ETV Bharat / bharat

ସଂସଦକୁ ଫେରିଲେ ରାହୁଲ, ପରସ୍ପରକୁ ମିଠା ଖୁଆଇ କଂଗ୍ରେସର ସେଲିବ୍ରେସନ

କଂଗ୍ରେସ ମହଲରେ ଖୁସିର ଲହରୀ । ରାହୁଲ ସାଂସଦ ପଦ ଫେରିପାଇବା ପରେ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ

Rahul Gandhis Lok Sabha membership restoration

author img

By

Published : Aug 7, 2023, 12:21 PM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇବା ପରେ କଂଗ୍ରେସ ମହଲରେ ଖୁସିର ଲହରୀ । ମିଠା ଖୁଆଇ ନାଚ ଗୀତରେ ଝୁମିଲେ କଂଗ୍ରେସ କର୍ମୀ । ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ଅଧିର ରଞ୍ଜନ ଚୌଧୁରୀ ଏବଂ ଦଳର କର୍ମୀ ମାନେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି । ସୋନିଆ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ କର୍ମୀ ମାନେ ଡ୍ୟାନ୍ସ କରି ଖୁସି ମନାଉଥିବା ଦେଖିବାକୁ ମିଳିଛି ।

ଲୋକସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତିକୁ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦ ଫେରାଇଦେବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ଏହି ନିଷ୍ପତ୍ତି ଭାରତବାସୀଙ୍କୁ ତଥା ୱାଇନାଡବାସୀଙ୍କୁ ଆଶ୍ବସ୍ତି ଦେଇଛି । ବର୍ତ୍ତମାନ ଯେତିକି ସମୟ ବାକି ରହିଛି ସେହି ସମୟରେ ବିଜେପି ଓ ମୋଦି ସରକାର ଏହାର ଉପଯୁକ୍ତ ବ୍ୟବହାର କରିବା ଉଚିତ୍‌ । ବିପକ୍ଷ ଦଳର ନେତାଙ୍କୁ ଟାର୍ଗେଟ କରି ଗଣତନ୍ତ୍ରକୁ ଅପମାନିତ କରିବା ପରିବର୍ତ୍ତେ ପ୍ରକୃତ ଶାସନ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ-Rahul Gandhi Back as MP: ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ

ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି, ‘‘ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇବା ନିଷ୍ପତ୍ତି ବାଚସ୍ପତି ନେଇଛନ୍ତି । ଆଇନଗତ ପ୍ରକ୍ରିୟାକୁ ଆମେ ଅନୁସରଣ କରିଛୁ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତୁରନ୍ତ ସାଂସଦ ପଦ ରାହୁଲଙ୍କୁ ଫେରାଇ ଦିଆଯାଇଛି ।’’

ଗତ 4 ବର୍ଷ ତଳେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ମୋଦି ସାଙ୍ଗିଆ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ଏହାକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ଏକ ମାମଲା ଦାୟର କରିବା ପରେ କଂଗ୍ରେସ ନେତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ଏହାପରେ ସୁରଟ ଜିଲ୍ଲା କୋର୍ଟ ଏହି ମାମଲାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଥିଲେ ।

ରାହୁଲଙ୍କୁ ଜାମିନ ମିଳିଥିଲେ ସୁଦ୍ଧା ଦଣ୍ଡାଦେଶ ଯୋଗୁଁ ତାଙ୍କର ସାଂସଦ ପଦ ରଦ୍ଦ ହୋଇଥିଲା । ତଳ କୋର୍ଟ ରାୟ ବିରୋଧରେ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ମାତ୍ର ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ତଳ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ । ପରେ ଉଚ୍ଚ ଅଦାଲତଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କଂଗ୍ରେସ ନେତା । ଏହାପରେ ଅଗଷ୍ଟ 4 ତାରିଖରେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡ ଉପରେ ରୋକ୍ ଲଗାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.