ETV Bharat / bharat

ଝାଡଖଣ୍ଡର ୩ କଂଗ୍ରେସ ବିଧାୟକ ନିଲମ୍ବିତ, ହାଓ୍ୱଡାରୁ ବିପୁଳ ଟଙ୍କା ସହ ଧରାପଡିଥିଲେ - ଝାଡଖଣ୍ଡ କଂଗ୍ରେସକୁ ପୁଣି ଏକ ଝଟକା

ହାଓ୍ୱଡାରୁ ବିପୁଳ ଟଙ୍କା ସହ ଧରାପଡିଥିବା ଝାଡଖଣ୍ଡ କଂଗ୍ରେସର ୩ ବିଧାୟକଙ୍କୁ ନିଲମ୍ବିତ କରିଲା ଦଳ । ଏନେଇ ଆଜି(ରବିବାର) ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି କଂଗ୍ରେସ ମୁଖପାତ୍ର । ଅଧିକ ପଢନ୍ତୁ

ଝାଡଖଣ୍ଡ ୩ କଂଗ୍ରେସ ବିଧାୟକ ନିଲମ୍ବିତ, ହାଓ୍ୱଡାରୁ ବିପୁଳ ଟଙ୍କା ସହ ଧରାପଡିଥିଲେ

author img

By

Published : Jul 31, 2022, 4:18 PM IST

ନୂଆଦିଲ୍ଲୀ: ଝାଡଖଣ୍ଡ କଂଗ୍ରେସକୁ ପୁଣି ଏକ ଝଟକା । ବିଧାୟକଙ୍କ ଗାଡିରୁ ଟଙ୍କା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଂଗ୍ରେସ । ଝାଡଖଣ୍ଡର ଏହି ତିନି କଂଗ୍ରେସ ବିଧାୟକଙ୍କୁ ଦଳ ପକ୍ଷରୁ ସସପେଣ୍ଡ କରାଯାଇଛି । ଏନେଇ ଆଜି(ରବିବାର) ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ମୁଖପାତ୍ର ।

ଶନିବାର ଝାଡଖଣ୍ଡର ୩ ବିଧାୟକଙ୍କୁ ବିପୁଳ ଟଙ୍କା ସହ ପଶ୍ଚିମବଙ୍ଗ ହାଓ୍ବଡାରେ ଗିରଫ କରାଯାଇଥିଲା । ନିଲମ୍ବିତ ହୋଇଥିବା ତିନି କଂଗ୍ରେସ ବିଧାୟକ ହେଉଛନ୍ତି, ଜମତରା ବିଧାୟକ ଇରଫାନ୍ ଅନସାରୀ, ଖିଜିର ବିଧାୟକ ରାଜେଶ କଚ୍ଛପ ଏବଂ କୋଲେବିରାର ବିଧାୟକ ନମାନ ବିକ୍ସାଲ ।

ସୂଚନାଅନୁସାରେ, ଗତକାଲି(ଶନିବାର)ଏହି ତିନି ବିଧାୟକ ଝାଡଖଣ୍ଡର ଜମତରାରୁ ପଶ୍ଚିମବଙ୍ଗର ପୂର୍ବ-ମିଦିନାପୁର ଅଭିମୁଖେ ଯାଉଥିବା ବେଳେ କୌଣସି ସୁତ୍ରରୁ ସୂଚନା ପାଇ ରାସ୍ତାରେ କାରକୁ ରୋକିଥିଲା ହାଓ୍ବଡା ପୋଲିସ । କାରକୁ ଯାଞ୍ଚ କରିବା ପରେ ସେଥିରେ ବିପୁଳ ପରିମାଣର ନଗଦ ଟଙ୍କା ଥିବା ଜଣାପଡିଥିଲା । ଟଙ୍କା ସମ୍ପର୍କରେ ବିଧାୟକମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ ।

ଏହା ମଧ୍ୟ ପଢନ୍ତୁ: ବିପୁଳ ଟଙ୍କା ସହ ହାଓ୍ୱଡାରେ ଧରାପଡିଲେ ଝାଡଖଣ୍ଡ କଂଗ୍ରେସର ୩ ବିଧାୟକ

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବିଜେପି ଉପରେ ଦୋଷ ଲଦିଥିଲେ । କଂଗ୍ରେସ ବିଧାୟକଙ୍କ ସହାୟତାରେ ବିଜେପି ମହାରାଷ୍ଟ୍ରରେ ଖେଳା ଯାଇଥିବା ଖେଳ ଖେଳୁଛନ୍ତି ବୋଲି କହିଛନ୍ତି ଜୟରାମ ରମେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.