ETV Bharat / bharat

ଆମେରିକା ଚାକିରି ନାଁରେ ୮ ମହିଳାଙ୍କୁ ବିବାହ କଲେ NRI, ଟେର୍‌ ପାଉନି ପୋଲିସ

author img

By

Published : Jul 28, 2022, 10:30 PM IST

ୱିଗ୍ ପିନ୍ଧି ୮ ଜଣ ମହିଳାଙ୍କୁ ବିବାହ ଓ ପ୍ରତାରଣା କଲେ ଆନ୍ଧ୍ରପ୍ରଦେଶର ଜଣେ NRI(ପ୍ରବାସୀ ଭାରତୀୟ) । ଆମେରିକାର ଏକ ଜଣାଶୁଣା କମ୍ପାନୀରେ ସେ ସଫ୍ଟୱେୟାର ଇଞ୍ଜିନିୟର ଥିବା କହି ମହିଳାଙ୍କୁ ଫସାଉଥିଲେ । ଅଧିକ ପଢ଼ନ୍ତୁ

ଆମେରିକା ଚାକିରି ନାଁରେ ୮ ମହିଳାଙ୍କୁ ବିବାହ କଲେ NRI, ଅଭିଯୋଗ ପରେ ଟେର୍‌ ପାଉନି ପୋଲିସ

ଅମରାବତୀ: ୱିଗ୍ ପିନ୍ଧି ୮ ଜଣ ମହିଳାଙ୍କୁ ବିବାହ ଓ ପ୍ରତାରଣା କଲେ ଆନ୍ଧ୍ରପ୍ରଦେଶର ଜଣେ NRI(ପ୍ରବାସୀ ଭାରତୀୟ) । ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଥାନାରେ ଜଣେ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ସୁଦ୍ଧ ଏହି ଠକ NRI ଜଣକ ବିରୁଦ୍ଧରେ ୮ ଜଣ ଅଭଯୋଗ କରି ସାରିଛନ୍ତି ।

ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଥାନା ଅଞ୍ଚଳରେ ଶିବ ଶଙ୍କର ବାବୁ ନାମକ ଜଣେ ବ୍ୟକ୍ତି ଆମେରିକାରେ ଚାକିରି କରନ୍ତି । ବର୍ଷକରେ ଥରେ ସେ ଆନ୍ଧ୍ର ପ୍ରଦେଶ ଆସନ୍ତି । ଆଉ ଏହି ସମୟରେ ସେ ନକଲି ଚୁଟି ଲଗାଇ ବା ୱିଗ୍‌ ବ୍ୟବହାର କରି ବିବାହ କରନ୍ତି । ମହିଳାଙ୍କ ସହ ଏକରୁ ଦୁଇ ମାସ ବିତେଇବା ପରେ ସେମାନଙ୍କୁ ଛାଡ଼ି ସେ ଆମେରିକା ଚାଲି ଯାଆନ୍ତି । ଏହି ବ୍ୟକ୍ତିଙ୍କ ବୟସ ୪୬ ବର୍ଷ ହେବ । ସେ ବର୍ତ୍ତମାନ ସୁଦ୍ଧା ୮ ଜଣ ମହିଳାଙ୍କ ସହ ବିବାହ କରି ସାରିଛନ୍ତି ।

ଆମେରିକାର ଏକ ଜଣାଶୁଣା କମ୍ପାନୀରେ ସେ ସଫ୍ଟୱେୟାର ଇଞ୍ଜିନିୟର ଥିବା କଥା କୁହନ୍ତି । ସେଠାରେ ସେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରନ୍ତି ବୋଲି କୁହନ୍ତି । ବିଶେଷ କରି ଏହି NRI ଜଣକ ବିବାହ ବିଚ୍ଛେଦ ହୋଇଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲା । ଏହି କଥାରେ ଭାଷି ଯାଆନ୍ତି ସରଳ ମହିଳା । ଏହାପରେ ବିବାହ ପାଇଁ ମହିଳାଙ୍କ ପରିବାର ଠାରୁ ଲକ୍ଷଲକ୍ଷ ଟଙ୍କାର ଯୌତୁକ ମଧ୍ୟ ନିଅନ୍ତି ।

ଏହାପରେ ଏକ ସମ୍ଭ୍ରାନ୍ତ ଶ୍ରେଣୀୟ ହୋଟେଲ୍‌ରେ ମହିଳାଙ୍କ ସହ ଦିନ କାଟୁଥିଲେ । ୱିଗ୍‌ କେବେ ନପିନ୍ଧିଥିଲେ କିମ୍ବା ଧରା ପଡ଼ିଗଲେ ଚର୍ମରୋଗ କାରଣରୁ ତାଙ୍କ ଚୁଟି ଝଡ଼ି ଯାଇଥିବା କଥା କହୁଥିଲେ । ଏହି ସମୟରେ ମହିଳାଙ୍କ ସମ୍ବେଦନଶୀଳ ଭିଡିଓ ଉତ୍ତୋଳନ କରି ରଖୁଥିଲେ । କେହି ତାଙ୍କ ସତ୍ୟତା ଜାଣିଲେ ତାଙ୍କୁ ଟଙ୍କା ଦେଇ ମୁହଁ ବନ୍ଦ ରଖିବାକୁ କହୁଥିଲେ । ଏଥିରେ ବାଧା ଦେଲେ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲେ । ଏହି ସମସ୍ତ ଘଟଣାରେ ଅଭିଯୁକ୍ତଙ୍କ ବାପା ମାଆ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ ।

୨୦୧୯ରେ ଜଣେ ମହିଳାଙ୍କୁ ବିବାହ କରି ଶିବ ଶଙ୍କର ୨୫ ଲକ୍ଷ ଟଙ୍କା ଯୌତୁକ ନେଇଥିଲେ । ଏହାପରେ ତାଙ୍କୁ ଧମକ ଦେବାରୁ ମହିଳା ଜଣକ ଗୁଣ୍ଟୁର ଥାନାରେ ଅଭିଯୋଗ କରିଥିଲେ । ଏହି କ୍ରମରେ ଅନ୍ୟ ୭ ଜଣ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଆମେରିକା ଓ ଲଣ୍ଡନରେ ମଧ୍ୟ ସେ ଦୁଇଜଣଙ୍କୁ ବିବାହ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.