ETV Bharat / bharat

ମଧ୍ୟ ପ୍ରଦେଶ ଓ ଛତିଶଗଡରେ ନିଶ୍ଚିତ, ରାଜସ୍ଥାନରେ କଡା ମୁକାବିଲା ମଧ୍ୟରେ ବିଜୟ କହିଲେ ରାହୁଲ

author img

By ETV Bharat Odisha Team

Published : Sep 24, 2023, 4:44 PM IST

5 ରାଜ୍ୟ ବିଧାନସଭା ନର୍ବାଚନକୁ ନେଇ ରାହୁଲଙ୍କ ଦମ୍ଭ । କହିଲେ ମଧ୍ୟ ପ୍ରଦେଶ ଓ ଛତିଶଗଡରେ କଂଗ୍ରେସର ନିଶ୍ଚିତ ବିଜୟ, ରାଜସ୍ଥାନରେ କଡା ମୁକାବିଲା ମଧ୍ୟରେ ଜାରି ରହିବ କ୍ଷମତା । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶ ଓ ଛତିଶଗଡରେ ନିଶ୍ଚିତ, ରାଜସ୍ଥାନରେ କଡା ମୁକାବିଲା ମଧ୍ୟରେ ବିଜୟ କହିଲେ ରାହୁଲ
ମଧ୍ୟ ପ୍ରଦେଶ ଓ ଛତିଶଗଡରେ ନିଶ୍ଚିତ, ରାଜସ୍ଥାନରେ କଡା ମୁକାବିଲା ମଧ୍ୟରେ ବିଜୟ କହିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ଦୁଇ ରାଜ୍ୟ ସହ ଚଳିତବର୍ଷ ଶେଷ ସୁଦ୍ଧା 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ଏହି 5 ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ରହିଛି କଂଗ୍ରେସ । ଦଳର ଚର୍ଚ୍ଚିତ ନେତା ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ମଧ୍ୟ ପ୍ରଦେଶ ଏବଂ ଛତିଶଗଡରେ କଂଗ୍ରେସ ନିଶ୍ଚିତ ଭାବେ ଜିତିବାକୁ ଯାଉଛି । ତେଲେଙ୍ଗାନାରେ ମଧ୍ୟ ଦଳ ବିଜୟ ଲାଭ କରିବାର ସମ୍ଭାବନାକୁ ଏଡାଇ ହେବ ନାହିଁ । ରାଜସ୍ଥାନରେ କଡା ଟକ୍କର ଦେଖିବାକୁ ମିଳିବ, ତଥାପି ଦଳ ସେଠାରେ କ୍ଷମତା ବଜାୟ ରଖିବ ।

ଆସାମର ଏକ ଘରୋଇ ମିଡିଆ ନେଟୱାର୍କ ଦ୍ୱାରା ଆୟୋଜିତ ଏକ ଆଲୋଚନାଚକ୍ରରେ ରାହୁଲ ଗାନ୍ଧୀ ଅଂଶଗ୍ରହଣ କରି ତମାମ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । 2024 ସାଧାରଣ ନିର୍ବାଚନ ପୂର୍ବରୁ ସର୍ବାଧିକ ଚର୍ଚ୍ଚାରେ ଥିବା ‘ଏକକ ନିର୍ବାଚନ’ ମୁଦ୍ଦାରେ ରାହୁଲ କହିଛନ୍ତି, ଏହା ଭାରତୀୟ ଜନତା ପାର୍ଟି ସରକାରର ଏକ ନିର୍ବାଚନୀ ରଣନୀତି । ବିଭିନ୍ନ ପ୍ରକୃତ ପ୍ରସଙ୍ଗରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ଏହାକୁ ଚର୍ଚ୍ଚାକୁ ଅଣାଯାଉଛି । ଦେଶବାସୀ ଏବେ ଦରଦାମ ବୃଦ୍ଧି, ବେରୋଜଗାରୀ, ପଛୁଆ ବର୍ଗ, ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଉତ୍ତର ଚାହୁଁଛନ୍ତି । ଏହି ସବୁ ମୁଦ୍ଦାରୁ ସେମାନଙ୍କ ଧ୍ୟାନ ହଟାଇବା ପାଇଁ ବିଜେପି ସରକାର ଏକକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛି । ଏବେ ଦେଶରେ ଜାତିଭିତ୍ତିକ ଜନଗଣନା କରାଯିବାର ମଧ୍ୟ ଆବଶ୍ୟକ । ହେଲେ ଭାରତୀୟ ଜନତା ପାର୍ଟି ସେହି ପ୍ରସଙ୍ଗକୁ ଲୋକଙ୍କ ଧ୍ୟାନକୁ ହଟାଇବାକୁ ପ୍ରୟାସ ଜାରି ରଖିଛି । ବିଜେପି କାଷ୍ଟ ସେନସସ ଚାହୁଁନାହିଁ ବୋଲି ରାହୁଲ କହିଛନ୍ତି ।

ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦଳର ପ୍ରଦର୍ଶନ ବିଷୟରେ ଗଣମାଧ୍ୟମ ପ୍ରଶ୍ନରେ ରାହୁଲ କହିଛନ୍ତି, ‘‘ବର୍ତ୍ତମାନ ଆମେ (କଂଗ୍ରେସ) ତେଲେଙ୍ଗାନା ଜିତିବାର ସମ୍ଭାବନା ମଧ୍ୟ ରହିଛି, ମଧ୍ୟପ୍ରଦେଶ ଓ ଛତିଶଗଡ ଆମେ ନିଶ୍ଚିତ ଭାବରେ ଜିତିବାକୁ ଯାଉଛୁ । ରାଜସ୍ଥାନରେ କଡା ମୁକାବିଲା ହେବ, ତଥାପି ଆମେ କ୍ଷମତା ବଜାୟ ରଖିବାରେ ସଫଳ ହେବୁ ବୋଲି ଆଶା କରୁଛୁ ।’’

ଏହା ମଧ୍ୟ ପଢନ୍ତୁ :- Women quota Bill: କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ, କହିଲେ ସେମାନେ ମିଛୁଆ

ରାହୁଲ ଆହୁରି ମଧ୍ୟ କହିଛନ୍ତି, କର୍ଣ୍ଣାଟକ ଫଳାଫଳରୁ କଂଗ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଲାଭ କରିଛି । ଭାରତୀୟ ଜନତା ପାର୍ଟି ସେଠାରେ ରାଜ୍ୟବାସୀଙ୍କ ଧ୍ୟାନ ଆକର୍ଷଣ କରି ଭୋଟ ହାତେଇବାକୁ ପ୍ରୟାସ କରୁଥିଲା । କଂଗ୍ରେସ ପ୍ରକୃତ ମୁଦ୍ଦାକୁ ନେଇ ନିଜ ରାଜନୈତିକ ଲକ୍ଷ୍ୟ ସ୍ଥିର କଲା । ଲୋକଙ୍କ ସମସ୍ୟାକୁ ନିର୍ବାଚନୀ ମୁଦ୍ଦା କରି ସଫଳତା ପାଇଲା । ଚଳିତ ନିର୍ବାଚନରେ ମଧ୍ୟ ଦଳ ଏହି ସବୁ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ ଯାଉଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.