ETV Bharat / bharat

Karnataka CM tussle: ସୋନିଆଙ୍କ ସହ ଆଲୋଚନା ପରେ କାଲି ବେଙ୍ଗାଲୁରୁରେ ଘୋଷଣା କରିବେ ଖଡଗେ - କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦ୍ବନ୍ଦ୍ବ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦ୍ବନ୍ଦ୍ବରେ ଆବଶ୍ୟକ ପଡିଲା ସୋନିଆ ଗାନ୍ଧୀଙ୍କ ମାର୍ଗଦର୍ଶନ । ଆଲୋଚନା ପରେ କାଲି ବେଙ୍ଗାଲୁରୁ ଘୋଷଣା କରିବେ ହାଇକମାଣ୍ଡ ଖଡଗେ । ଆଜି ପୃଥକ ପୃଥକ ଭେଟିଲେ ଉଭୟ ଆଶାୟୀ ନେତା । ଅଧିକ ପଢନ୍ତୁ

Karnataka CM tussle: ସୋନିଆଙ୍କ ସହ ଆଲୋଚନା ପରେ କାଲି ବେଙ୍ଗାଲୁରୁରେ ଘୋଷଣା କରିବେ ଖଡଗେ

author img

By

Published : May 16, 2023, 10:41 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଫଳାଫଳକୁ ଦୁଇଦିନ ବିତିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଦ୍ବନ୍ଦ୍ବର ସମାଧାନ କରିପାରିନି କଂଗ୍ରେସ । ଆଜି ଉଭୟ ଆଶାୟୀ ନେତା ଦିଲ୍ଲୀରେ ପାର୍ଟି ହାଇକମାଣ୍ଡଙ୍କୁ ଭେଟି ଆଲୋଚନା କରିଥିଲେ ସୁଦ୍ଧା କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନାହିଁ । ଆସନ୍ତାକାଲି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ନେଇ ସୂଚନା ମିଳିଛି । ଆଜି ଉଭୟ ନେତାଙ୍କ ସହ କଂଗ୍ରେସ ହାଇକମାଣ୍ଡ ପୃଥକ ପୃଥକ ଆଲୋଚନା କରିସାରିଥିବା ବେଳେ ଚୂଡାନ୍ତ ନିର୍ଣ୍ଣୟ ପୂର୍ବରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଠାରୁ ପରାମର୍ଶ ନେବେ ଖଡଗେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ନିଷ୍ପତ୍ତି ଏବେ ମଲ୍ଲିକାର୍ଜିନ ଖଡଗେଙ୍କ ନିକଟରେ ସୀମିତ ନାହିଁ । ଦଳ ମୁଖ୍ୟ ଖଡଗେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ଏହି ଘୋଷଣା କାର୍ଯ୍ୟକ୍ରମ ଦିଲ୍ଲୀରେ ନୁହେଁ ବେଙ୍ଗାଲୁରୁରେ ହିଁ ହେବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି । ତେଣୁ ସୋନିଆ ଓ ରାହୁଲଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ସହ ଖଡଗେ ବେଙ୍ଗାଲୁରୁରେ ପହଞ୍ଚିପାରନ୍ତି । ଦଳୀୟ କାର୍ଯ୍ୟାଳୟରେ ସମସ୍ତ ନିର୍ବାଚିତ ବିଧାୟକଙ୍କ ଉପସ୍ଥିତିରେ ଏହି ଘୋଷଣା ହୋଇପାରେ ।

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ନିଜ ପୁଅ ଯତୀନ୍ଦ୍ର, ବିଧାୟକ ଜମିର ଅହମ୍ମଦ, ଭାରତୀ ସୁରେଶ ଓ ବରିଷ୍ଠ ନେତା କେଜେ ଜର୍ଜଙ୍କ ସହ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ପହଞ୍ଚିଥିଲେ । କିଛି ସମୟର ଆଲୋଚନା ପରେ ବାହାରିଥିଲେ ସିଦ୍ଧରମୈୟା । ପରେ ଶିବକୁମାର ମଧ୍ୟ ମଲ୍ଲିକାର୍ଜନ ଖଡଗେଙ୍କ ବାସଭବନରେ ପହଞ୍ଚିଥିଲେ । ଉଭୟଙ୍କ ସହ ପୃଥକ ଆଲୋଚନା ପରେ ରାହୁଲ ଗାନ୍ଧୀ ମଧ୍ୟ ଖଡଗେଙ୍କ ବାସଭବନରେ ପହଞ୍ଚିଥିବା ସୂଚନା ମିଳିଥିଲା । ହେଲେ ତମାମ ଆଲୋଚନା ପରେ ମଧ୍ୟ ଆଜି କୌଣସି ଘୋଷଣା କରାଯାଇନାହିଁ । ଆଜି ଏହି ପ୍ରସଙ୍ଗରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିବେ ଖଡଗେ । ଆସନ୍ତାକାଲି ଚୂଡାନ୍ତ ନିଷ୍ପତ୍ତି ସମ୍ପର୍କରେ କଂଗ୍ରେସ ଘୋଷଣା କରିପାରେ ।

କଂଗ୍ରେସ ଚଳିତ ନିର୍ବାଚନରେ 135 ଆସନ ଜିତି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବାକୁ ଯାଉଛି । ଡି.କେ ଶିବକମାର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଥିବା ବେଳେ, ଦଳ ସାଙ୍ଗଠନିକ ଭାବେ ତାଙ୍କ ନେତୃତ୍ବରେ ହିଁ ନିର୍ବାଚନ ଲଢିଥିଲା । ଦଳର ଅନ୍ୟତମ ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତା ଥିବା ସିଦ୍ଧରମୈୟା ପୂର୍ବ କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ହେଲେ ଚଳିତ ନିର୍ବାଚନରେ ଦଳ ଆଗୁଆ କୌଣସି ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିନଥିବା ବେଳେ ଫଳାଫଳ ପରେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଦାବିଦାରି ଆରମ୍ଭ ହୋଇଥିଲା । ଉଭୟଙ୍କ ନିକଟରେ ସମର୍ଥିକ ବିଧାୟକଙ୍କ ସଂଖ୍ୟା ଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.