ETV Bharat / bharat

ବେଙ୍ଗାଲୁରୁରୁ ବନ୍ଧା ହେଲା HM କମାଣ୍ଡର, ଡ୍ରାଇଭର ସାଜି ଦେଉଥିଲା ଚକମା - ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ କମାଣ୍ଡର ଗିରଫ

ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ କମାଣ୍ଡର ଗିରଫ । ଦୀର୍ଘ 2 ବର୍ଷ ହେବ ଲୁଚି ରହିଥିବା ଆତଙ୍କୀ କମାଣ୍ଡର ବେଙ୍ଗାଲୁରୁରୁ ବନ୍ଧା ହୋଇଛି । ବେଙ୍ଗାଲୁରୁ ପୋଲିସର ସହାୟତାରେ ଆରଆର (Rashtriya Rifles) ଓ ସିଆରପିଏଫର (Central Armed Reserve Police Force) ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଅଧିକ ପଢନ୍ତୁ

ବେଙ୍ଗାଲୁରୁରୁ ବନ୍ଧା ହେଲା HM କମାଣ୍ଡର
ବେଙ୍ଗାଲୁରୁରୁ ବନ୍ଧା ହେଲା HM କମାଣ୍ଡର
author img

By

Published : Jun 7, 2022, 1:47 PM IST

ବେଙ୍ଗାଲୁରୁ: ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ କମାଣ୍ଡର ଗିରଫ । ଦୀର୍ଘ 2 ବର୍ଷ ହେବ ଲୁଚି ରହିଥିବା ଆତଙ୍କୀ କମାଣ୍ଡର ବେଙ୍ଗାଲୁରୁରୁ ବନ୍ଧା ହୋଇଛି । ବେଙ୍ଗାଲୁରୁ ପୋଲିସର ସହାୟତାରେ ଆରଆର (Rashtriya Rifles) ଓ ସିଆରପିଏଫ (Central Armed Reserve Police Force)ର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଜୁନ 3ରେ ଏହି ଅପରେସନ ହୋଇଥିଲା ।

ଗରିଫ ଆତଙ୍କୀ ଜଣଙ୍କ ହେଲା ତାଲିବ ହୁସେନ । ସେ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ କମାଣ୍ଡର । ଏ ନେଇ ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ସୂଚନା ଦେଇଛନ୍ତି । ତାଲିବ ଯୁବକଙ୍କ ବ୍ରେନ ୱାସ କରି ସେମାନଙ୍କୁ ମୋହରା କରି ଘାଟିରେ ହିନ୍ଦୁଙ୍କୁ ଟାର୍ଗେଟ କରୁଥିଲା । ଅନେକ ବୋମା ବିସ୍ଫୋରଣ କାର୍ଯ୍ୟରେ ତାଲିବର ସମ୍ପୃକ୍ତି ଥିବା ଜଣାପଡିଛି । ତାକୁ କାବୁ କରିବା ପାଇଁ ସୁରକ୍ଷା ବାହିମୀ ଅପରେସନ ଜୋରଦାର କଲା ସେ ବେଙ୍ଗାଲୁରୁକୁ ପଳାୟନ କରିଥିଲା ।

ସେ ପତ୍ନୀ ଓ ପିଲାଙ୍କୁ ନେଇ ବେଙ୍ଗାଲୁରୁ ଚାଲି ଆସିଥିଲା । ଜଣେ ଅଟୋ ଚାଳକ ଭାବେ ସାଧାରଣ ଜୀବନଯାପନ କରୁଥିଲା ତାଲିବ ହୁସେନ । ଗୁଇନ୍ଦାରୁ ଖବର ପାଇ ତାକୁ ଧରିବାରେ ସଫଳ ହୋଇଛି ସୁରକ୍ଷାବଳ । ସ୍ଥାନୀୟ ପୋଲିସ ତାଲିବ ହୁସେନର ଗତିବିଧି ଉପରେ ନଜର ରଖି ଟିକନିକ ଖବର ସଶସ୍ତ୍ର ବାହିନୀକୁ ଦେଉଥିଲା । ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଦଳ ଗତ ସପ୍ତାହରେ ବେଙ୍ଗାଲୁରୁର ପୋଲିସ କମିଶନରଙ୍କୁ ଭେଟିଥିଲେ । ଏହାପରେ ମିଳିତ ଅପରେସନରେ ତାଲିବକୁ କାବୁ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.