ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟା ଯିବେ, ନହେଲେ ପ୍ରତିନିଧି ପଠାଇବେ ସୋନିଆ

author img

By ETV Bharat Odisha Team

Published : Dec 21, 2023, 9:56 PM IST

Congress Leader On Ayodhya Invite For Sonia Gandhi: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ନେଇ କଂଗ୍ରେସ ସକରାତ୍ମକ । ଯୋଗ ଦେଇପାରନ୍ତି ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟା ଯିବେ, ନହେଲେ ପ୍ରତିନିଧି ପଠାଇବେ ସୋନିଆ
Congress Leader On Ayodhya Inviteରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟା ଯିବେ, ନହେଲେ ପ୍ରତିନିଧି ପଠାଇବେ ସୋନିଆ

ନୂଆଦିଲ୍ଲୀ: ଆସନ୍ତା ମାସ 22 ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଏଥିରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି । ତେବେ ଏହି ନିମନ୍ତ୍ରଣକୁ ବେଶ ସକରାତ୍ମକ ଭାବେ ନେଇଛି କଂଗ୍ରେସ । ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ଦିଗବିଜୟ ସିଂ । ସୋନିଆ ଏହି ପ୍ରସଙ୍ଗରେ ବେଶ ସକରାତ୍ମକ ଓ ଉତ୍ସାହୀ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ନିମନ୍ତ୍ରଣ ସମ୍ପର୍କରେ ଦିଗବିଜୟ କହିଛନ୍ତି, ଏସମ୍ପର୍କରେ ସୋନିଆ ବେଶ ଉତ୍ସାହୀ ଅଛନ୍ତି । ସେ ନିଜେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅଯୋଧ୍ୟା ଗସ୍ତ କରିବେ । ଯଦି ସେ କୌଣସି କାରଣବଶତଃ ନଯାଇ ପାରନ୍ତି, ତେବେ ତାଙ୍କ ତରଫରୁ କେହି ପ୍ରତିନିଧି କିମ୍ବା ପ୍ରତିନିଧିଙ୍କର ଏକ ଟିମ ଅଯୋଧ୍ୟା ଗସ୍ତ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ।

ସେହିପରି ସୋନିଆଙ୍କ ବ୍ୟତୀତ ତାଙ୍କୁ ନିମନ୍ତ୍ରଣ କରାଯାଇଛି କି ନାହିଁ ପ୍ରଶ୍ନରେ ଦିଗବିଜୟ କହିଛନ୍ତି, ବହୁ ରାମଭକ୍ତଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନି । ସେ ମଧ୍ୟ ନିମନ୍ତ୍ରିତ ହୋଇନାହାନ୍ତି । ବିଜେପି ପ୍ରକୃତ ଭକ୍ତଙ୍କୁ ନିମନ୍ତ୍ରଣ କରିନି । ଏପରିକି ମୁରଲୀ ମନୋହର ଯୋଶୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ପରି ବରିଷ୍ଠ ନେତାଙ୍କୁ ସେମାନେ (ବିଜେପି) ନିମନ୍ତ୍ରଣ କରିନଥିବା ଅଭିଯୋଗ କରିଛନ୍ତି ଦିଗବିଜୟ । ଏଠାରେ ଉଲ୍ଲଖଯୋଗ୍ୟ ଯେ, ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏହି ଭବ୍ୟ ଆୟୋଜନ ପାଇଁ ବିରୋଧୀ ନେତାଙ୍କୁ ମଧ୍ୟ ସାମିଲ ହେବାକୁ ନିମନ୍ତ୍ରଣ କରିଛି । କଂଗ୍ରେସ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଦଳୀୟ ନେତା ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ

22 ତାରିଖରେ ହେବାକୁ ଯାଉଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରୁଛନ୍ତି । ଏହ ସହ ବିଭିନ୍ନ କୋଣ ଅନୁକୋଣରୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତିବିଶେଷ କର୍ଯ୍ୟକ୍ରମ ପାଇଁ ଅଯୋଧ୍ୟା ପହଞ୍ଚିବେ । 2019ରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବ୍ୟ ମନ୍ଦିର ଶିଳାନ୍ୟାସ କରିଥିଲେ । ହେଲେ 90 ଦଶକରେ ଆରମ୍ଭ ହୋଇଥିବା ରାମମନ୍ଦିର ଆନ୍ଦୋଳନର ମୁଖ୍ୟ ଦୁଇ ପୁରୋଧା ତଥା ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀ ଓ ଲାଲକୃଷ୍ଣ ଆଡଭାନୀ ବୟସାଧିକ କାରଣ ପାଇଁ ଉତ୍ସବରେ ସାମିଲ ହେବା ନେଇ ଅନିଶ୍ଚିତତା ଲାଗି ରହିଛି । ଏହାରି ମଧ୍ୟରେ ଏହି ନିଷ୍ପତ୍ତିକୁ ବିରୋଧୀ ସମାଲୋଚନା କରିଛନ୍ତି । ଦୁଇ ବରିଷ୍ଠଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପରିବର୍ତ୍ତେ ବିଜେପି ସେମାନଙ୍କୁ ନଯିବା ପାଇଁ କହୁଥିବା ବିରୋଧୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.