ETV Bharat / bharat

କୃଷି ଆଇନକୁ ବିରୋଧ; ଟ୍ରାକ୍ଟର ଚଳାଇ ସଂସଦ ପହଞ୍ଚିଲେ ରାହୁଲ ଗାନ୍ଧୀ - Rahul Gandhi drives a tractor to reach Parliament

ଟ୍ରାକ୍ଟର ଚଳାଇ ଆସିବା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଏହି ଆନ୍ଦୋଳନ କୃଷକଙ୍କ ସ୍ବର । କୃଷକଙ୍କ ପାଇଁ ଲଢେଇ ଜାରି ରହିବ । ସରକାର କୃଷକଙ୍କ ଦାବି ଶୁଣୁ ନାହାଁନ୍ତି । କୃଷକଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯାଉଛି ।

Congress leader Rahul Gandhi
Congress leader Rahul Gandhi
author img

By

Published : Jul 26, 2021, 12:33 PM IST

ନୂଆଦିଲ୍ଲୀ: ଆଜି ସଂସଦ ମୌସୁମୀ ଅଧିବେଶନର ପଞ୍ଚମ ଦିନ । ସରକାର-ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଆଶା ଜନକ କାର୍ଯ୍ୟ ହୋଇନାହିଁ ଗତ ୪ ଦିନ ମଧ୍ୟରେ । ଆଜି ମଧ୍ୟ ବିରୋଧୀ ସରକାରଙ୍କୁ ବ୍ୟାକଫୁଟକୁ ଠେଲିବାକୁ କରିଛନ୍ତି ରଣନୀତି ।

ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ସଂସଦକୁ ଟ୍ରାକ୍ଟର ଚଲାଇ ଆସିଛନ୍ତି । ଦଳ ଗୋଟିଏ ପଟେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ରାହୁଲଙ୍କ ଏଭଳି ଆଭିମୁଖ୍ୟ ଏବେ ସରକାରଙ୍କ ଆଡୁଆ ବଢାଇବାରେ ଲାଗିଛି । ରାହୁଲ ଗାନ୍ଧୀ ଖୋଦ ଟ୍ରାକ୍ଟର ଚଳାଉଥିବା ବେଳେ, ଟ୍ରାକ୍ଟର ରଣଦୀପ ସୂର୍ଯ୍ୟେୱାଲା, ଦୀପେନ୍ଦ୍ର ହୁଡ୍ଡା ପ୍ରମୁଖ ବସିଥିଲେ । ଆଉ ସରକାରଙ୍କ ଉପରେ ଚାପ ପ୍ରୟୋଗ ପାଇଁ ଟ୍ରାକ୍ଟରରେ ଆଇନ ବିରୋଧରେ ବିଭିନ୍ନ ସ୍ଲୋଗାନ ଲେଖାଥିବା ପୋଷ୍ଟର ଲାଗିଥିଲା ।

ଟ୍ରାକ୍ଟର ଚଳାଇ ଆସିବା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଏହି ଆନ୍ଦୋଳନ କୃଷକଙ୍କ ସ୍ବର । କୃଷକଙ୍କ ପାଇଁ ଲଢେଇ ଜାରି ରହିବ । ସରକାର କୃଷକଙ୍କ ଦାବି ଶୁଣୁ ନାହାଁନ୍ତି । କୃଷକଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯାଉଛି ।

ସୂଚନାଯୋଗ୍ୟଯେ ୩ ଟି କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଯନ୍ତର ମନ୍ତରରେ ଏବେ ଦୈନିକ ୨ ଶହ କୃଷକ ଧାରଣା ଦେଉଛନ୍ତି । ଏହା ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ଚାଲିବ । ସେମାନଙ୍କୁ ସମର୍ଥନ କରି ଆଜି ରାହୁଲ ଗାନ୍ଧୀ ଟ୍ରାକ୍ଟର ଚଳାଇ ଦଳୀୟ ନେତାଙ୍କୁ ଧରି ସଂସଦ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.