ETV Bharat / bharat

'ଭାରତ ନ୍ୟାୟ ଯାତ୍ରା' ପରେ କଂଗ୍ରେସ ଜିତିବ ୧୫୦ ଲୋକସଭା ଆସନ !

author img

By ETV Bharat Odisha Team

Published : Jan 2, 2024, 10:36 PM IST

Bharat Nyay Yatra: ଭୋଟରଙ୍କ ଉପରେ ପ୍ରଭାବ ପକାଇବ ଭାରତ ନ୍ୟାୟ ଯାତ୍ରା । ଏହି ଯାତ୍ରା ପରେ କଂଗ୍ରେସ ୧୫୦ ଲୋକସଭା ଆସନ ହାତେଇବ ବୋଲି ଆଶା ପ୍ରକାଶ କରିଛି । ଅଧିକ ପଢନ୍ତୁ

Bharat Nyay Yatra
Bharat Nyay Yatra

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ ଯାତ୍ରା' ସଫଳ ହେବା ପରେ ଦଳ ଆସନ୍ତା ୧୪ ତାରିଖରୁ ଆରମ୍ଭ କରିବାକୁ ଯାଉଛି 'ଭାରତ ନ୍ୟାୟ ଯାତ୍ରା' । ତେବେ ଏହି ଯାତ୍ରାରେ ଦେଶର ପୂର୍ବରୁ ପଶ୍ଚିମ ଅଞ୍ଚଳକୁ ସାମିଲ କରାଯିବ । ଏହି ଯାତ୍ରାକୁ ନେଇ ଦଳ ବେଶ ଆଶାବାଦୀ ଅଛି । ନିଶ୍ଚିତ ଭାବରେ ଭୋଟରଙ୍କ ଉପରେ ଏହି ଯାତ୍ରା ପ୍ରଭାବ ପକାଇବ ଏବଂ ପରେ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ୧୫୦ରୁ ଅଧିକ ଲୋକସଭା ଆସନ ହାତେଇବ ବୋଲି AICC ସମ୍ପାଦକ ସପ୍ତଗିରି ଉଲାକା ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଏ ନେଇ ସପ୍ତଗିରି ଉଲାକା କହିଛନ୍ତି, " କଂଗ୍ରେସର ଯାତ୍ରା ୨.O ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଚାଲିବ । ଏହି ଯାତ୍ରା ଭାରତୀୟ ରାଜନୀତି ପାଇଁ ଟର୍ଣ୍ଣି ପଏଣ୍ଟ ହେବ । ପୂର୍ବରୁ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ହୋଇଥିବା ଯାତ୍ରାରେ ଦଳକୁ ବହୁ ଲାଭ ମିଳିଛି । ବିରୋଧୀ ମେଣ୍ଟକୁ ରାଜ୍ୟ ବିଧାନସଭା ନିର୍ବାଚନରେ ହରାଇଛି ଦଳ । ତେବେ ଯାତ୍ରା ୨.O ସଂସଦୀୟ ନିର୍ବାଚନରେ ନିଶ୍ଚିତ ପ୍ରଭାବ ପକାଇବ । ଆଶା ରହିଛି ଏହି ଯାତ୍ରା ଦ୍ବାରା କଂଗ୍ରେସ ୧୫୦ରୁ ଅଧିକ ଲୋକସଭା ଆସନ ଦଖଲ କରିବ । ବିଶେଷ କରି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ଗୁରୁତ୍ବପୂର୍ଣ୍ଣ ଆସନରେ ଇଣ୍ଡିଆ ମେଣ୍ଟର ବିଜୟ ଲାଗି ଜୋରଦାର ଉଦ୍ୟମ କରାଯିବ ।"

ଏହା ବି ପଢନ୍ତୁ- ରାହୁଲଙ୍କ ନ୍ୟାୟ ଯାତ୍ରାର ଜବାବ ଦେବେ ଜନତା: ବିଜେପି ନେତା ନଳୀନ କୋହଲି

ସେ ଆହୁରି କହିଛନ୍ତି, "ବିଜେପି ବିରୋଧରେ ଭୋଟରଙ୍କ ନିକଟରେ ପହଞ୍ଚିବା ଲାଗି ଏହି ଯାତ୍ରା ଆମକୁ ସାହାଯ୍ୟ କରିବ । ବିଜେପି ୨୦୨୪ ନିର୍ବାଚନରେ ମୋଦି ବନାମ ବିରୋଧୀ ମେଣ୍ଟ ହେବ ବୋଲି ଚାହୁଁଛନ୍ତି । ହେଲେ ଆମେ ଜନତାଙ୍କ ସମସ୍ୟା ସମାଧାନ ଉପରେ ଫୋକସ କରିଛୁ । ଏହି ଯାତ୍ରା ସମୟରେ ଉଭୟ ଜାତୀୟ ଓ ସ୍ଥାନୀୟ ପ୍ରସଙ୍ଗ ଉଠିବ । ଏହି ଯାତ୍ରା ମାଧ୍ୟମରେ ପ୍ରାୟ ୧୦୦ଟି ସଂସଦୀୟ ନିର୍ବାଚନୀ ମଣ୍ଡଳୀ ଯିବ କଂଗ୍ରେସ ।"

କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି ଯେ 'ଇଣ୍ଡିଆ' ମେଣ୍ଟର ୫ ଜଣିଆ ପ୍ୟାନେଲ ନିର୍ବାଚନ ଲଢିବା ଲାଗି ୩୦୦ ଆସନ ପାଇଁ ପ୍ରସ୍ତାବ ଦେଇଛି । ଏହି ପ୍ୟାନେଲ ସେହି ରାଜ୍ୟର ନେତାଙ୍କ ସହିତ ଭେଟିଛି, ଯେଉଁଠାରେ ଇଣ୍ଡିଆ ମେଣ୍ଟର ସହଯୋଗୀଙ୍କ ସହିତ ଆଲୋଚନା ପରେ ସିଟ୍‌ ସେୟାରିଂ ଉପରେ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ସିଟ୍‌ ସେୟାରିଂକୁ ନେଇ ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକ ନାହିଁ ବୋଲି ଚର୍ଚ୍ଚା ହେଉଛି । ହେଲେ ଉଲାକାଙ୍କ କହିବାନୁସାରେ ସିଟ୍‌ ସେୟାରିଂକୁ ପୂର୍ବରୁ ମେଣ୍ଟର ବିଭିନ୍ନ ସଦସ୍ୟ ଭିନ୍ନ ଭିନ୍ନ ବା ଅସନ୍ତୋଷ ଥିବା ଭଳି ମନ୍ତବ୍ୟ ଦେଉଛନ୍ତି । ହେଲେ ସିଟ୍‌ ସେୟାରିଂ ହେବା ପରେ ମେଣ୍ଟର ସମସ୍ତ ସଦସ୍ୟ ଆସନ ଜିତିବା ଉପରେ ଫୋକସ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.