ETV Bharat / bharat

Karnataka Results: ଶିବକୁମାର ନା ସିଦ୍ଧରମୈୟା ? କାଲି ସକାଳେ କଂଗ୍ରେସ ବିଧାୟକ ଦଳ ବୈଠକ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ଆସନ୍ତାକାଲି ସକାଳେ ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ଦଳ ବୈଠକ । ଶିବକୁମାର ଓ ସିଦ୍ଧରମୈୟାଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ମୁଖ୍ୟମନ୍ତ୍ରୀ ଲବି । 60 ଆସନ ଜିତି 71 ଆସନରେ ଆଗରେ ଚାଲିଛି ଦଳ । ଅଧିକ ପଢନ୍ତୁ

Karnataka Results: ଶିବକୁମାର ନା ସିଦ୍ଧରମୈୟା ? କାଲି ସକାଳେ କଂଗ୍ରେସ ବିଧାୟକ ଦଳ ବୈଠକ

author img

By

Published : May 13, 2023, 1:26 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପିକୁ କ୍ଷମତାଚ୍ୟୁତ କରି କ୍ଷମତା ହାତେଇବାକୁ ଯାଉଛି କଂଗ୍ରେସ । ଆନୁଷ୍ଠାନିକ ଘୋଷଣା ବାକିଥିଲେ ସୁଦ୍ଧା ଫଳାଫଳ ଟ୍ରେଣ୍ଡ ଅନୁସାରେ କଂଗ୍ରେସ ସଂଖ୍ୟା ବହୁମତ ପାର କରିସାରିଲାଣି । ଦିଲ୍ଲୀରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ଦଳୀୟ କାର୍ଯ୍ୟାଳୟରେ ଉତ୍ସବ ପାଳନ ଜାରି ରହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ନେଇ ଦଳରେ ଆଭ୍ୟନ୍ତରୀଣ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । କାରଣ ପ୍ରଦେଶ କଂଗ୍ରେସର ଦୁଇ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଆସନ ପାଇଁ ଦାବିଦାର ରହିଛନ୍ତି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମଧ୍ୟରେ ଏହି ଦାବିଦାର ରହିଛି । ଏହାରି ମଧ୍ୟରେ ଆସନ୍ତାକାଲି (ରବିବାର) ପୂର୍ବାହ୍ନରେ ଦଳ ନବନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଛି । ସମସ୍ତ ବିଧାୟକଙ୍କୁ ରାଜଧାନୀ ବେଙ୍ଗାଲୁରୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ କେନ୍ଦ୍ରୀୟ ନେତା ମଧ୍ୟ ବେଙ୍ଗାଲୁରୁରେ ପହଞ୍ଚିବା ଆରମ୍ଭ କଲେଣି ।

ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ କୌଣସି ପୂର୍ବ ଘୋଷଣା କରାଯାଇନଥିଲା । ଦଳ ମୁଖ୍ୟମନ୍ତ୍ରୀ ଚେହେରା ବିନା କେବଳ ରାଜ୍ୟର ମୁଦ୍ଦାକୁ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା ଦଳ । ସ୍ଥାନୀୟ ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରି ବିଜେପିକୁ ଘେରିଥିଲା କଂଗ୍ରେସ । ଦରଦାମ ବୃଦ୍ଧି, ବୋମ୍ମାଇ ସରକାରରେ 40 ପ୍ରତିଶତ ପିସି କରବାର ଓ ବେକାରୀକୁ ନେଇ ବିଜେପିକୁ ଘେରିଥିବା କଂଗ୍ରେସ ମିଶନରେ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ସମେତ ତମାମ ବିଜେପି ନେତାଙ୍କ ତୋଫାନୀ ପ୍ରଚାର ଓ ରୋଡ ଶୋ’ ରାଜ୍ୟରେ ଦଳର କ୍ଷମତାକୁ ବଜାୟ ରଖିବାରେ ସଫଳ ହୋଇନାହିଁ । ଏକଜିଟ ପୋଲକୁ ଭୁଲ ପ୍ରମାଣିତ କରି ସରକାର ଗଠନ କରିବେ ବୋଲି ଉଭୟ ବିଜେପି ଓ କଂଗ୍ରେସ ଦାବି କରିଥିବା ବେଳେ, କଂଗ୍ରେସର ଦାବି ବାସ୍ତବରେ ପରିଣତ ହୋଇଛି ।

ବର୍ତ୍ତମାନ ଯାଏ ଗଣତି ସୂଚନା ଅନୁସାରେ କଂଗ୍ରେସ 60 ଆସନରେ ଜିତି ସାରିଥିବା ବେଳେ 71 ଆସନରେ ଆଗରେ ରହିଛି । ସେହିପରି ଭାରତୀୟ ଜନତା ପାର୍ଟି ମାତ୍ର 26 ଆସନରେ ଜିତିଥିବା ବେଳେ 39 ଆସନରେ ଆଗରେ ରହିଛି । ସାମଗ୍ରିକ ଭାବେ ଦେଖିଲେ କଂଗ୍ରେସ ସରକାର ଗଠନ ପାଇଁ ଥିବା ସଂଖ୍ୟା ବହୁମତ ଅତିକ୍ରମ କରିସାରିଛି । ମୋଟ 124 ଆସନ ବିଶିଷ୍ଟ କର୍ଣ୍ଣାଟକରେ ସରକାର ଗଠନ ପାଇଁ 113 ଆସନ ଆବଶ୍ୟକ ରହିଛି । କଂଗ୍ରେସ ପ୍ରାୟ 115 ଆସନ ସରକାର ଗଠନ କରିବା ନେଇ ଅନୁମାନ କରାଯାଉଛି । ବିଜେପି ପରାଜୟର କାରଣ ଖୋଜିବା ସହ କଂଗ୍ରେସ ସରକାର ଗଠନର ପ୍ରକ୍ରିୟା ଆରମ୍ଭ କରିସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.