ETV Bharat / bharat

ପ୍ରଶ୍ନ ଉଠିଲା କେଉଁଠି ପ୍ରଧାନମନ୍ତ୍ରୀ ? ଅଚାନକ ଲୋକସଭାରେ ପହଞ୍ଚିଲେ ମୋଦି

author img

By

Published : Mar 25, 2021, 9:29 PM IST

ବଜେଟ ଅଧିବେଶନର ଥିଲା ଶେଷ ଦିନ । ଆଉ ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ ଅନୁଉପସ୍ଥିତିକୁ ନେଇ ଉଠିବାରେ ଲାଗିଥିଲା ପ୍ରଶ୍ନ । ହେଲେ ଅଚାନକ ଗୃହରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଶ୍ନ ଉଠିଲା କେଉଁଠି ଅଛନ୍ତି ପ୍ରଧାନମନ୍ତ୍ରୀ? ଅଚାନକ ଲୋକସଭାରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ: ବଜେଟ ଅଧିବେଶନର ଥିଲା ଶେଷ ଦିନ । ଆଉ ଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କ ଅନୁଉପସ୍ଥିତିକୁ ନେଇ ଉଠିବାରେ ଲାଗିଥିଲା ପ୍ରଶ୍ନ । ହେଲେ ଅଚାନକ ଗୃହରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସଂସଦର ଗୃହ କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ ବଜେଟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ନେତା ରବନୀତ ସିଂହ । ଆଉ ପ୍ରଶ୍ନ ଉଠିବା କ୍ଷଣି ଅଚାନକ ଲୋକସଭାରେ ପହଞ୍ଚିଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଶ୍ନକାଳ ପରେ ପେଟ୍ରୋଲ ଓ ଡିଜେଲର ବିଷୟ ଉଠାଇଥିଲେ କଂଗ୍ରେସ ନେତା ରବନୀତ ସିଂହ ବିଟ୍ଟୁ । ସଂସଦରେ ବଜଟ ଅଧିବେଶନ ଶେଷ ହେବାକୁ ଯାଉଛି । ଆମେ ପ୍ରଧାନମନ୍ତ୍ରୀଙ୍କୁ କେଉଁଠି ପାଇବୁ ? ପ୍ରଧାନମନ୍ତ୍ରୀ କେଉଁଠି ଅଛନ୍ତି ? କଣ ଆମେ ତାଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗର ରାଲିକୁ ଯିବୁ ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ନେତା ।

ରବନୀତଙ୍କ ପ୍ରଶ୍ନ ଉପରେ ବିଜେପି ନେତା ଅର୍ଜୁନ ମେଘୱାଲ କଡା ଆପତ୍ତି ଜାହିର କରିଥିଲେ । ସେ କହିଥିଲେ ଏହା ଭୁଲ କଥା । ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ଆସନ୍ତି ଓ ସେ ଲୋକଙ୍କୁ ସାକ୍ଷାତ କରିବା ପାଇଁ ମଧ୍ୟ ସର୍ବଦା ପ୍ରସ୍ତୁତ ଥାନ୍ତି ।

ସଂସଦରେ ଯେତେବେଳେ ରବନୀତ ସିଂହ ଓ ଅର୍ଜୁନରାମ ମେଘୱାଲଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ଅଚାନକ ଲୋକସଭାରେ ପହଞ୍ଚିଥିଲେ । ପିଏମଙ୍କ ଲୋକସଭାରେ ପହଞ୍ଚିବା କ୍ଷଣି ସଂସଦରେ ଜୟ ଶ୍ରୀରାମ ଓ ଭାରତ ମାତା କି ଜୟ ନାରା ଗୁଞ୍ଜରିତ ହେବାକୁ ଲାଗିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.