ETV Bharat / bharat

ମଧ୍ୟ ପ୍ରଦେଶ ବିଧାନସଭାରୁ ହଟିଲା ନେହେରୁଙ୍କ ଫଟୋ, ବିଜେପିକୁ ଟାର୍ଗେଟ କଲା କଂଗ୍ରେସ

author img

By ETV Bharat Odisha Team

Published : Dec 19, 2023, 4:48 PM IST

Nehru picture Removed from MP assembly: ମଧ୍ୟ ପ୍ରଦେଶ ବିଧାନସଭା ଗୃହରୁ ହଟିଲା ନେହେରୁଙ୍କ ଫଟୋ । ବିଜେପିକୁ କଂଗ୍ରେସର କଡ଼ା ଟାର୍ଗେଟ । ସେମାନେ ନେହେରୁଙ୍କ ଆଦର୍ଶକୁ ମଧ୍ୟ ହଟାଇବାକୁ ଚାହୁଁଛନ୍ତି । ଅଧିକ ପଢ଼ନ୍ତୁ

ମଧ୍ୟ ପ୍ରଦେଶ ବିଧାନସଭା ଗୃହରୁ ହଟିଲା ନେହେରୁଙ୍କ ଫଟୋ, ବିଜେପିକୁ ଟାର୍ଗେଟ କଲା କଂଗ୍ରେସ

ଭୋପାଳ: ମଧ୍ୟ ପ୍ରଦେଶ ବିଧାନସଭା ଗୃହରେ ଲାଗିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଫଟୋକୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଫଟୋକୁ ସ୍ଥାନ ମିଳିଛି । ବାଚସ୍ପତିଙ୍କ ଆସନର ଦକ୍ଷିଣ ପାର୍ଶ୍ବରେ ଜାତିରପିତା ମହାତ୍ମା ଗାନ୍ଧୀ ଓ ବାମ ପାର୍ଶ୍ବରେ ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଫଟୋ ଲାଗିଥିଲା । ଏଥିରେ ପରିବର୍ତ୍ତନ କରାଯିବାକୁ ନେଇ ରାଜନୀତି ଜୋର ଧରିଛି । ବିରୋଧୀ କଂଗ୍ରେସ ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ସହ ଶାସକ ବିଜେପିକୁ କଡ଼ା ସମାଲୋଚନା କରିଛି ।

ରାଜ୍ୟର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ପୁଅ ଜୟବର୍ଦ୍ଧନ ସିଂ ଏହି ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି । କାମଚଳା ବାଚସ୍ପତି ଗୋପାଳ ଭାର୍ଗବଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । 1947 ରେ ଭାରତ ପାକିସ୍ତାନ ଏକକାଳୀନ ସ୍ବାଧୀନତା ପାଇଥିଲେ । ମାତ୍ର ପାକିସ୍ତାନର ଅବସ୍ଥା ଏବେ କ’ଣ ଓ ଭାରତ ଆଜି କେଉଁଠି ପହଞ୍ଚିଛି ବୋଲି ଜୟବର୍ଦ୍ଧନ ପ୍ରଶ୍ନ କରି ନେହେରୁଙ୍କ ଦୃରଦୃଷ୍ଟି ସମ୍ପନ୍ନ ନେତୃତ୍ବର ଉଦାହରଣ ଦେଇଥିଲେ । ଭାରତୀୟ ଗଣତନ୍ତ୍ରର ମୂଳଦୁଆ ନେହେରୁଙ୍କ ପ୍ରଭାବୀ ନେତୃତ୍ବ ପାଇଁ ସମ୍ଭବ ହୋଇଛି ବୋଲି ସେ କହିବା ଏହା ବିଜେପି ସରକାର ଏକ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି । ଏହା ସହ କଂଗ୍ରେସ କାମଚଳା ବାଚସ୍ପତିଙ୍କ ସହ ଏହି ସମ୍ପର୍କରେ ଆଲୋଚନା କରିବା ନେଇ ସେ କହିଛନ୍ତି ।

ସେହିପରି ବିରୋଧୀ ଦଳ ନେତା ଉମଙ୍ଗ ସିଂହାର କହିଛନ୍ତି, ବିଜେପି କେବଳ ନେହେରୁଙ୍କ ଫଟୋକୁ ବାଦ ଦେଇନି ବରଂ ତାଙ୍କ ଆଦର୍ଶକୁ ମଧ୍ୟ ବାଦ ଦେବାକୁ ପ୍ରୟାସ କରୁଛି । ସେମାନେ ଏବେ ନେହେରୁଙ୍କ ସ୍ଥାନରେ ଆମ୍ବେଦକରଙ୍କ ଫଟୋ ଲଗାଇଲେ, ମାତ୍ର ପରେ ଏହାକୁ ମଧ୍ୟ ସ୍ଥାନାନ୍ତରଣ କରି ନାଥୁରାମ ଗଡସେଙ୍କ ଫଟୋ ମଧ୍ୟ ଲଗାଇବେ । ଯାହା ଅତି ଦୁର୍ଭାଗ୍ୟଜନକ ।

କଂଗ୍ରେସର ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା କହିଛନ୍ତି, ଏହି ନିଷ୍ପତ୍ତି ସଚିବାଳୟ ପକ୍ଷରୁ ଗ୍ରହଣ କରାଯାଇଛି । ସଦନରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଫଟୋ ରହିବା ଆବଶ୍ୟକ । ନେହେରୁଙ୍କର ଯେଉଁ ଫଟୋ ଅପସାରଣ କରାଯାଇଛି, ତାକୁ ମଧ୍ୟ ଉଚିତ ସ୍ଥାନରେ ଲଗାଯିବାର ବ୍ୟବସ୍ଥା ସଚିବାଳୟ କରୁଛି । ଅନ୍ୟପଟେ ଏହି ପ୍ରସଙ୍ଗରେ କାମଚଳା ବାଚସ୍ପତି ଭାର୍ଗଭ କହିଛନ୍ତି, ଏହି ନିଷ୍ପତ୍ତି ପୂର୍ବ ସରକାରରେ ହୋଇଥିଲା । ଏହା ଏବେ କାର୍ଯ୍ୟକାରୀ ହୋଇଛି । ବିସ୍ତୃତ ସୂଚନା ପାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ ଘଟଣା ସମ୍ପର୍କରେ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ଆରମ୍ଭ ,ତମାମ ବିରୋଧୀ ନେତା ଉପସ୍ଥିତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ଶୀତ ଅଧିବେଶନରେ ସଂସଦରେ ଜାମ୍ମୁ କାଶ୍ମୀର ସଂସରକ୍ଷଣ (ସଂଶୋଧନ) ବିଲ 2023 ଓ ପୁନର୍ଗଠନ ସଂଶୋଧନ ବିଲ ପାରିତ ହେବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସିଧା ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଟାର୍ଗେଟ କରିଥିଲେ । କାଶ୍ମୀର ପ୍ରସଙ୍ଗରେ ନେହେରୁଙ୍କ ଭୁଲ ନୀତିକୁ ସମାଲୋଚନା କରିବା ସହ ନେହେରୁଙ୍କ ପାଇଁ ପାକ ଅଧିକୃତ କାଶ୍ମୀର ସୃଷ୍ଟି ହୋଇଛି ବୋଲି ଶାହ କହିଥିଲେ । ଏହି ମନ୍ତବ୍ୟରେ ବିରୋଧୀ ସରକାରଙ୍କୁ ପାଲଟା ଟାର୍ଗେଟ କରିବା ସହ ଗୃହ ତ୍ୟାଗ କରିଥିଲେ । ଏବେ ବିଜେପି ଶାସିତ ମଧ୍ୟ ପ୍ରଦେଶର ବିଧାନସଭାରେ ମଧ୍ୟ ଫଟୋ ହଟାଯିବାକୁ ନେଇ ରାଜନୀତି ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.