ETV Bharat / bharat

Sonia Gandhi hospitalised: ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ, ସ୍ବାସ୍ଥ୍ୟବସ୍ଥା ସ୍ଥିର

author img

By ETV Bharat Odisha Team

Published : Sep 3, 2023, 11:52 AM IST

Updated : Sep 3, 2023, 11:58 AM IST

ଅସୁସ୍ଥ ଅଛନ୍ତି ସୋନିଆ ଗାନ୍ଧୀ । ଜ୍ବରର ସାମାନ୍ୟ ଲକ୍ଷଣ ଦେଖା ଦେବାରୁ ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସୋନିଆ । ଅଧିକ ପଢନ୍ତୁ

Congress leader Sonia Gandhi admitted to hospital

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଜ୍ବରର ସାମାନ୍ୟ ଲକ୍ଷଣ ଦେଖା ଦେବାରୁ ଆଜି ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ବର୍ତ୍ତମାନ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ରହିଛନ୍ତି ସୋନିଆ ଗାନ୍ଧୀ ।

ଏହା ମଧ୍ୟ ପଢନ୍ତୁ-ଲୋକସଭାରୁ ଅଧୀର ରଞ୍ଜନ ନିଲମ୍ବିତ: କଂଗ୍ରେସ ସାଂସଦଙ୍କ ବୈଠକ ଡକାଇଲେ ସୋନିଆ

ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ 3 ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୋନିଆ ଗାନ୍ଧୀ । ଜ୍ବର,କାଶ ଓ କଫ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେ ଘରକୁ ଫେରିଥିଲେ । ମାତ୍ର ପୁଣି ଜ୍ବରର ଲକ୍ଷଣ ଦେଖା ଦେବାରୁ ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-'You Find a Girl For Rahul'; ମହିଳା ଚାଷୀଙ୍କୁ ବୋହୂ ଖୋଜିବାକୁ କାହିଁକି କହିଲେ ସୋନିଆ ?

ଗତବର୍ଷ ଜୁନରେ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାପରେ ଜୁନ୍ 12ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ଏହି କାରଣ ପାଇଁ ନ୍ୟାସନାଲ ହେରାଲ୍ଡ ମାମଲାରେ ସମନ ପାଇଥିଲେ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇପାରି ନଥିଲେ । ସୁସ୍ଥ ହେବା ପରେ ଗତବର୍ଷ ଡିସେମ୍ବର 28ରେ କଂଗ୍ରେସ ପ୍ରତିଷ୍ଠା ଦିବସରେ ସର୍ବସାଧାରଣରେ ନଜର ଆସିଥିଲେ । ଜୁଲାଇ 20 ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ସମୟରେ ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ମଧ୍ୟ ପଢନ୍ତୁ-Monsoon session: ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ଭାରତ ରାଜନୀତିରେ ଜଣେ ପ୍ରମୁଖ ନେତ୍ରୀ ହେଉଛନ୍ତି ସୋନିଆ ଗାନ୍ଧୀ । କଂଗ୍ରେସ ଦଳର ନୀତି ଓ ଷ୍ଟ୍ରାଟେଜିକୁ ଗଠନ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି । ସେ ଅନେକ ବର୍ଷ ଧରି କଂଗ୍ରେସ ଦଳର ଅଧ୍ୟକ୍ଷା ପଦରେ ରହିଥିବା ବେଳେ 2017ରେ ନିଜ ପଦରୁ ଓହରିଥିଲେ । ଗତ କିଛି ବର୍ଷ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଲଗାତର ବିଗୁଡ଼ୁଥିବା ବେଳେ ସେ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏହାସହ ସେ ନିଜ ରାଜନୀତିରେ ନିଜ କର୍ତ୍ତବ୍ୟ ମଧ୍ୟ ଜାରି ରଖିଛନ୍ତି ।

Last Updated : Sep 3, 2023, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.