ETV Bharat / bharat

Lakhimpur Kheri Violence: ଅଜୟ ମିଶ୍ରାଙ୍କୁ ହଟାଇବାକୁ ମୁଲତବୀ ପ୍ରସ୍ତାବ ଆଣିଲେ ରାହୁଲ - SIT on Lakhimpur Kheri incident

ଲଖିମପୁର ଖେରୀ ମାମଲାକୁ(Lakhimpur Kheri violence) ନେଇ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ କେନ୍ଦ୍ରମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରି ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (adjournment motion in Lok Sabha by Rahul Gandhi)। ଅଧିକ ପଢନ୍ତୁ

Congress MP Rahul Gandhi
କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ହଟାଇବା ପାଇଁ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଲେ ରାହୁଲ ଗାନ୍ଧୀ
author img

By

Published : Dec 15, 2021, 1:26 PM IST

Updated : Dec 15, 2021, 2:01 PM IST

ନୂଆଦିଲ୍ଲୀ: ଲଖିମପୁର ଖେରୀ ମାମଲାକୁ (Lakhimpur Kheri violence) ନେଇ ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଗତକାଲି ଲଖିମପୁର ଖେରୀ ମାମଲାରେ ଏହାକୁ ତଦନ୍ତ କରୁଥିବା ଏସଆଇଟି ବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (Special Investigation team) କହିଛି ଯେ ଏହାକୁ ଯୋଜନାବଦ୍ଧ ଭାବରେ କାର୍ଯ୍ୟକାରୀ କରାଯାଇଛି ।

  • Congress MP Rahul Gandhi moves adjournment motion in Lok Sabha over Lakhimpur Kheri incident demanding removal of MoS Home Ajay Kumar Mishra pic.twitter.com/PZVFEbIx49

    — ANI (@ANI) December 15, 2021 " class="align-text-top noRightClick twitterSection" data=" ">

ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭାରେ ଆଜି ଲଖିମପୁର ଖେରୀ ମାମଲାକୁ ନେଇ ହଙ୍ଗାମା ସୃଷ୍ଟି କରିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ କେନ୍ଦ୍ରମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରି ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି ରାହୁଲ ଗାନ୍ଧୀ (Adjournment motion in Lok Sabha by Rahul Gandhi)। ଉତ୍ତରପ୍ରଦେଶ ଲଖିମପୁର ଖେରୀ ମାମଲାକୁ ନେଇ ଗତକାଲି ଏସଆଇଟି ଟିପ୍ପଣୀ କରିଥିଲା । ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରି କରାଯାଇଛି ବୋଲି ଏସଆଇଟି କହିଛି ।ଏହି ମାମଲାରେ ଉତ୍ତରପ୍ରଦେଶ ସରକାର ପୂର୍ବରୁ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲା ।

ସୂଚନାଥାଉକି, ଗତ ଅକ୍ଟୋବର ୩ ତାରିଖରେ ଉତ୍ତରପ୍ରଦେଶ ଲଖିମପୁର ଖେରୀରେ କୃଷକ ଆଇନକୁ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକାରୀଙ୍କ ଉପରେ ଜିପ ଚଢାଇଦିଆଯାଇଥିଲା । ଏହାପରେ ସେଠାରେ ଭୟଙ୍କର ହିଂସା ସୃଷ୍ଟି ହୋଇଥିଲା । ଯେଉଁଥିରେ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଯେଉଁଥିରେ ୪ ଜଣ ଚାଷୀ ରହିଥିବାବେଳେ ଅନ୍ୟମାନେ ବିଜେପି କର୍ମୀ ରହିଛନ୍ତି । ତେବେ ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ଘଟଣାରେ ବର୍ତ୍ତମାନ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

@ANI

Last Updated : Dec 15, 2021, 2:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.