ETV Bharat / bharat

Special session of Parliament: ମହିଳା ସଂରକ୍ଷଣ ବିଲ ଦାବି କଲା କଂଗ୍ରେସ

author img

By ETV Bharat Odisha Team

Published : Sep 17, 2023, 4:10 PM IST

ଆସନ୍ତାକାଲିଠାରୁ ବହୁଚର୍ଚ୍ଚିତ ସଂସଦ ସ୍ବତନ୍ତ୍ର ଅଧିବେଶନ । ମହିଳା ସଂରକ୍ଷଣ ବିଲ୍‌ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

Special session of Parliament: ମହିଳା ସଂରକ୍ଷଣ ବିଲ ଦାବି କଲା କଂଗ୍ରେସ
Special session of Parliament: ମହିଳା ସଂରକ୍ଷଣ ବିଲ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବହୁଚର୍ଚ୍ଚିତ ସଂସଦ ସ୍ବତନ୍ତ୍ର ଅଧିବେଶନ । ଏହା ପୂର୍ବରୁ ଚଳିତ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ଆଣିବା ପାଇଁ ଆଜି କଂଗ୍ରେସ ଦାବି କରିଛି । ବ୍ୟବସ୍ଥାପିକାରେ ମହିଳାଙ୍କୁ ଆସନ ସଂରକ୍ଷଣ ସହିତ ଅଧିକ ସୁଯୋଗ ଦେବା ପାଇଁ କଂଗ୍ରେସ କରିଆସୁଥିବା ଦାବିକୁ ଏବେ ଦୋହରାଇଛି । ଏନେଇ ଦଳର ଦାବି ସମ୍ପର୍କରେ ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜି ଏକ୍ସରେ ଏକ ଟ୍ବିଟ କରି ସୂଚନା ଦେଇଛନ୍ତି । ଜୟରାମ କହିଛନ୍ତି, କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଏହି ଦାବି ସମ୍ପର୍କରେ ଆଲୋଚନା କରାଯାଇଛି । ଏହି ସ୍ବତନ୍ତ୍ର ଅଧିବେଶନରେ ସରକାର ମହିଳା ସଂରକ୍ଷଣ ବିଲ ଆଗତ କରିବା ପାଇଁ କଂଗ୍ରେସ ଦଳ ଦାବି କରୁଛି ।

  • The Congress Working Committee has demanded that the Women’s Reservation Bill must be passed during the Special Session of Parliament. Here are some facts on the issue:

    1. Rajiv Gandhi first introduced Constitution Amendment Bills for one-third reservation in panchayats and…

    — Jairam Ramesh (@Jairam_Ramesh) September 17, 2023 " class="align-text-top noRightClick twitterSection" data=" ">

1989 ମହିସାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସ୍ଥାନୀୟ ନିର୍ବାଚନରେ ମହିଳାଙ୍କୁ ମୋଟ ଆସନ ସଂଖ୍ୟାର ଏକ ତୃତୀୟାଂଶ ସଂରକ୍ଷଣ ଦେବା ପାଇଁ ସମ୍ବିଧାନ ସଂଶୋଧନ ବିଲ ଆଣିଥିଲେ । 1989 ମସିହା ମେ’ ମାସରେ ଗ୍ରାମ ପଞ୍ଚାୟତ ଓ ନଗର ପାଳିକା ନିର୍ବାଚନରେ ମହିଳାଙ୍କ ସଂରକ୍ଷଣ ପାଇଁ ଆଗତ ଏହି ବିଲ୍‌ ଲୋକସଭାରେ ଆଗତ ହୋଇ ପାରିତ ମଧ୍ୟ ହୋଇଥିଲା । ହେଲେ ଏହା ଉଚ୍ଚସଦନ ରାଜ୍ୟସଭାରେ ପାରିତ ହୋଇପାରି ନଥିଲା ।

ତେବେ ରାଜୀବ ଗାନ୍ଧୀଙ୍କ ପରେ ମନୋମହନ ସିଂ ସରକାରରେ ମଧ୍ୟ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ବିଚାର ସାମ୍ନାକୁ ଆସିଥିଲା । ଉଭୟ ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ଆସନ ସଂରକ୍ଷଣ କରିବା ପାଇଁ ଆଗତ ହୋଇଥିବା ବିଲ ରାଜ୍ୟସଭାରେ ପାରିତ ହୋଇଥିଲେ ସୁଦ୍ଧା ଲୋକସଭାରେ ଆଗତ ହୋଇପାରିନଥିଲା । ରାଜୀବ ଗାନ୍ଧୀ ଓ ମନମୋହନ ସିଂଙ୍କର ଏହି ପ୍ରୟାସକୁ ଜୟରାମ ପ୍ରଶଂସା କରିବା ସହ ବର୍ତ୍ତମାନ ସମୟରେ ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରିଛନ୍ତି । ଏହି ଦାବିକୁ କଂଗ୍ରେସ ପୂର୍ବରୁ ମଧ୍ୟ ସାମ୍ନାକୁ ଆଣିଛି । 2024 ସାଧାରଣ ନିର୍ବାଚନ ପୂର୍ବରୁ ଆଜିଠାରୁ ବସିବାକୁ ଯାଉଥିବା ଏହି 5ଦିନିଆ ସ୍ବତନ୍ତ୍ର ଅଧିବେଶନରେ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍‌ ସରକାର ଆଣନ୍ତୁ ବୋଲି ଜୟରାମ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- One Nation One Poll: ବିରୋଧ କରିବ କଂଗ୍ରେସ, CWC ବୈଠକ ପରେ ଚିଦାମ୍ବରମଙ୍କ ସୂଚନା

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦ ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । କେବଳ ଫଳପ୍ରଦ ଆଲୋଚନା ହେବା ନେଇ ସରକାର କହିସାରିଥିବା ବେଳେ କଂଗ୍ରେସ ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗୃହରେ ଆଲୋଚନା ଚାହୁଁଥିବା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ହେଲେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏପର୍ଯ୍ୟନ୍ତ କୌଣସି ପ୍ରତିଉତ୍ତର ଆସିନଥିବା କଂଗ୍ରେସ ଅଭିଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.