ETV Bharat / bharat

କାଶ୍ମୀରରେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ! ତାତିଲା କଂଗ୍ରେସ - ଜମ୍ମୁ କାଶ୍ମୀରରେ କଂଗ୍ରେସର ଭାରତ ଯୋଡ ଯାତ୍ରା

ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ଅଭିଯୋଗ । କାଶ୍ମୀର ବନିହାଲରେ ୨୦ ମିନିଟ୍ ଅଟକିଲା ପଦଯାତ୍ରା । ଅଧିକ ପଢନ୍ତୁ

କାଶ୍ମୀରରେ ରାହୁଲଙ୍କ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ଅଭିଯୋଗ

author img

By

Published : Jan 27, 2023, 8:42 PM IST

ଶ୍ରୀନଗର: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ ଯାତ୍ରା ଜମ୍ମୁ-କାଶ୍ମୀରରେ ଆଗକୁ ବଢୁଛି । ତେବେ ଏହି ପଦଯାତ୍ରା ସମୟରେ ଆଜି କାଶ୍ମୀରର ବନିହାଲ ଠାରେ ରାହୁଲଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ବନିହାଲ ଅନ୍ତର୍ଗତ କ୍ବାଜିଗୁଣ୍ଡରେ ଭାରତ ଯୋଡ ଯାତ୍ରାରୁ ହଠାତ୍ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି । ଯେଉଁ କାରଣରୁ ଏଠାରେ କଂଗ୍ରେସର ପଦଯାତ୍ରାକୁ ୨୦ ମିନିଟ୍ ବନ୍ଦ କରାଯାଇଥିଲା । ଏହାପରେ ରାହୁଲଙ୍କ ଏକ ବୁଲେଟପ୍ରୁଫ୍ କାରରେ ନିଆଯାଇଥିବା ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ ଅଭିଯୋଗ କରିଛନ୍ତି ।

  • आज यात्रा के दौरान पुलिस की सुरक्षा व्यवस्था ध्वस्त हो गई। टनल से निकलने के बाद पुलिसकर्मी नहीं दिखे। मेरे सुरक्षाकर्मियों ने कहा कि हम और नहीं चल सकते। मुझे अपनी यात्रा रोकनी पड़ी बाकी लोग यात्रा कर रहे थे। भीड़ को काबू करना प्रशासन की जिम्मेदारी है: कांग्रेस सांसद राहुल गांधी pic.twitter.com/uQAtslBBUc

    — ANI_HindiNews (@AHindinews) January 27, 2023 " class="align-text-top noRightClick twitterSection" data=" ">

ଏହାକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ରାହୁଲ କହିଛନ୍ତି, ଆଜି ଭାରତ ଯୋଡ ଯାତ୍ରା ସମୟରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିଲା । ବନିହଲ ଟନେଲ ପାର ହେବା ପରେ ଆଗକୁ ବହୁସଂଖ୍ୟକ ଜନସାଧାରଣ ଆମକୁ ଭେଟିବା ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଆମ ସହ ଆସୁଥିବା ପୋଲିସ ଟିମ୍ ହଠାତ୍ କୁଆଡେ ଗାଏବ ହୋଇଯାଇଥିଲେ । ଯେଉଁ କାରଣରୁ ପଦଯାତ୍ରା ବନ୍ଦ କରିବାକୁ ପଡିଥିଲା । ଭିଡକୁ ନିୟନ୍ତ୍ରଣ କରିବା ପ୍ରଶାସନର ଦାୟିତ୍ବ ହୋଇଥିବା ବେଳେ ପ୍ରଶାସନ ଏହା କରିପାରିଲା ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି ।

ଅନ୍ୟପଟେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ବର୍ଷିଛି କଂଗ୍ରେସ । ଜମ୍ମୁ କାଶ୍ମୀର ପ୍ରଶାସନ ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି ବୋଲି କଂଗ୍ରେସର କାଶ୍ମୀର ପ୍ରଭାରୀ ରଜନି ପାଟଲି ଅଭିଯୋଗ କରିଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, ରାହୁଲ ଓ କଂଗ୍ରେସ କର୍ମୀଙ୍କ ଜୀବନ ସହ ଖେଳ ହୋଇଛି । କାଶ୍ମୀରର ବନିହାଲରେ ଭାରତ ଯୋଡ ଯାତ୍ରାରୁ ହଠାତ୍ ସୁରକ୍ଷା ବ୍ୟବସ୍ଥା ହଠାତ୍ ପ୍ରତ୍ୟାହର କରାଯାଇଥିଲା । କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଆମେ ରାହୁଲଙ୍କୁ ଆଗକୁ ଛାଡି ନଥିଲୁ । ରାହୁଲଙ୍କୁ ବୁଲେଟପ୍ରୁଫ କାର୍‌ରେ ଆଗକୁ ବଢିବାକୁ କୁହାଯାଇଥିଲା । ତେବେ କାହାର ନିର୍ଦ୍ଦେଶରେ ଏଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ହଠାତ୍ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା । ସେ ସ୍ଥାନୀୟ ପ୍ରଶାସନକୁ ଏହାର ଜବାବ ମାଗିବା ସହ ଆଗକୁ ଏହିଭଳି ଘଟଣା ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିଲା । ତାମିଲନାଡୁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାନୁଆରୀ ୩୦ରେ କାଶ୍ମୀରରେ ଶେଷ ହେବ । ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ ଓ ପଞ୍ଜାବ ପରେ ଏହି ଯାତ୍ରା ଏବେ ଜମ୍ମୁ କାଶ୍ମୀରରେ ଜାରି ରହିଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ୧୫୦ ଦିନିଆ ବିଶାଳ ପଦଯାତ୍ରା ଜାରି ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.