ETV Bharat / bharat

Koustav Bagchi Arrested: ମମତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତା ଗିରଫ

author img

By

Published : Mar 4, 2023, 1:28 PM IST

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ଗିରଫ ହେଲେ କଂଗ୍ରେସ ନେତା କୌସ୍ତବ ବାଗଚୀ । ଅଧିକ ପଢ୍ତୁ

କଂଗ୍ରେସ ନେତା କୌସ୍ତବ ବାଗଚୀ ଗିରଫ
କଂଗ୍ରେସ ନେତା କୌସ୍ତବ ବାଗଚୀ ଗିରଫ

କୋଲାକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତା କୌସ୍ତବ ବାଗଚୀ ଗିରଫ । କଂଗ୍ରେସ ନେତା ଏକ ଟେଲିଭିଜନ ଚ୍ୟାନେଲ ସହ ସାକ୍ଷାତକାରରେ ମମତାଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ କୋଲକାତର ବୁରତୋଲ୍ଲା ଥାନାରେ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ଆଜି (ଶନିବାର) ସକାଳେ କୌସ୍ତବଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିବା ପରେ ଆଜି ଭୋର୍ ୩ଟାରେ କଂଗ୍ରେସ ନେତା ତଥା ଆଇନଜୀବୀ କୌସ୍ତବ ବାଗଚୀଙ୍କ ବାସଭବନରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ଦୀର୍ଘ ସମୟ ଜେରା କରିବା ପରେ ସକାଳ ପ୍ରାୟ ସାଢେ ୭ଟା ସମୟରେ ଗିରଫ କରାଯାଇଛି । କୋଲକାତା ପୋଲିସର ସୂଚନା ଅନୁସାରେ, ଭାରତୀୟ ଦଣ୍ଡ ସଂହିତାର ଧାରା 120B, 354A, 504, 505, 509, 506 ଏବଂ 153ରେ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଆଜି ସକାଳ ୪ଟା ସମୟରେ କୌସ୍ତବ ବାଗ୍‌ଚୀ ନିଜ ଗିରଫଦାରୀ ସମ୍ପର୍କରେ ଫେସବୁକରେ ପୋଷ୍ଟ କରିଥିଲେ । ଶେଷରେ ମୋତେ ଗିରଫ କରାଗଲା ବୋଲି ସେ ଲେଖିଥିଲେ । ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ପରେ କଂଗ୍ରେସ କର୍ମୀମାନେ ହଙ୍ଗାମା କରିଛନ୍ତି । କଂଗ୍ରେସ କର୍ମୀ ବୁରତୋଲ୍ଲା ପୋଲିସ ଷ୍ଟେସନ ସମ୍ମୁଖରେ ପହଞ୍ଚି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ କୌସ୍ତବଙ୍କୁ ଛାଡି ଦେବାକୁ କଂଗ୍ରେସ ଦାବି କରିଛି । ସେପଟେ କୌସ୍ତବଙ୍କ ବାପା କହିଛନ୍ତି ପ୍ରକୃତରେ କେଉଁ ଅପରାଧରେ ପୁଅକୁ ଗିରଫ କରାଯାଇଛି ତାଙ୍କୁ ଜଣାନାହିଁ ।

ଏହାମଧ୍ୟ ପଢନ୍ତୁ: ବିଦେଶ ମାଟିରେ ଭାରତକୁ ବଦନାମ କରୁଛନ୍ତି ରାହୁଲ, ଟାର୍ଗେଟ କଲେ ହିମନ୍ତ ବିଶ୍ବଶର୍ମା

ପଶ୍ଚିମବଙ୍ଗ କଂଗ୍ରେସ ମୁଖପାତ୍ର ସୁମନ ରୟ ଚୌଧୁରୀ ରାତି ଅଧିଆ କୌସ୍ତବ ବାଗ୍‌ଚୀଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିଛନ୍ତି । ମମତା ସରକାର କୌଣସି ବ୍ୟକ୍ତିଙ୍କ ବାକ୍ ସ୍ବାଧୀନତା ଛଡାଇ ପାରିବେନି ବୋଲି ସେ କହିଛନ୍ତି ଓ ଯଥାଶୀଘ୍ର କଂଗ୍ରେସ ନେତା ବାଗ୍‌ଚୀଙ୍କୁ ମୁକୁଳାଇବାକୁ ଦାବି କରିଛନ୍ତି । ମୁରସିଦାବାଦ ସାଗରଦିଘି ଆସନରେ ଟିଏମସିର ପରାଜୟ ହୋଇଛି । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଏପରି ଗିରଫ କରାଯାଇଥିବା ସୁମନ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ହୋଲିରେ ବାପଘରକୁ ଯିବାକୁ ପତ୍ନୀ ଜିଦ୍, ଛୁଟି ପାଇଁ ଏସପିଙ୍କୁ ଗୁହାରି କଲେ ଇନ୍ସପେକ୍ଟର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.