ETV Bharat / bharat

ନିଯୁକ୍ତି ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଟାକ୍ଷ

author img

By

Published : Sep 12, 2021, 5:20 PM IST

ନିଯୁକ୍ତି ଅଭାବ ନେଇ ପୁଣି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସର୍ବଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରବିବାର ଓ ସୋମବାର ମଧ୍ୟରେ ପାର୍ଥକ୍ୟ ଭୁଲାଇ ଦେଲା ଏହି ସରକାର ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ...

ନିଯୁକ୍ତ ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ: କୋରୋନା କାଳରେ ଅନେକ ଲୋକ ନିଯୁକ୍ତ ହରାଇବା ଆରମ୍ଭ କରିଥିଲେ । ଏହା ଏପର୍ଯ୍ୟନ୍ତ ଜାରି ରହିଛି । ଅଧିକାଂଶ କମ୍ପାନୀ କୋରୋନା ମାଡ଼ରେ ବନ୍ଦ ହେବାରୁ ଲୋକେ ନିଯୁ୍କ୍ତି ହରାଇ କିଛି ବ୍ୟବସାୟ କରିଥିବା ବେଳେ କିଛି ବେକାର ହୋଇଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସର୍ବଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

  • भाजपा सरकार का ‘विकास’ ऐसा कि रविवार-सोमवार का फ़र्क़ ही ख़त्म कर दिया…

    नौकरी ही नहीं है तो क्या Sunday, क्या Monday!#SundayThoughts pic.twitter.com/ILyJS7axYZ

    — Rahul Gandhi (@RahulGandhi) September 12, 2021 " class="align-text-top noRightClick twitterSection" data=" ">

ଆଜି(ରବିବାର) ଟ୍ବିଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, "ବିଜେପି ସରକାରକୁ ମାନିବାକୁ ପଡ଼ିବ । ରବିବାର ଓ ସୋମବାର ମଧ୍ୟରେ ଥିବା ପାର୍ଥକ୍ୟକୁ ହିଁ ହଟାଇ ଦେଇଛି ଏହି ସରକାର । କାରଣ କାହା ପାଖରେ ନିଯୁକ୍ତି ହିଁ ନାହିଁ । ତ କ'ଣ ରବିବାର ବା କ'ଣ ସୋମବାର ।"

ଏହି ଟ୍ବିଟ୍‌ରେ ଏକ ଜଣାଶୁଣା ଖବରକାଗଜର କିଛି ଅଂଶକୁ ସେୟାର କରିଛନ୍ତି ରାହୁଲ ଗାନ୍ଧୀ । ଯେଉଁଥିରେ ଲେଖାଅଛି । UASର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଫୋର୍ଡ ଭାରତରେ କାର ତିଆରି କରିବା ବନ୍ଦ କରିବାକୁ ଯାଉଛି । ଏହାସହ ଦେଶରେ ୪ ହଜାର ଛୋଟ କମ୍ପାନୀ ବନ୍ଦ ହେବାକୁ ଯାଉଛି । ଏହାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ।

ସେପଟେ ଏହାକୁ ନେଇ କୌଣସି ବିଜେପି ନେତା ବା ମୁଖପାତ୍ର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ରାହୁଲ ଗାନ୍ଧୀ ସେୟାର କରିଥିବା ଖବରକାଗଜର ଅଂଶ ମୁତାବକ ଫୋର୍ଡ କମ୍ପାନୀ ବନ୍ଦ ହେବା ଯୋଗୁଁ ପ୍ରାୟ ୪ ହଜାର ବନ୍ଦ ହେବ । ସେଥିମଧ୍ୟରେ କିଛି ଗତ ୫ ମାସ ପୂର୍ବରୁ ହିଁ ଫୋର୍ଡ ସହ ଯୋଡ଼ି ହୋଇଥିଲେ । ଏହି ବୃହତ କାର ତିଆରି କମ୍ପାନୀ ସହ ଦେଶର ପ୍ରାୟ ୪ ହଜାର ଛୋଟ କମ୍ପାନୀ ଯୋଡ଼ି ହୋଇ ରହିଥିଲେ ।

କମ୍ପାନୀ ବନ୍ଦ ହେବା ଖବର ପରେ ବର୍ତ୍ତମାନ ଛୋଟ କମ୍ପାନୀ ଗୁଡ଼ିକ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଛନ୍ତି । ଏହାକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.