ETV Bharat / bharat

ସାଧାରଣ ଲୋକଙ୍କୁ ଝଟ୍‌କା, ବଢିଲା CNG ଦର - ସିଏନଜି ଦର ବୃଦ୍ଧି

ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ । ବଢିଲା ସିଏନଜି ଦର । ଜାଣନ୍ତୁ କେତେ

ସାଧାରଣ ଲୋକଙ୍କ ଝଟ୍‌କା, ବଢିଲା CNG ଦର
ସାଧାରଣ ଲୋକଙ୍କ ଝଟ୍‌କା, ବଢିଲା CNG ଦର
author img

By

Published : Mar 8, 2022, 3:14 PM IST

ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ଯୁଦ୍ଧ ବିଶ୍ବ ବଜାରକୁ ପ୍ରଭାବିତ କରିଛି । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦର ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି । ଖାଇବା ତେଲ ଠାରୁ ଆରମ୍ଭ କରି ବିଭିନ୍ନ ଖାଉଟି ସାମଗ୍ରୀର ଦରଦାମ୍ ଆକାଶ ଛୁଆଁ ହେବାରେ ଲାଗିଛି । ଯେଉଁ କାରଣରୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଏହାରି ଭିତରେ ଲାଗିଛି ଆଉ ଏକ ଝଟ୍‌କା । ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିବ ବୋଲି କୁହାଯାଉଥିବାବେଳେ ଆଜି ଦିଲ୍ଲୀରେ ବଢିଛି ସିଏନଜି ଦର(CNG price hiked in Delhi) । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଦର ୫୦ ପଇସାରୁ ୧ ଟଙ୍କା ଯାଏଁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର ଆଜି(ମଙ୍ଗଳବାର) ସକାଳୁ ଲାଗୁ ହୋଇଛି ।

ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଡେଟ୍ ସିଏନଜିର ଦାମ୍ ବୃଦ୍ଧି କରିଛି । ଯାହାଫଳରେ ଏବେ ରାଜଧାନୀ ଦିଲ୍ଲୀରେ ସିଏନଜି ଦର ୫୦ ପଇସା ବଢିଛି । ବର୍ତ୍ତମାନ ଏଠାରେ ସିଏନଜି ଦାମ୍ ୫୭.୫୧ ଟଙ୍କା ପ୍ରତି କିଲୋଗ୍ରାମ ପିଛା ରହିଛି । ପୂର୍ବରୁ ଏହା ୫୭.୦୧ ଟଙ୍କା ଥିଲା । ସେହିପରି ନୋଏଡା ଓ ଗାଜିଆବାଦରେ କିଲୋଗ୍ରାମ ପିଛା ୧ ଟଙ୍କା ମହଙ୍ଗା ହୋଇଛି ସିଏନଜି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.