ETV Bharat / bharat

Next Opposition meet in Bengaluru: ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କଲେ ଖଡଗେ

author img

By

Published : Jul 11, 2023, 10:16 PM IST

17 ରୁ ବେଙ୍ଗାଲୁରୁରେ ବିରୋଧୀଙ୍କ 2ଦିନିଆ ବୈଠକ । ପାଟନା ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ ବିରୋଧୀ ଦଳ ମୁଖ୍ୟଙ୍କୁ ଚିଠି ଲେଖି ନିମନ୍ତ୍ରଣ କଲେ ଖଡଗେ । ଅଧିକ ପଢନ୍ତୁ

Next Opposition meet in Bengaluru: ବିରୋଧୀ ନେତାଙ୍କୁ ନିୟନ୍ତ୍ରଣ କଲେ ଖଡଗେ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ବିରୋଧୀ ଯେଉଁ ଦ୍ବିତୀୟ ବୈଠକରେ ଏକାଠି ହେବାକୁ ଯାଉଛନ୍ତି ତାହାର ନେତୃତ୍ବ କଂଗ୍ରେସ ନେବ । ପାଟନରେ ବିରୋଧୀଙ୍କ ପ୍ରଥମ ବୈଠକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଚଳିତ 17 ଓ 18 ତାରିଖରେ ହେବାକୁ ଯାଉଥିବା ବୈଠକ ପାଇଁ ସମସ୍ତ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ । ଆଜି କଂଗ୍ରେସ ମୁଖ୍ୟ ଖଡଗେ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଚିଠି ଲେଖି ବେଙ୍ଗାଲୁରୁ ବୈଠକରେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ନିଜ ଚଠିରେ ଖଡଗେ ବିରୋଧୀଙ୍କ ପ୍ରଥମ ବୈଠକ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଜୁନ 23 ତାରିଖରେ ପାଟନାରେ ହୋଇଥିବା ଉକ୍ତ ବୈଠକ ସଫଳ ଥିଲା । ବର୍ତ୍ତମାନ ସମୟରେ ଗଣତାନ୍ତ୍ରିତ ଦଳ ପ୍ରତି ଥିବା ବିପଦ ଓ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ଉକ୍ତ ବୈଠକରେ ସଫଳ ଆଲୋଚନା ହୋଇଥିଲା । 2024 ସାଧାରଣ ନିର୍ବାଚନ ଉକ୍ତ ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ ବିରୋଧୀ ଦଳ ମିଳିତ ଭାବେ ଲଢିବେ ବୋଲି ମତ ପ୍ରକାଶ ପାଇଥିବା ଖଡଗେ ଚିଠିରେ ଉଲ୍ଲେଖ କରିଥିଲେ । ସେହିପରି ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ଆଲୋଚନାର ଧାରା ଜାରି ରହିବା ଉଚିତ । ତେଣୁ 17 ତାରିଖ ସଂଧ୍ୟାରେ ବେଙ୍ଗାଲୁରୁରେ ଆରମ୍ଭ ହେବାକୁ ଥିବା ବୈଠକରେ ସମସ୍ତ ବିରୋଧୀ ରାଜନୈତିକ ଦଳ ଯୋଗାଦନ କରନ୍ତୁ ।

ଏହି ବୈଠକ 17 ତାରିଖ ସଂଧ୍ୟାରେ ଆରମ୍ଭ ହେବାକୁ ଥିବା ବେଳେ ପରଦିନ ଅର୍ଥାତ 18 ତାରିଖ 11 ଟାରୁ ପୁଣି ସଂଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ଜୁନ 23 ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅହ୍ବାନରେ ପାଟନାରେ ହୋଇଥିବା ମିଟିଂରେ 17 ଟି ରାଜନୈତିକ ଦଳର ମୁଖ୍ୟମାନେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ । କଂଗ୍ରେସ ପକ୍ଷରୁ ପାର୍ଟି ହାଇକମାଣ୍ଡ ଖଡଗେ ଓ ଅନ୍ୟତମ ନେତା ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ । ହେଲେ ଉକ୍ତ ବୈଠକରେ କୌଣସି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନଥିଲା । ପରବର୍ତ୍ତୀ ସମୟରେ ସେମାନେ ଶିମଲାରେ ଏକାଠି ହେବେ ବୋଲି ମଧ୍ୟ ସହମତ ହୋଇଥିଲେ । ହେଲେ ପରେ ଏହି ପରବର୍ତ୍ତୀ ବୈଠକ ଶିମଲାରେ ହେବା ପରିବର୍ତ୍ତେ ବେଙ୍ଗାଲୁରୁରେ ହେବା ନେଇ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ।

ଏହା ମଧ୍ଯ ପଢନ୍ତୁ:-Opposition gathbandhan: PDA ରହିବ ବିରୋଧୀ ମେଣ୍ଟର ନାମ !

ଜୁନ 23 ରେ ପାଟନାରେ ହୋଇଥିବା ବୈଠକରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ସୁପ୍ରିମୋ ଶରଦ ପାୱାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଶିବସେନା (ଉଦ୍ଧବ ବାଲାସାହେବ ଠାକୁର) ମୁଖ୍ୟ ଉଦ୍ଧବ ଠାକରେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି, ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ସିପିଆଇ ନେତା ଡି ରାଜା, ସିପିଆଇ-ଏମ ମହାସଚିବ ସୀତାରାମ ୟେଚୁରୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.