ETV Bharat / bharat

karnataka poll: ମହିଳା କାର୍ଡ ଖେଳିଲା କଂଗ୍ରେସ, କ୍ଷମତାକୁ ଆସିଲେ ଗୃହିଣୀଙ୍କୁ ମାସିକ 2000

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା । କ୍ଷମତାକୁ ଆସିଲେ ଗୃହିଣୀଙ୍କୁ ମାସିକ 2 ହଜାର ଟଙ୍କାର ସହୟତା । ବିଜେପି ସରକାରକୁ ଭ୍ରଷ୍ଟ କହି ବର୍ଷିଲେ ପ୍ରିୟଙ୍କା । ଅଧିକ ପଢନ୍ତୁ

author img

By

Published : Jan 16, 2023, 9:27 PM IST

କ୍ଷମତାକୁ ଆସିଲେ ଗୃହିଣୀଙ୍କୁ ମାସିକ 2 ହଜାର ଦେବ କଂଗ୍ରେସ

ହାଇଦ୍ରାବାଦ: ହିମାଚଳ ପ୍ରଦେଶରେ ବିଜେପିକୁ ମାତ ଦେଇ କ୍ଷମତା ଅକ୍ତିଆର କରିଥିବା କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କ୍ଷମତା ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଚଳିତବର୍ଷ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଦଳ ଏକ ବଡ ଘୋଷଣା କରିଛି । କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ପ୍ରତ୍ୟେକ ଗୃହିଣୀଙ୍କୁ ମାସିକ 2 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ଦଳ ଘୋଷଣା କରିଛି । ଆଜି ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଉପସ୍ଥିତିରେ ଏନେଇ ପ୍ରଦେଶ କଂଗ୍ରେସ କମିଟି ଏହି ଘୋଷଣା କରିଛି ।

ଏହି ଯୋଜନାର ନାମ ରହିବ ‘‘ଗୃହଲକ୍ଷ୍ମୀ ଯୋଜନା’’। ଏହା ଅଧୀନରେ ରାଜ୍ୟର ପ୍ରତ୍ୟେକ ଗୃହିଣୀଙ୍କ ବ୍ୟାଙ୍କ ଖାତାକୁ ମାସିକ 2 ହଜାର ଟଙ୍କା ହାରରେ ବର୍ଷକୁ 24 ହଜାର ଟଙ୍କା ପ୍ରଦାନ କରାଯିବ । ରାଜ୍ୟର ପ୍ରତ୍ୟେକ ଘରକୁ 200 ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଯୋଗାଇବା ନେଇ ଦଳ ଘୋଷଣା କରିବାର ମାତ୍ର ଦିନକ ପରେ ମହିଳାଙ୍କୁ ନେଇ ଦଳ ଏହି ବଡ ଘୋଷଣା କରିଛି । ତେବେ ବର୍ତ୍ତମାନ ବଢୁଥିବା ଦରଦାମରେ ଗୃହିଣୀଙ୍କ ପାଇଁ ଏପରି ଯୋଜନା ବେଶ ଲାଭଦାୟକ ହେବା ନେଇ ଦଳ କହିଛି ।

ଆଜିର ଘୋଷଣା ସମ୍ପର୍କରେ ଦଳ କହିଛି, ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ କଂଗ୍ରେସ ଯୋଜନା ପ୍ରସ୍ତୁତ କରିସାରିଛି । ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଏହି ଆର୍ଥିକ ସହୟତା ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ ରାଜ୍ୟର ମୋଟ ଦେଢକୋଟିରୁ ଅଧିକ ମହିଳା ସିଧାସଳଖ ଲାଭାନ୍ବିତ ହେବେ । ସେହିପରି ରାଜ୍ୟରେ ବିଜେପି ଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଦେଶରେ ଦରଦାମ ବୃଦ୍ଧିର ପ୍ରଭାବ ସିଧାସଳଖ ମହିଳାଙ୍କ ଉପରେ ପଡିଛି । ଚଳିତ ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ମହିଳାଙ୍କ ପାଇଁ ପୃଥକ ତଥା ସ୍ବତନ୍ତ୍ର ଇସ୍ତାହାର ଘୋଷଣା ହେବା ନେଇ ମଧ୍ୟ ପ୍ରିୟଙ୍କା ଗାନ୍ଧୀ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ।

ପ୍ରିୟଙ୍କା ବର୍ତ୍ତମାନର ବୋମ୍ମାଇ ସରକାର ଉପରେ ବର୍ଷିବା ସହ ଏକାଧିକ ଅଭିଯୋଗ ଲଗାଇଛନ୍ତି । ବିଜେପି ସରକାରରେ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି । ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଦୁର୍ନୀତିରେ ସାମିଲ ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି । ପୂର୍ବରୁ କଂଗ୍ରେସ କର୍ଣ୍ଣାଟକରେ କ୍ଷମତାରେ ଥିବା ବେଳେ ଗତନିର୍ବାଚନରେ ୟାଦ୍ଦିରୋପ୍ପାଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିଥିଲା । ଏବେ ବଶବରାଜ ବୋମ୍ମାଇ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହିମାଚଳରେ ବିଜେପିକୁ ହଟାଇ କ୍ଷମତା ହାତେଇବା ପରେ କଂଗ୍ରେସ ମଧ୍ୟ କର୍ଣ୍ଣାଟକରେ କ୍ଷମତାକୁ ଫେରିବା ନେଇ ବେଶ ଆଶାବାଦୀ ନଜର ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.