ETV Bharat / bharat

MISSION UP: ନିର୍ବାଚନ ପାଇଁ 14ରେ ପ୍ରିୟଙ୍କାଙ୍କ ଉତ୍ତର ପ୍ରଦେଶ ଗସ୍ତ - ପ୍ରିୟଙ୍କା ଗାନ୍ଧୀ ଖବର

ଆଗକୁ ଉତ୍ତର ପ୍ରଦେଶନ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଜୁଲାଇ 14 ତାରିଖରେ ଉତ୍ତର ପ୍ରଦେଶ ଗସ୍ତ କରିବେ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢ଼ନ୍ତୁ...

MISSION UP: ନିର୍ବାଚନ ପାଇଁ 14ରେ ପ୍ରିୟଙ୍କାଙ୍କ ଉତ୍ତର ପ୍ରଦେଶ ଗସ୍ତ

author img

By

Published : Jul 12, 2021, 5:18 PM IST

ନୂଆଦିଲ୍ଲୀ: ଆଗକୁ ଉତ୍ତର ପ୍ରଦେଶ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଜୁଲାଇ 14 ତାରିଖରେ ଉତ୍ତର ପ୍ରଦେଶ ଗସ୍ତ କରିବେ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ପରଖିବେ ପ୍ରିୟାଙ୍କା ଗାନ୍ଧୀ ।

ଲକ୍ଷ୍ନୌ ଗସ୍ତ କରି ସମସ୍ତ କଂଗ୍ରେସ ଜିଲ୍ଲା ସଭାପତିଙ୍କ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ରଣନୀତି ବିଷୟରେ ଆଲୋଚନା କରିବେ । ଏହାକୁ ନେଇ ଏକ ସ୍ବତନ୍ତ୍ର ବୈଠକ କରିବେ କରିବେ ପ୍ରିୟଙ୍କା ଗାନ୍ଧୀ । ଏହି ଅବସରରେ ସେ ବିଭିନ୍ନ ଚାଷୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଖାଲି ସେତିକି ନୁହେଁ ଲକ୍ଷ୍ନୌରେ ଥିବା ବିଭିନ୍ନ ଯୁବଗୋଷ୍ଠୀଙ୍କୁ ଭେଟିବେ ପ୍ରିୟଙ୍କା। ଯୁବଗୋଷ୍ଠୀଙ୍କ ସହ ବିଗତ ବର୍ଷରେ ବଢ଼ିଥିବା ବେକାରୀ ସମସ୍ୟା ବିଷୟରେ ଆଲୋଚନା କରିବେ ପ୍ରିୟଙ୍କା । ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କୌଣସି ଢିଲା ଦେବାକୁ ଚାହୁଁନାହିଁ ଜାତୀୟ କଂଗ୍ରେସ । ଏଥିପାଇଁ ସାଧାରଣ ସମ୍ପାଦିକାଙ୍କ ଲମ୍ବା କାର୍ଯ୍ୟକ୍ରମ ଚିଠା ପ୍ରସ୍ତୁତ କରାଯାଇଛି ।

ଏହି କ୍ରମରେ ପ୍ରିୟଙ୍କା ଗାନ୍ଧୀ ପୁନଃ କଂଗ୍ରେସର ଟାଣୁଆ ନେତାଙ୍କୁ ଭେଟି ନିର୍ବାଚନ ଘୋଷଣାପତ୍ର ବିଷୟରେ ଆଲୋଚନା କରିବେ । କୋରୋନାର ଦ୍ବିତୀୟ ଲହର ପରେ ପ୍ରଥମ ଥର ପାଇଁ କଂଗ୍ରେସ ସମ୍ପାଦିକା ଦଳୀୟ କାର୍ଯ୍ୟ ପାଇଁ କୌଣସି ଗସ୍ତ କରିବେ । ଏଥିପାଇଁ ଗତ ସୋମବାର ପ୍ରିୟଙ୍କା ଗାନ୍ଧୀ ଦଳର ଉପାଦେଷ୍ଟା କମିଟି ସହ ଦେଖା କରିଥିଲେ।

ବର୍ତ୍ତମାନ ସାରା ଦେଶରେ ବର୍ଦ୍ଧିତ ପେଟ୍ରୋଲ ଦର ଓ ଦରଦାମ ବୃଦ୍ଧି ବିରୋଧରେ ଧାରଣା ଓ ପ୍ରଦର୍ଶନ କରୁଛି। ଉତ୍ତର ପ୍ରଦେଶରେ ମଧ୍ୟ ବ୍ଲକ ସ୍ଥରରେ କଂଗ୍ରେସ କର୍ମୀ ଏହି ବିରୋଧ ଜାରି ରଖିଛନ୍ତି। ଏହି ଏଜେଣ୍ଡା ଉଠାଇ କଂଗ୍ରେସ ଉତ୍ତରପ୍ରଦେଶ ନିର୍ବାଚନ ଲଢ଼ିବ ବୋଲି କୁହାଯାଉଛି । ଜୁଲାଇ 17 ତାରିଖ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଧାରଣା ଓ ପ୍ରଦର୍ଶନ ଜାରି ରହିବ । ଏହାରି ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ଉତ୍ତରପ୍ରଦେଶ ଗସ୍ତ ଏହି ବିରୋଧ ପ୍ରଦର୍ଶନ ଆହୁରି ଜୋରଦାର ହେବା ନେଇ ଆଶଙ୍କା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.