ETV Bharat / bharat

Confusion In NEET Result: ପୁନଃ ମୂଲ୍ୟାୟନ ପାଇଁ କୋର୍ଟର ଦ୍ବାରସ୍ଥ ହେଲେ ଛାତ୍ରୀ

author img

By

Published : Sep 18, 2022, 7:44 AM IST

NEET ଫଳାଫଳରେ ଆସିଲା ନାହିଁ ପ୍ରସ୍ତୁତି ମୁତାବକ ଫଳାଫଳ । କୋର୍ଟରେ ଦ୍ବାରସ୍ଥ ହୋଇ ପୁନଃ ମୂଲ୍ୟାୟନ ପାଇଁ ଛାତ୍ରୀ କଲେ ମାମଲା (A girl file petition to probe her OMR sheet)। କୋର୍ଟ ମଧ୍ୟ ପୁନଃ ମୂଲ୍ୟାଙ୍କନ କରିବା ପାଇଁ ପରୀକ୍ଷା ନିୟନ୍ତ୍ରକ ସଂସ୍ଥାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Confusion in NEET result : ପୁନଃ ମୂଲ୍ୟାୟନ ପାଇଁ କୋର୍ଟର ଦ୍ବାରସ୍ଥ ହେଲେ ଛାତ୍ରୀ

ଚେନ୍ନାଇ: ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଫଳଫଳ ମୂଲ୍ୟାଙ୍କନରେ ମିଳିଥିବା ମାର୍କରେ ଅସନ୍ତୁଷ୍ଟ ଜଣେ ଛାତ୍ରୀ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି (A girl file petition to probe her OMR sheet) । ତାଙ୍କ ପରୀକ୍ଷା ଉତ୍ତର ଖାତାର ସଠିକ ମୂଲ୍ୟାଙ୍କନ ହୋଇନାହିଁ ଓ ସେ ଉପଯୁକ୍ତ ମାର୍କ ପାଇନଥିବାରୁ ତାଙ୍କ ଉତ୍ତର ଖାତାର OMR ସିଟ ଆଉ ଥରେ ମୂଲ୍ୟାଙ୍କନ କରିବା ନେଇ ସେ ନ୍ୟାୟଳୟରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି । ଯାହାକୁ କୋର୍ଟ ମଧ୍ୟ ଗ୍ରହଣ କରିବା ସହ ପରୀକ୍ଷା ନିୟନ୍ତ୍ରକ ସଂସ୍ଥାକୁ ପୁନଃ ମୂଲ୍ୟାଙ୍କନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ମଦୁରାଇରେ ।

ମଦୁରାଇ ନିବାସୀ ଜୟଚିତ୍ରା ନାମକ ଜଣେ ଛାତ୍ରୀ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ଏହି ଆବେଦନ କରିଛନ୍ତି । ଆବେଦନରେ ଛାତ୍ରୀଜଣଙ୍କ ଦର୍ଶାଇଛନ୍ତି "ମୁଁ ମୋର ଦ୍ୱାଦଶ ଶ୍ରେଣୀ ସମାପ୍ତ କରି ଡାକ୍ତରୀ ଅଧ୍ୟୟନ ପାଇଁ ଜାତୀୟ ପ୍ରବେଶିକା ପରୀକ୍ଷା (NEET) ଅଂଶଗ୍ରହଣ କରିଥିଲି । 200 ପ୍ରଶ୍ନ ମଧ୍ୟରୁ 141 ଟି ପ୍ରଶ୍ନରେ ମୁଁ ସଠିକ୍ ଉତ୍ତର ମଧ୍ୟ ଲେଖିଥିଲି । ତେବେ ପରୀକ୍ଷା ପରେ ମୁଁ ପ୍ରଶ୍ନ ଏବଂ ଉତ୍ତର ସହିତ ଯାଞ୍ଚ କରି ସାରିଛି । ସେଥିରେ ମୁଁ 720 ରୁ 564 ମାର୍କ ସଠିକ କରିଥିବା ମଧ୍ୟ ନିଶ୍ଚିତ ହୋଇଥିଲି । କିନ୍ତୁ ଗତ ସେପ୍ଟେମ୍ବର 7ରେ ପ୍ରକାଶିତ NEET ଫଳାଫଳରେ ମୋତେ ମାତ୍ର 114 ମାର୍କ ପ୍ରଦାନ କରାଯାଇଛି । କିନ୍ତୁ ଶତକଡ଼ା ଭାବେ ଏହା 48.8% ବୋଲି ଫଳାଫଳ ସିଟରେ ଉଲ୍ଲେଖ ରହିଛି ।’’

ଛାତ୍ରୀଜଣଙ୍କ ଆହୁରି ମଧ୍ୟ କହିଛନ୍ତି, ‘‘ତେଣୁ ଏହି ମୂଲ୍ୟାୟନ ପ୍ରକ୍ରିୟାରେ ତ୍ରୁଟି ଥିବା ନେଇ ମୁଁ ନିଶ୍ଚିତ । ମୋତେ ମୋର NEET OMR ସିଟ୍ ଯାଞ୍ଚ କରିବାର ଆବଶ୍ୟକତା ରହିଛି । ମୋର ପୁରୁଣା ମାର୍କ ବାତିଲ କରାଯିବା ନୂତନ ଭାବେ ମୂଲ୍ୟାଙ୍କନ ହୋଇ ମାର୍କ ପ୍ରକାଶିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।’’ ଏହି ଆବେଦନ ଶନିବାର ଜଷ୍ଟିସ ଭବାନୀ ସୁଭରାୟଣଙ୍କ ଦ୍ବାରା ଶୁଣାଣି ହୋଇଥିଲା । କୋର୍ଟ ମଧ୍ୟ ଏହି ଆବେଦନକୁ ବୈଧ ବୋଲି ଦର୍ଶାଇବା ସହ ଛାତ୍ରୀଙ୍କର ତାଙ୍କ ଉତ୍ତର ଖାତାର OMR ସିଟର ପୁନଃମୂଲ୍ୟାଙ୍କନ କରାଇବାର ଅଧିକାର ରହିଛି । ତେଣୁ ପରୀକ୍ଷା କଣ୍ଡକ୍ଟ କରିଥିବା ସଂସ୍ଥା ତାଙ୍କ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁ ବୋଲି କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.