ETV Bharat / bharat

କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ, ଉତ୍ପାଦ ଶୁଳ୍କ ନାଁରେ ଦେଶବ୍ୟାସୀ ଦେଉଛନ୍ତି ମୋଦି ଟାକ୍ସ

author img

By

Published : Feb 16, 2021, 7:45 PM IST

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରିବା ପ୍ରସଙ୍ଗରେ ମୋଦି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ, ଉତ୍ପାଦ ଶୁଳ୍କ ନାଁରେ ଦେଶବ୍ୟାସୀ ଦେଉଛନ୍ତି ମୋଦି ଟାକ୍ସ
କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ, ଉତ୍ପାଦ ଶୁଳ୍କ ନାଁରେ ଦେଶବ୍ୟାସୀ ଦେଉଛନ୍ତି ମୋଦି ଟାକ୍ସ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରିବା ପ୍ରସଙ୍ଗରେ ମୋଦି ସରକାରକୁ ଟାର୍ଗେଟ କରିଛି କଂଗ୍ରସ । ଦଳର ମୁଖପାତ୍ର ପୱନ ଖେଡା ଏହି ଅତିରିକ୍ତ ଟ୍ୟାକ୍ସକୁ ମୋଦି ଟ୍ୟାକ୍ସ କହି କେନ୍ଦ୍ର ସରକାରକୁ କଟାକ୍ଷ କରିଥିବା ଦେଖିବାକୁ ମିଳିଛି । ଦଳ କହିଛି ଏହି ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରି କେନ୍ଦ୍ର ସରକାର ଗତ 6 ରୁ 8 ମାସ ମଧ୍ୟରେ 20 ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିଥିବା କଥା ସେ ଅଭିଯୋଗ କରିଛନ୍ତି ।

ମେ 2014 ରେ ଅନ୍ତର୍ଜାତୀୟ ଅଶୋଧିତ ତୈଳର ବ୍ୟାରେଲ ପିଛା 108 ଡଲାର ଏବଂ ପେଟ୍ରୋଲ ଦିଲ୍ଲୀରେ 71.51 ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲରେ ଡିଜେଲ 57.28 ଟଙ୍କାରେ ବିକ୍ରି ହେଉଥିଲା। 1 ଫେବୃଆରୀ 2021 ରେ ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା 54.41 ଡଲାର ଥିଲା ଏବଂ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 89.29 ଟଙ୍କା ଥିଲା। ଦିଲ୍ଲୀରେ ଡିଜେଲ ଲିଟର ପିଛା 79.70 ଟଙ୍କାରେ ବିକ୍ରି ହେଉଛି। ସେ କହିଛନ୍ତି ଯେ ପେଟ୍ରୋଲ ଉପରେ ଲିଟର ପିଛା 23.78 ଟଙ୍କା ଏବଂ ଡିଜେଲ ପିଛା 28.37 ଟଙ୍କା 820 ପ୍ରତିଶତ ଏବଂ ପେଟ୍ରୋଲ ଉପରେ 258 ପ୍ରତିଶତ ଉତ୍ପାଦ ଶୁକ୍ଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ଉକ୍ତ ଆଦୟ ଅତିରିକ୍ତ ଉତ୍ପାଦ ଶୁଳ୍କ କେଉଁ ଭାବରେ ସରକାର ଖର୍ଚ୍ଚ କରୁଛନ୍ତି ତାହା ଜାଣିବା ମଧ୍ୟ ନିହାତି ଆବଶ୍ୟକ ବୋଲି ସେ ପ୍ରଶ୍ମ କରିଛନ୍ତି । କୃଷି, ଏମଏସଏମଇ କ୍ଷେତ୍ରରେ ଏହି ଅର୍ଥ ଖର୍ଚ୍ଚ କରାନଯାଇ କେବେଳ ହାତଗଣତି କର୍ପୋରେଟ୍ କ୍ଷେତ୍ର ପାଇଁ ସରକାର କାମ କରୁଥିବା ଅଭିଯୋଗ ହୋଇଛି ।ସରକାର ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ପ୍ରତ୍ୟାହାର କରି ନିଅନ୍ତି ତେବେ ତେଲ ଦର ହ୍ରାସ ପାଇବା ସହ ପେଟ୍ରୋଲର ମୂଲ୍ୟ ଲିଟର ପିଛା 61.92 ଟଙ୍କା ଏବଂ ଡିଜେଲ ଲିଟର ପିଛା 47.51 ଟଙ୍କା ହୋଇ ପାରିବ ବୋଲି ଦାବି କରିଛି କଂଗ୍ରେସ

କଂଗ୍ରେସ ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏହାର ଅଭାବକୁ ଲୁଚାଇବା ପାଇଁ ସୃଷ୍ଟି ହୋଇଥିବା ବିବାଦ ମାଧ୍ୟମରେ ଘୃଣା ଓ ଭୟ ସୃଷ୍ଟି କରିବାକୁ ବିଜେପି ସରକାର କାର୍ଯ୍ୟ କରୁଛି। ଦେଶବାସୀଙ୍କ ଧ୍ୟାନ ଏଡାଇବା ପାଇଁ ଏସବୁ କରାଯାଉଛି ବୋଲି କହିଛନ୍ତି। 2014 ସାଧାରଣ ନିର୍ବାଚନ ଜିତି କ୍ଷମତାକୁ ଆସିବା ପର ଠାରୁ ଲଗାତାର ବିଜେପି ଏହା କରିଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.