ETV Bharat / bharat

Communal Harmony In Dalwana: ଭାଇଚାରାର ନିଦର୍ଶନ, ଏକାଠି ଚଳନ୍ତି ହିନ୍ଦୁ-ମୁସଲିମ

ମୁସଲମାନ ସମ୍ପ୍ରଦାୟଙ୍କ ରୋଜା ପର୍ବ ଚାଲିଛି । ଏହାରି ଭିତରେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ସାମ୍ପ୍ରତିକ ହିଂସା ଦେଖିବାକୁ ମିଳୁଛି । ହେଲେ ଗୁଜୁରାଟ ବନସକାନ୍ଥ ଜିଲ୍ଲା ଭାଦଗାମ ଅଞ୍ଚଳରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ହିଂସା ଘଟାଇବାକୁ ଭାବୁଥିବା ଲୋକର ହୃଦୟକୁ ପରିବର୍ତ୍ତନ କରିଦେବ । ଅଧିକ ପଢନ୍ତୁ

author img

By

Published : Apr 14, 2022, 1:18 PM IST

Communal Harmony in Dalwana
Communal Harmony in Dalwana

ଗାନ୍ଧୀନଗର: ମୁସଲମାନ ସମ୍ପ୍ରଦାୟଙ୍କ ରୋଜା ପର୍ବ ଚାଲିଛି । ଏହାରି ଭିତରେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ସାମ୍ପ୍ରତିକ ହିଂସା ଦେଖିବାକୁ ମିଳୁଛି । ହେଲେ ଗୁଜୁରାଟ ବନସକାନ୍ଥ ଜିଲ୍ଲା ଭାଦଗାମ ତାଲୁକା ଏମିତି କିଛି ଦେଖିବାକୁ ମିଳିଛି ଯାହା ହିଂସା ଘଟାଇବାକୁ ଭାବୁଥିବା ଲୋକର ହୃଦୟକୁ ପରିବର୍ତ୍ତନ କରିଦେବ । ଏକତାର ବାର୍ତ୍ତା ହେଉଛି । ଯେଉଁଠାରେ ସାମ୍ପ୍ରଦାୟିକତାର କୌଣସି ସମସ୍ୟା ନାହିଁ । ଡାଲୱାନା ଗ୍ରାମରେ ହିନ୍ଦୁ ମନ୍ଦିର ଚଳାଉଥିବା ଡାଲୱାନା ଦେବସ୍ଥାନ ଟ୍ରଷ୍ଟ ଏବଂ ଗ୍ରାମ-ପଞ୍ଚାୟତ ଗାଁର ପ୍ରସିଦ୍ଧ ଭରଣ୍ଡା ଭାର ମହାରାଜ ମନ୍ଦିରରେ ରୋଜା ଖୋଲି ଗାଁରେ ଧାର୍ମିକ ଶାନ୍ତି ପ୍ରତିଷ୍ଠା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଯେଉଁ ଦୃଶ୍ୟ ଏକ ଭାଇଚାରାର ଉଦାହରଣ ସୃଷ୍ଟି କରିଛି ।

ବହୁ ପୂର୍ବରୁ ଭାଡଗାମର ଲୋକେ ଏହି କାର୍ଯ୍ୟ କରି ଆସୁଛନ୍ତି । ବର୍ତ୍ତମାନ ସାମ୍ପ୍ରଦାୟିକତା ଭୋଟ୍ ବ୍ୟାଙ୍କର କେନ୍ଦ୍ରବିନ୍ଦୁ ପାଲଟିଛି । ହେଲେ ଏହି ଗାଁରେ ସାମ୍ପ୍ରଦାୟିକତାକୁ ସମ୍ମାନ ଓ ଭଲ ପାଇବା କାହିଁ କେଉଁ କାଳରୁ ଦେଖିବାକୁ ମିଳୁଛି । ଏଠାରେ ହିନ୍ଦୁ ଓ ମୁସଲିମ ଏକାଠି ରୁହନ୍ତି ଯାହା ଦୁଇ ସମ୍ପ୍ରଦାୟ ମଧ୍ୟରେ ସହଯୋଗ ରହିଛି ।

ହିନ୍ଦୁ ପର୍ବ ପର୍ବାଣି ସମୟରେ ମୁସଲିମ ସମ୍ପ୍ରଦାୟ ଏକତ୍ରିତ ହୁଅନ୍ତି । ସ୍ଥାନୀୟବାସୀଙ୍କ ପାଇଁ ଏମାନେ ଭାଇଚାରାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ପରସ୍ପର ପର୍ବକୁ ସମ୍ମାନ ଦେଇଥାନ୍ତି । ଦୁଇ ସମ୍ପ୍ରଦାୟର ଏହି କାର୍ଯ୍ୟ ଏକ ଶାନ୍ତି ବାତାବରଣ ସୃଷ୍ଟି କରିଛି ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.