ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଅଯୋଗ୍ୟ ପୁଅ, ଖଡଗେଙ୍କ ପୁଅଙ୍କୁ ନୋଟିସ ପଠାଇଲା ନିର୍ବାଚନ ଆୟୋଗ

ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ପୁଅ କହିଥିଲେ ମଲ୍ଲିକାର୍ଜୁନ ଖଡେଗଙ୍କ ପୁଅ ପ୍ରିୟଙ୍କ ଖଡଗେ । କାରଣ ଦର୍ଶାଓ ନୋଟିସ ଜାରି କଲା ନିର୍ବାଚନ ଆୟୋଗ । ଆସନ୍ତାକାଲି ସୁଦ୍ଧା ରଖିବେ ଉତ୍ତର । ଅଧିକ ପଢନ୍ତୁ

author img

By

Published : May 3, 2023, 9:42 PM IST

ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଅଯୋଗ୍ୟ ପୁଅ, ଖଡଗେଙ୍କ ପୁଅଙ୍କୁ ନୋଟିସ ପଠାଇଲା  ନିର୍ବାଚନ ଆୟୋଗ
ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଅଯୋଗ୍ୟ ପୁଅ, ଖଡଗେଙ୍କ ପୁଅଙ୍କୁ ନୋଟିସ ପଠାଇଲା ନିର୍ବାଚନ ଆୟୋଗ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ନିର୍ବାଚନ କମିଶନ । ସେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବ୍ୟବହାର କରିଥିବା ଶବ୍ଦ ଅଭଦ୍ର ଟିପ୍ପଣୀ ଶ୍ରେଣୀର ଓ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଦର୍ଶାଇ ନିର୍ବାଚନ ଆୟୋଗ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି । ଆସନ୍ତାକାଲି ସୁଦ୍ଧା ସେ ଏହାର ଉତ୍ତର ରଖିବାକୁ ଜାରି ନୋଟିସରେ କୁହାଯାଇଛି । ଯଦି ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ଉତ୍ତର ନରଖନ୍ତି, ତେବେ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକରେ ବିଧାୟକ ଥିବା ପ୍ରିୟଙ୍କ ଦୁଇ ଦିନ ତଳେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ‘ଅଯୋଗ୍ୟ ପୁଅ’ ଶବ୍ଦ ବ୍ୟବହାର କରିଥିଲେ । ପ୍ରଧାନମନ୍ତ୍ରୀ କାଲାବୁରାଗୀରେ ନିର୍ବାଚନୀ ସଭାମଞ୍ଚରେ ବଞ୍ଜାରା ସମ୍ପ୍ରଦାୟକୁ ଚିନ୍ତିତ ନହେବା ପାଇଁ କହିଥିଲେ । କାରଣ ଦିଲ୍ଲୀରେ ବଞ୍ଜାରା ସମ୍ପ୍ରଦାୟର ଜଣେ ପୁଅ ବସିଛି ବୋଲି ପ୍ରଧାନମନ୍ତ୍ରୀ ଆଶ୍ବସନା ଦେଇଥିଲେ । ହେଲେ ପୁଅ ଯଦି ଅଯୋଗ୍ୟ ହୁଏ, ତେବେ ପରିବାର କ’ଣ କରିବ ବୋଲି ପ୍ରିୟଙ୍କ କହିଥିଲେ । ଯାହାକୁ ବିଜେପି ନିନ୍ଦା କରିବା ସହ ପ୍ରିୟଙ୍କଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଆଜି ତାଙ୍କ ନିକଟକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଓ ନୋଟିସ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ:-Remark Against Modi: ପ୍ରିୟଙ୍କ୍‌ ଖଡଗେଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

ଗତ ସପ୍ତାହରେ ନିଜେ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଷଧର ସାପ ବୋଲି କଟାକ୍ଷ କରିଥିଲେ । ଯାହାକୁ ନେଇ ବିଜେପି କଂଗ୍ରେସ ଓ ଖଡଗେଙ୍କୁ ଟାର୍ଗେଟ କରିଥିଲା । ପରେ ଏହି ବିବାଦରେ ଖଡଗେ ନରମ ଆଭିମୁଖ୍ୟ ପୋଷଣ କରିବା ସହ କ୍ଷମା ପ୍ରାର୍ଥନା କରିଥିଲ । ତାଙ୍କ ମନ୍ତବ୍ୟ ବ୍ୟକ୍ତିଗତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନଥିଲା, ସେ ବିଜେପିର ବିଚାରାଧାରା ଉଦ୍ଦେଶ୍ୟରେ ଏପରି କହିଥିଲେ ଓ ସେଥିରେ ଯଦି କେହି ଆଘାତପ୍ରାପ୍ତ ହୋଇଥାନ୍ତି, ତେବେ ସେ ଦୁଃଖିତ ବୋଲି କହିଥିଲେ ଖଡଗେ । କ୍ଷମା ପ୍ରାର୍ଥନା ପରେ ଏହି ବିବାଦ ପ୍ରଶମିତ ହେବା ପରି ଦେଖିବାକୁ ମିଳିଥିଲା ।

ହେଲେ ବାପାଙ୍କ ପରେ ପୁଅ ପ୍ରିୟଙ୍କଙ୍କ ଏପରି ମନ୍ତବ୍ୟ ଆସିବା ପରେ ବିଜେପି ପୁଣି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଆଜି ପ୍ରିୟଙ୍କ କାରଣ ଦର୍ଶାଓ ନୋଟିସ ପାଇଛନ୍ତି । ଆସନ୍ତକାଲି ସୁଦ୍ଧା ତାଙ୍କୁ କାରଣ ଦର୍ଶାଇବା ପାଇଁ ନିର୍ବାଚନ ଆୟୋଗ କହିଛନ୍ତି । ରାଜ୍ୟରେ ମତଦାନ ପାଇଁ ଆଉ ମାତ୍ର 3 ଦିନ ଥିବା ବେଳେ ସମସ୍ତ ଦଳର ହେଭିଓ୍ବେଟ ପ୍ରଚାର ମୈଦାନରେ ଖୁବ କସରତ ଜାରି ରଖିଛନ୍ତି । ଏହି ବିଜେପି ଶାସିତ ଏକମାତ୍ର ଦକ୍ଷିଣ ରାଜ୍ୟରେ 10 ତାରିଖରେ ମତଦାନ ଓ 13ରେ ଜନାଦେଶ ପ୍ରକାଶ ପାଇବ । ବିଜେପି ଓ କଂଗ୍ରେସ ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.