ETV Bharat / bharat

ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ: ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା ! - ଉପମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର

ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁରେ କଂଗ୍ରେସର ବିଧାୟକ ଦଳ ବୈଠକ । ସିଦ୍ଧରମୈୟାଙ୍କୁ ନିଜର ନେତା ବାଛିବେ ନବନିର୍ବାଚିତ ପ୍ରତିନିଧି । ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକ ଦଳ ବୈଠକ
କଂଗ୍ରେସ ବିଧାୟକ ଦଳ ବୈଠକ
author img

By

Published : May 18, 2023, 9:10 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା । ଅନ୍ୟତମ ଦାବିଦାର ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବେ । ଆସନ୍ତା ୨୦ ତାରିଖରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଥିବା ସସପେନ୍ସ ଭିତରେ କେତେକ ସୂତ୍ରରୁ ଏଭଳି ସୂଚନା ମିଳିଛି । ସିଦ୍ଧରମୈୟାଙ୍କ ପ୍ରତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଧିକସଂଖ୍ୟକ ନବନିର୍ବାଚିତ ପ୍ରତିନିଧିଙ୍କ ସମର୍ଥନ ରହିଥିବାରୁ ସେ ହିଁ ପରିବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୂତ୍ରରୁ ଜଣାପଡିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଆଜି ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡକାଇଛି । ବେଙ୍ଗାଲୁରୁ କୁଇନ୍ସ ରୋଡ ସ୍ଥିତ ଇନ୍ଦିରା ଗାନ୍ଧୀ ଭବନଠାରେ ସନ୍ଧ୍ୟା ୭ଟାରେ ଏହି ବୈଠକ ବସିବ । ଏହାର ପରିଚାଳନା ପାଇଁ ବେଙ୍ଗାଲୁରୁରେ ପହଞ୍ଚିବାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହିତ ସମସ୍ତ ୧୩୫ ଜଣ ନବନିର୍ବାଚିତ ବିଧାୟକ, ବିଧାନ ପରିଷଦ ସଦସ୍ୟ ଏବଂ ସାଂସଦକୁ ବୈଠକରେ ଉପସ୍ଥିତ ରହିବାକୁ ରାଜ୍ୟ କଂଗ୍ରେସ ମୁଖ୍ୟ ଶିବକୁମାର ଚିଠି ଲେଖିଛନ୍ତି । ସନ୍ଧ୍ୟା ୭ଟାରୁ ବୈଠକ ଆରମ୍ଭ ହେବ । ବୈଠକରେ ନବନିର୍ବାଚିତ ବିଧାୟକମାନେ ସେମାନଙ୍କ ନେତା ଚୟନ କରିବେ । ଏହାପରେ ନିର୍ବାଚିତ ନେତା ରାଜ୍ୟପାଳଙ୍କୁ ଭେଟିବେ ଏବଂ ସରକାର ଗଠନ କରିବା ପାଇଁ ଦାବି ଜଣାଇବେ । ତେବେ ଅଧିକାଂଶ ନବନିର୍ବାଚିତ ପ୍ରତିନିଧିଙ୍କ ସମର୍ଥନ ସିଦ୍ଧରମୈୟାଙ୍କ ପ୍ରତି ରହିଥିବାରୁ ଆସନ୍ତା ୨୦ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ: ସିଦ୍ଧରମୈୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଅଫର !

ଏହାପୂର୍ବରୁ ଗତକାଲି ଏକାଧିକ ରାଉଣ୍ଡ ଆଲୋଚନା ପରେ କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ ରଣଦୀପ ସୂର୍ଯ୍ୟେୱାଲା କହିଥିଲେ, କିଏ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଆଜି କିମ୍ବା ଆସନ୍ତାକାଲି ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ଏବଂ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ କ୍ୟାବିନେଟର ଗଠନ କରାଯିବ । ସେହିପରି କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ସରକାର ଗଠନ ସଂକ୍ରାନ୍ତରେ ବିଚାର ବିମର୍ଷ କରିଥିଲେ । ପରେ ଶିବକୁମାର ବେଣୁଗୋପାଳଙ୍କୁ ଭେଟିବା ପରେ ହାଇକମାଣ୍ଡ ଏହି ନିଷ୍ପତ୍ତି ନେବେ ବୋଲି ଗଣମାଧ୍ୟମକୁ କହିଥିଲେ । ତେବେ ଆଜି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ ।

ଏହାମଧ୍ୟ ପଢନ୍ତୁ: Karnataka CM Tussle: ସିଦ୍ଧରମୈୟାଙ୍କ ଗାଁରେ ସମର୍ଥକଙ୍କ ସେଲିବ୍ରେସନ, ହୋଡିଂରେ ଢାଳିଲେ କ୍ଷୀର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.