ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ: ମେଣ୍ଟ ଦଳ ସିଟ ସେୟାର ଘୋଷଣା, 92ରେ କଂଗ୍ରେସ 101ରେ ଲଢିବେ ବାମ ପ୍ରାର୍ଥୀ - ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହିତ ହୋଇଥିବା ମେଣ୍ଟରେ ବର୍ତ୍ତମାନ ସୁଦ୍ଧା 193 ପ୍ରାର୍ଥୀ ସ୍ଥିର ହୋଇସାରିଥିବା ସୂଚନା ଦେଇଛନ୍ତି, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଧିରରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ନିର୍ବାଚନ: ମେଣ୍ଟ ଦଳ ସିଟ ସେୟାର ଘୋଷଣା, 92ରେ କଂଗ୍ରେସ 101ରେ ଲଢିବେ ବାମ ପ୍ରାର୍ଥୀ

author img

By

Published : Jan 28, 2021, 3:25 PM IST

କୋଲକାତା:ଚଳିତ ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏଥର ନିଜ ବୁଡୁଥିବା ଡଙ୍ଗାକୁ ବଞ୍ଚାଇବା ପାଇଁ ବାମ ଦଳ ସହିତ ମେଣ୍ଟ କରିଛି କଂଗ୍ରେସ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହିତ ହୋଇଥିବା ମେଣ୍ଟରେ ବର୍ତ୍ତମାନସୁଦ୍ଧା 193 ପ୍ରାର୍ଥୀ ସ୍ଥିର ହୋଇସାରିଥିବା ସୂଚନା ଦେଇଛନ୍ତି, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଧିରରଞ୍ଜନ ଚୌଧୁରୀ ।

ଅଧିର ରଞ୍ଜନ କହିଛନ୍ତି, ଏବେସୁଦ୍ଧା 93 ପ୍ରାର୍ଥୀ ସ୍ଥିର ହୋଇଛନ୍ତି । ଏହି ସିଟ ମଧ୍ୟରୁ 92ଟିରେ କଂଗ୍ରେସ ଓ 101ଟିରେ ସିପିଏମ ପ୍ରାର୍ଥୀ ନିର୍ବାଚନ ଲଢିବେ । ଅଧିର ରଞ୍ଜନ କହିଛନ୍ତି, ନିର୍ବାଚନୀ ମେଣ୍ଟ ପାଇଁ ଏହା ଏକ ବଡ ନିଷ୍ପତ୍ତି । 294ରୁ 193 ସିଟରେ କଂଗ୍ରେସ ଓ ସିପିଏମରକୁ କେତେ ସେୟାର ମିଳିବ ତାହା ସ୍ଥିର ହୋଇସାରିଛି ।

ଗତ ନିର୍ବାଚନରେ କଂଗ୍ରେସ ସହ ମିଶି ଲେଫ୍ଟ ପାର୍ଟି ଯେଉଁ ସିଟରେ ବିଜୟ ହାସଲ କରିଥିଲେ ଏଥର ମଧ୍ୟ ସେହି ଆସନଗୁଡିକରେ ଲେଫ୍ଟ ପ୍ରାର୍ଥୀ ହିଁ ନିର୍ବାଚନ ଲଢିବେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେଟା ମାସ ବାକି ରହିଛି । ଏହାରି ମଧ୍ୟରେ ସରଗରମ ହୋଇପଡିଛି ରାଜ୍ୟ ରାଜନୀତି । ମମତାଙ୍କ ଗଡରେ ଗୈରୀକ ଧ୍ବଜା ଉଡାଇବାକୁ ଏପଟେ ବିଜେପି ସମସ୍ତ ଶକ୍ତି ଲଗାଇଥିବା ବେଳେ ସେପଟେ ଟିଏମସି ପାଦତଳୁ ମାଟି ଖସିବାରେ ଲାଗିଛି । ଏସବୁ ମଧ୍ୟରେ ନିଜର ଡଙ୍ଗା ବୁଡିଯାଉଥିବା ଦେଖି ନିର୍ବାଚନରେ ବାମଦଳର ସାହାରା ନେଇଛି କଂଗ୍ରେସ ।

ନିର୍ବାଚନକୁ ଆଖିଆଗରେ ରଖି ଡିସେମ୍ବର 24ରେ ବଡ ଘୋଷଣା କରିଥିଲା କଂଗ୍ରେସ । ବାମଦଳ ସହ ମିଶି କଂଗ୍ରେସ ପଶ୍ଚିମବଙ୍କ ବିଧାନସଭା ନିର୍ବାଚନ ଲଢିବ ବୋଲି କରିଥିଲା ଘୋଷଣା । ଅଧିର ରଞ୍ଜନ ଟ୍ବିଟ କରି କହିଥିଲେ ଯେ କଂଗ୍ରେସ ହାଇକମାଣ୍ଡ ଆନୁଷ୍ଠାନିକ ଭାବେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବାମଦଳ ସହ ମେଣ୍ଟକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ତେବେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାର୍କ୍ସବାଦୀ) ତଥା ସିପିଆଇଏମର କେନ୍ଦ୍ରୀୟ କମିଟି ଆଗାମୀ ନିର୍ବାଚନରେ କଂଗ୍ରେସ ସମେତ ସମସ୍ତ ଧର୍ମନିରପେକ୍ଷ ଦଳଗୁଡିକ ସହ ମିଶି ନିର୍ବାଚନ ଲଢିବା ନିଷ୍ପତ୍ତିକୁ ଅକ୍ଟୋବରରେ ହିଁ ମଞ୍ଜୁରୀ ପ୍ରଦାନ କରିଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.