ଭୋପାଳ: ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଆହୁରି ୨ବର୍ଷ ବାକି ଅଛି । କିନ୍ତୁ ବିଜେପି ଓ କଂଗ୍ରେସ ଉଭୟ ଦଳର ସାଂସଦଙ୍କ ମଧ୍ୟରେ ଏବେଠାରୁ ଛକାପଞ୍ଝା ଦେଖିବାକୁ ମିଳିଛି । କିଛି ନେତା ବିରୋଧି ମାନଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି । ତେବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଲଖନ ସିଂ ଯାଦବଙ୍କ ଏଭଳି ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କି ସେ ପୋଲିସ କର୍ମଚାରୀଙ୍କୁ ଧମକ ଦେଉଥିବାର ଦେଖିବାକୁ ମିଳିଛି ।
କଂଗ୍ରେସ ବିଧାୟକ ଲଖନ ସିଂ ଯାଦବଙ୍କ ଏକ ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମଞ୍ଚରୁ ପୋଲିସକୁ ଖୋଲା ଚେତାବନୀ ଦେଉଛନ୍ତି । ଭିଡିଓରେ ଲଖନ କହୁଛନ୍ତି ଯେ ସୁଧୁରି ଯାଆନ୍ତୁ ନଚେତ୍ ସରକାର ଆସିବା ପରେ ଏନେଇ ମୁଁ ଉଚିତ ଯବାବ ଦେବି ।
ସେ ମଧ୍ୟ କହିଛନ୍ତି କି ଏବେ ଆମ ଶ୍ରମିକ ମାନଙ୍କୁ ଯେଉଁମାନେ ଧମକ ଦେଉଛନ୍ତି କିଛି ବର୍ଷ ପୂର୍ବେ ସେହି ପୋଲିସ କର୍ମଚାରୀ ମାନେ ଆମ ଶ୍ରମିକଙ୍କ ପଛରେ ବୁଲୁଥିଲେ ।
ସେପଟେ କଂଗ୍ରେସ ବିଧାୟକ ଲଖନ ବିଜେପି ରାଜ୍ୟ ମୁଖପାତ୍ର ଆଶିଷ ଅଗ୍ରୱାଲଙ୍କୁ ଟାର୍ଗେଟ କରି କହିଛନ୍ତି କି ଲଖନ ସିଂ ଯାଦବ ହେଉଛନ୍ତି ଜଳିଯାଇଥିବା ଦଉଡି ସଦୃଶ । ଯାହା ଜଳିଯାଏ କିନ୍ତୁ ଶକ୍ତି ଯାଏ ନାହିଁ । ଏହାର ଜବାବରେ ଆଶିଷ ଅଗ୍ରୱାଲ କହିଛନ୍ତି ଯେ କଂଗ୍ରେସର କମଲ ନାଥ ସରକାର ଏକ ଦୁର୍ନୀତିଗ୍ରସ୍ତ ସରକାର, ଯାହାକୁ ଜନସାଧାରଣ ଏହାର ବାଟ ଦେଖାଇଛନ୍ତି । ଏହି କାରଣରୁ ବର୍ତ୍ତମାନ କଂଗ୍ରେସ କର୍ମୀମାନେ କ୍ରୋଧିତ ହୋଇ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଧମକ ଦେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ