ETV Bharat / bharat

ଅଗ୍ନିବୀରଙ୍କୁ ଅବସର ଦେବାକୁ ସମସ୍ତ ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅପିଲ୍‌

ଅଗ୍ନିବୀରଙ୍କୁ ଅବସର ଦେବାକୁ ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରକୁ ଆହ୍ବାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଲେ ଆହ୍ବାନ (Rajnath singh on Agniveer)। ଅଧିକ ପଢନ୍ତୁ

author img

By

Published : Jan 4, 2023, 7:42 AM IST

ଅଗ୍ନିବୀରଙ୍କୁ ଅବସର ଦେବାକୁ ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରକୁ ରାଜନାଥଙ୍କ ଅପିଲ୍‌

ହାଇଦ୍ରାବାଦ: ଭାରତୀୟ ସେନାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଅଗ୍ନିବୀରଙ୍କୁୁ ବିଭିନ୍ନ କ୍ଷେତ୍ରରେ ଅବସର ଦେବା ପାଇଁ ବିଭିନ୍ନ ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରଗୁଡିକୁ ଅପିଲ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath singh on Agniveer) । ରାଜନାଥ କହିଛନ୍ତି ଅଗ୍ନିବୀର କେବଳ ଦେଶର ସୁରକ୍ଷାବୀର ନୁହନ୍ତି ବରଂ ସେମାନେ ସମୃଦ୍ଧିବୀର ମଧ୍ୟ । ସେମାନେ ଦେଶର ସମୃଦ୍ଧିରେ ମଧ୍ୟ ବଡ ଭାଗିଦାର ବନିବାକୁ ଯାଉଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଅବସର ସୃଷ୍ଟି କରିବାକୁ ହେବ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଗତକାଲି (ମଙ୍ଗଳବାର) ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସହଭାଗିତାରେ ଆୟୋଜିତ ଆଉଟରିଚ୍ ପ୍ରୋଗ୍ରାମକୁ ଭର୍ଚ୍ଚୁଆଲି ସମ୍ବୋଧିତ କରୁଥିବା ଅବସରରେ ଏପରି ମନ୍ତବ୍ୟ ରଖିଛନ୍ତି । ସମ୍ବୋଧନରେ ରାଜନାଥ କହିଛନ୍ତି, ଯେଉଁମାନେ ଦେଶର ରକ୍ଷା ପାଇଁ ସେମାନଙ୍କ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛନ୍ତି, ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଅବସର ସୃଷ୍ଟି କରିବା ବ୍ୟବସ୍ଥା ପାଇଁ ପ୍ରାଥମିକ ଦାୟିତ୍ବ ।

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହ ଏବଂ ତିନି ସେବା ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏହି ରାଜିନାମାରେ ଅଗ୍ନିବୀରଙ୍କ ଶିକ୍ଷା ଗ୍ରହଣକୁ ସୁଗମ କରିବା ନେଇ ଏକାଧିକ କାର୍ଯ୍ୟପନ୍ଥା ରହିଛି । ସେମାନେ କିପରି ସେନାରେ କାର୍ଯ୍ୟରତ ଥିବା ସମୟରେ ପାଠ ପଢିବାର ସୁଯୋଗ ପାଇବେ ସେନେଇ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ସେହିପରି ସେମାନଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ସହମତି ପ୍ରକାଶ କରିବା ସହ MOUରେ ସ୍ବାକ୍ଷର କରିଥିଲେ ।

ତେବେ ଭାରତୀୟ 3ସେନାରେ ଚୁକ୍ତିଭିତ୍ତିକ ତଥା ସ୍ବଳ୍ପକାଳୀନ ଭିତ୍ତିରେ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ସରକାର ଘୋଷଣା କରିବା ପରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିରୋଧ ସହ ପ୍ରତିବାଦ କରାଯାଇଥିଲା । କେତେକ ସହରରେ ସେନାରେ ଭର୍ତ୍ତି ଆଶାୟୀମାନେ ପ୍ରତିବାଦ କରିବା ସହ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା । ସ୍ଥିତିକୁ ଦେଖି ତିନି ସେନା ସହ ଆଲୋଚନା କରିବା ପରେ ସେଥିରେ କେତେକାଂଶରେ କୋହଳ କରିବା ସହ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଥିଲା ପ୍ରତିରକ୍ଷା ମନ୍ତ୍ରଣାଳୟ । ଏବେ 3ସେନାରେ ଏହି ଯୋଜନାରେ ଭର୍ତ୍ତି ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.