ETV Bharat / bharat

ନୂଆ ଦଳ ଗଢ଼ିବେ ଗୁଲାମ ନବୀ, ଘେରିଲେ କଂଗ୍ରେସ ନେତା

ନୂଆ ଦଳ ଗଢ଼ିବେ ଗୁଲାମ ନବୀ । ଗୁଲାମ ନବୀ ଆଜାଦ କଂଗ୍ରେସର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଦଳ ଛାଡ଼ିବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା । ଅଧିକ ପଢ଼ନ୍ତୁ

author img

By

Published : Aug 26, 2022, 5:37 PM IST

ନୂଆ ଦଳ ଗଢ଼ିବେ ଗୁଲାମ ନବୀ, ଘେରିଲେ କଂଗ୍ରେସ ନେତା
ନୂଆ ଦଳ ଗଢ଼ିବେ ଗୁଲାମ ନବୀ, ଘେରିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସର ତୁଙ୍ଗ ନେତା ଗୁଲାମ ନବୀ ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଆଜାଦ ଦଳ ଛାଡ଼ିବା ପରେ କଂଗ୍ରେସକୁ ନେଇ ଅନେକ କଟାକ୍ଷ କରିଛନ୍ତି(Ghulam Nabi Azad harsh words for congress) । ବିଶେଷ କରି ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି । ସେପଟେ ଏହିଭଳି ଭାବରେ ଆଜାଦ ଦଳ ଛାଡ଼ିବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତାଏ(Congress leaders targets Ghulam Nabi Azad) ।

ଅସନ୍ତୁଷ୍ଟ ଥିଲେ ଆଜାଦ

କଂଗ୍ରେସ ଦଳକୁ ନେଇ ଅସନ୍ତୁଷ୍ଟ ଥିଲେ ଗୁଲାମ ନବୀ । ନିଜ ୫ ଫର୍ଦ୍ଦର ଇସ୍ତଫା ପତ୍ରରେ ସେ ସମସ୍ତ ବ୍ୟଥା ବଖାଣିଛନ୍ତି । ରାହୁଲ ଗାନ୍ଧୀଙ୍କ ପାଇଁ ଅପରିପକ୍ବ ଭଳି ଶବ୍ଦ ପ୍ରୟୋଗ କରିବାକୁ ସେ ପଛାଇ ନାହାନ୍ତି । ୨୦୧୪ ନିର୍ବାଚନରେ ପରାଜୟ ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି ଗୁଲାମ ନବୀ ଆଜାଦ । ଦଳୀୟ ନିଷ୍ପତ୍ତି ରାହୁଲଙ୍କ ସୁରକ୍ଷାକର୍ମୀ ନିଅନ୍ତି ବୋଲି ସେ କଟାକ୍ଷ କରିଛନ୍ତି । କଂଗ୍ରେସର ଦଳୀୟ ବ୍ୟାପାର ଏକ ପ୍ରହସନ ପାଲଟିଛି ।

ଏହା ବି ପଢ଼ନ୍ତୁ ଗୁଲାମ ନବୀଙ୍କ ପରେ କଂଗ୍ରେସରୁ ରଜିନ୍ଦର ସିଂହ ଚିବ୍‌ଙ୍କ ଇସ୍ତଫା

ଏହାକୁ ନେଇ ଗୁଲାମ ନବୀ ଆଜାଦ କହିଛନ୍ତି, "କଂଗ୍ରେସର ଦଳୀୟ ବ୍ୟାପାର ଏକ ପ୍ରହସନ ପାଲଟିଛି । ଦେଶର କୌଣସି ସ୍ଥାନରେ ଦଳର ସାଂଗଠନିକ ନିର୍ବାଚନ ହୋଇନାହିଁ । ଆକବର ରୋଡ ୨୪ରେ ବସିଥିବା ଲୋକେ ନେତା ତାଲିକା ପ୍ରସ୍ତୁତ କରି ଦସ୍ତଖତ କରିବାକୁ ବାଧ୍ୟ କରାଇ ଥାଆନ୍ତି । କଂଗ୍ରେସ ଦଳ ଏବେ ରିମୋଟ କଣ୍ଟ୍ରୋଲ ମଡେଲ୍‌ରେ ଚାଲିଛି । ୨୦୧୯ ପରେ ଦଳର ଅବସ୍ଥା ଖରାପରୁ ଅତି ଖରାପ ସ୍ଥିତିରେ ପହଞ୍ଚିଛି ।"

୨୦୧୯ ନିର୍ବାଚନ ଶେଷ ହେବାପରେ ହଠାତ୍‌ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେଇଥିଲେ । ଏହାକୁ ନେଇ କୌଣସି ବରିଷ୍ଠ କଂଗ୍ରେସ ନେତାଙ୍କ ପରାମର୍ଶ ନେବାକୁ ଜରୁରୀ ଭାବିଲେ ନାହିଁ । ଏହା ଦଳର ସେହି ନେତାଙ୍କ ପ୍ରତି ଅସମ୍ମାନ ଯେଉଁମାନେ ଜୀବନବ୍ୟାପି ତପସ୍ୟାରେ ଦଳର ଅଖଣ୍ଡତାକୁ ବଜାୟ ରଖିଥିଲେ । ବର୍ତ୍ତମାନ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ଭାବରେ ୩ ବର୍ଷ ହେଲା ଦାୟିତ୍ବରେ ଅଛନ୍ତି । କିନ୍ତୁ ଏହାଦ୍ବାରା ୟୁପିଏର ଆନୁଷ୍ଠାନିକ ଅଖଣ୍ଡତା ଭଙ୍ଗ ହୋଇଛି । ଏହା ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ ।

ନୂଆ ଦଳ ଗଢ଼ିବେ ଗୁଲାମ ନବୀ

ଗୁଲାମ ନବୀ ଆଜାଦ ଦଳ ଛାଡ଼ିବା ପରେ ଜମ୍ମୁ କାଶ୍ମୀରରେ ଏକ ନୂଆ ଦଳ ଗଢ଼ି ରାଜନୀତିରେ ସକ୍ରିୟ ରହିବେ । ଏହାକୁ ନେଇ ସେ ଖୋଦ ପ୍ରତିକ୍ରିୟା ଦେଇଛନ୍ତି । ତେବେ କେବେ ଏହି ନୂଆ ଦଳ ନାମ ଘୋଷଣା ହେବ ତାହାକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

  • जिस व्यक्ति को कांग्रेस नेतृत्व ने सबसे ज़्यादा सम्मान दिया, उसी व्यक्ति ने कांग्रेस नेतृत्व पर व्यक्तिगत आक्रमण करके अपने असली चरित्र को दर्शाया है।

    पहले संसद में मोदी के आंसू, फिर पद्म विभूषण, फिर मकान का एक्सटेंशन…

    यह संयोग नहीं सहयोग है !

    — Jairam Ramesh (@Jairam_Ramesh) August 26, 2022 " class="align-text-top noRightClick twitterSection" data=" ">

ନବୀଙ୍କୁ କଂଗ୍ରେସ ନେତାଙ୍କ ଟାର୍ଗେଟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, "କଂଗ୍ରେସ ନେତୃତ୍ବରେ ଯେଉଁ ବ୍ୟକ୍ତିଙ୍କୁ ସବୁଠାରୁ ଅଧିକ ସମ୍ମାନ ମିଳିଥିଲା, ସେହି ବ୍ୟକ୍ତି କଂଗ୍ରେସ ନେତୃତ୍ବ ପ୍ରତି ବ୍ୟକ୍ତିଗତ ଆକ୍ରମଣ କରି ନିଜ ଅସଲ ଚେହେରା ଦେଖାଇଛି । ପ୍ରଥମେ ସଂସଦରେ ମୋଦିଙ୍କୁ ସମର୍ଥନ, ପରେ ପଦ୍ମବିଭୁଷଣ ଓ ପରେ ଘର ବଢ଼ାଇବା, ଏକ ସଂଯୋଗ ନୁହେଁ ସହଯୋଗ । ଗୁଲାମ ନବୀ ଆଜାଦ ଯେଉଁସବୁ ରାଜ୍ୟର ନେତୃତ୍ବ ନେଇଥିଲେ ତାହା ବିଷୟରେ କିଛି କହିନାହାନ୍ତି । ଆମେ ଆପଣଙ୍କୁ ଏବେବି ବରିଷ୍ଠ ନେତା ଭାବେ ସମ୍ମାନ ଦେଉଛି । ଆପଣ ଯାଇପାରନ୍ତି ।"

  • अवसर देने में कांग्रेस ने कमी नहीं रखी, 42 साल तक जिनको हमेशा पदों पर रखा हो, केंद्रीय मंत्री, एआईसीसी के महामंत्री, चीफ मिनिस्टर जम्मू-कश्मीर के, सबकुछ मिला हो, उनसे कोई देश में उम्मीद ही नहीं करता था कि आजाद साहब इस प्रकार का पत्र लिख देंगे। pic.twitter.com/lNM73l2wvS

    — Ashok Gehlot (@ashokgehlot51) August 26, 2022 " class="align-text-top noRightClick twitterSection" data=" ">

ସେହିଭଳି ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି, "୪୨ ବର୍ଷ ଧରି ଯେଉଁମାନଙ୍କୁ ପଦପଦବୀରେ ରଖାଗଲା ସେମାନେ ଆଜି ଦଳ ବିରୋଧରେ ବିଷ ଓଗାଳୁଛନ୍ତି । କେନ୍ଦ୍ର ମନ୍ତ୍ରୀ, AICCର ମହାମନ୍ତ୍ରୀ, ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ସବୁ ପଦ ମିଳିଛି ତାଙ୍କୁ । ଦେଶରେ କେହି ଭାବିନଥିଲେ କଂଗ୍ରେସ ପାଇଁ ସେ ଏଭଳି ଏକ ଚିଠି ଲେଖିବେ । କଂଗ୍ରେସ ଆଜାଦଙ୍କୁ ପରିଚୟ ଦେଇଛି । ଏଥିପାଇଁ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ଭୂମିକା ରହିଛି । ତାଙ୍କ ଭାବନା ଉଚିତ ନୁହେଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.