ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ରାବଣ ସହ ତୂଳନା କଲେ ଖଡଗେ, ଘେରିଲା ବିଜେପି - ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ ସହ ତୂଳନା କଲେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ । କହିଲେ ସବୁଠି ମୋଦି କହୁଛନ୍ତି ତାଙ୍କୁ ଦେଖି ଭୋଟ ଦିଅ । ତାଙ୍କର କେତେ ମୁଣ୍ଡ, ସେ ରାବଣ କି ? (Mallikarjun Kharge Comparing PM Modi to Ravana) । ବିଜେପି କଲା ସମାଲୋଚନା । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ରାବଣ ସହ ତୂଳନା କଲେ ଖଡଗେ, ଘେରିଲା ବିଜେପି

author img

By

Published : Nov 29, 2022, 11:01 PM IST

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ରାବଣ' ସହ ତୁଳନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗତକାଲି (ସୋମବାର) ଖଡଗେ ଗୁଜୁରାଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାବଣଙ୍କ ସହ ତୂଳନା କରିଥିଲେ । ମୋଦି କ’ଣ ରାବଣ ବୋଲି ପ୍ରଶ୍ନ କରିିଥିଲେ ମଲ୍ଲିକାର୍ଜୁନ । ଏହି ମନ୍ତବ୍ୟ ପରେ ବିଜେପି ଖଡଗେ ଓ କଂଗ୍ରେସ ଉପରେ ବର୍ଷିଛି (Mallikarjun Kharge Comparing PM Modi to Ravana) ।

  • मोदी जी प्रधानमंत्री हैं। वह काम छोड़कर नगर निगम का चुनाव, MLA का चुनाव, MP के चुनाव में प्रचार करते रहते हैं।

    हर वक्त अपनी ही बात करते हैं - 'आप किसी को मत देखो, मोदी को देखकर वोट दो।'

    आपकी सूरत कितनी बार देखें? आपके कितने रूप हैं? क्या रावण की तरह 100 मुख हैं?

    - @kharge जी pic.twitter.com/Iy6hYQfuhc

    — Congress (@INCIndia) November 29, 2022 " class="align-text-top noRightClick twitterSection" data=" ">

ଜନସଭାରେ ଖଡଗେ କହିଥିଲେ, ପ୍ରଧାନମନ୍ତ୍ରୀ ପ୍ରାୟତଃ ସବୁ ପ୍ରକାର ନିର୍ବାଚନରେ ପ୍ରଚାର କରି ଭୋଟ ମାଗୁଛନ୍ତି । ପ୍ରତ୍ୟେକ ଥର ସେ ତାଙ୍କୁ ଦେଖି ଭୋଟ ଦେବାକୁ ନିବେଦନ କରୁଛନ୍ତି । ତେବେ ଲୋକେ ତାଙ୍କର କେତେଟା ଚେହେରା ଦେଖିବେ ? ପ୍ରଧାନମନ୍ତ୍ରୀ ମୋଦିଙ୍କର 100ଟି ମୁଣ୍ଡ ଅଛି କି ବୋଲି ଖଡଗେ ପ୍ରଶ୍ନ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ 'ରାବଣ' ସହିତ ତୁଳନା କରିବା ପରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପାଲଟା ଟାର୍ଗେଟ କରିଛନ୍ତି । ଆଜି (ମଙ୍ଗଳବାର) ସମ୍ବିତ ଏକ ପ୍ରେସମିଟ କରି କଂଗ୍ରେସ ଉପରେ ବର୍ଷିବା ସହ ଖଡଗେଙ୍କ ଏପରି ଭାଷା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ସମ୍ବିତ ପାତ୍ର ଆହୁରି ମଧ୍ୟ କହିଛନ୍ତି, ଏପରି ମନ୍ତବ୍ୟ ନିନ୍ଦନୀୟ ଏବଂ ଏହା କଂଗ୍ରେସର ମାନସିକତାକୁ ହିଁ ପ୍ରତିଫଳିତ କରୁଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.