାହରଣ ଦେଉଛନ୍ତି ହେଲେ କେହି ବି କୃଷକଙ୍କ ମଙ୍ଗଳ ଚାହୁଁ ନାହାନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି । ଅଧିକ ପଢନ୍ତୁ...

ମୋଦୀ ସରକାରଙ୍କ ଏହା ଢୋଙ୍ଗି ନୀତି, ମିଛ ପ୍ରଚାର; କଂଗ୍ରେସ

author img

By

Published : Dec 26, 2020, 7:03 AM IST

ନୂଆଦିଲ୍ଲୀ : କୃଷି ଆଇନ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିରୋଧିଙ୍କ ଉପରେ ବର୍ଷିଛନ୍ତି । ଏହାପରେ କଂଗ୍ରେସ ଏହାର ପ୍ରତିଜବାବ ଦେଇଛି । କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୂର୍ଯ୍ୟେୱାଲା ସୋସିଆଲ ମିଡିଆରେ ନିଜର ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, ‘ମୋଦି କେବଳ ଟିଭିରେ ସଫେଇ ଦେଉଛନ୍ତି, ସରକାର ଚିଠିର ଉଦାହରଣ ଦେଉଛନ୍ତି, ହେଲେ କେହି ବି କୃଷକଙ୍କ ମଙ୍ଗଳ ଚାହୁଁନାହାଁନ୍ତି ।’

ସେହିପରି ସରକାର ମିଛ ପ୍ରଚାର ନକରି ତିନିଟି କଳା ଆଇନକୁ ପ୍ରଥମେ ପ୍ରତ୍ୟାହାର କରିବାକୁ ସେ କହିଛନ୍ତି । ଏହାସହ କୃଷି ସମ୍ବନ୍ଧିୟ କିଛି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ ।

  • 15 କୋଟି କୃଷକଙ୍କ ମଧ୍ୟରୁ କେବଳ 9 କୋଟି କୃଷକଙ୍କୁ କୃଷକ ସମ୍ମାନ ନିଧି ଯୋଜନାରେ ଲାଭ କଣ ପାଇଁ ? ବାକି 5 କୋଟି କୃଷକ ଏଥିରୁ ବାଦ୍‌ କାହିଁକି ?
  • ମୋଦି ସରକାର କୃଷକଙ୍କ ଫସଲର ବୋନସ ବନ୍ଦ କରିଛନ୍ତି ।
  • ମୋଦି ସରକାର ସୁପ୍ରିମକୋର୍ଟରେ କହିଲେ ଚାଷୀଙ୍କୁ ଖର୍ଚ୍ଚରୁ ଅଧିକ ମୂଲ୍ୟ ଉପରେ 50 ପ୍ରତିଶତ MSP ଦିଆଯାଇପାରିବ ନାହିଁ।
  • କୃଷକଙ୍କ ଜମିର ଉଚିତ କ୍ଷତିପୂରଣ ହଟାଇବାକୁ ମୋଦି ସରକାର ଚେଷ୍ଟା କରୁଛନ୍ତି ।
  • କୃଷକଙ୍କ ଋଣ ଛାଡ ନ କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି ।
  • ଫସଲ ବୀମା ଯୋଜନା ବର୍ତ୍ତମାନ ଘରୋଇ ବୀମା କମ୍ପାନୀ ଲାଭ ଯୋଜନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.