ETV Bharat / bharat

CM Yogi to Mafia: 'ବିଜେପି ସରକାର ଥିବା ଯାଏଁ କାହାକୁ ବି ଧମକାଇପାରିବନି'

author img

By

Published : Apr 18, 2023, 6:31 PM IST

ଗ୍ୟାଙ୍ଗଷ୍ଟାର ଅତିକ୍‌ର ହତ୍ୟା ପରେ ମାଫିଆଙ୍କୁ କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କହିଲେ ବିଜେପି ସରକାର ଥିବା ଯାଏଁ କାହାକୁ ବି ଧମକାଇପାରିବନି । ଅଧିକ ପଢନ୍ତୁ

CM Yogi to Mafia
CM Yogi to Mafia
CM Yogi to Mafia

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ଭାଇ ଅଶ୍ରଫର ହତ୍ୟାକାଣ୍ଡ ପରେ ମାଫିଆଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୟୁପିରେ ୨୦୧୨ ମସିହାରୁ ୨୦୧୭ ମଧ୍ୟରେ ୭୦୦ରୁ ଅଧିକ ଦଙ୍ଗା ହୋଇଥିଲା । ହେଲେ ୨୦୧୭ରୁ ୨୦୨୩ ମଧ୍ୟରେ ୟୁପିରେ ଗୋଟିଏ ବି ଦଙ୍ଗା ହୋଇନାହିଁ । ରାଜ୍ୟରେ ବିଜେପି ସରକାର ଥିବା ପର୍ଯ୍ୟନ୍ତ ଆଉ କାହାକୁ ବି ମାଫିଆମାନେ ଡରାଇ ଧମକାଇ ପାରିବେ ନାହିଁ ବୋଲି କହିଛନ୍ତି ଯୋଗୀ ।

ଆଜି (ମଙ୍ଗଳବାର) ରାଜଧାନୀ ଲକ୍ଷ୍ନୌର ଟେକ୍ସଟାଇଲ ପାର୍କରେ ଏକ ଚୁକ୍ତିପତ୍ର ସ୍ବାକ୍ଷର କରିବା ସମୟରେ ଏହି କଡ଼ା ଚେତାବନୀ ଦେଇଛନ୍ତି ଯୋଗୀ । ସେ କହିଛନ୍ତି, " ଉତ୍ତରପ୍ରଦେଶରେ ୨୦୦୭ରୁ ୨୦୧୨ ମଧ୍ୟରେ ୩୬୪ରୁ ଅଧିକ ଦଙ୍ଗା ହୋଇଥିଲା । ଏପରିକି ୨୦୧୨ରୁ ୨୦୧୭ ମସିହା ମଧ୍ୟରେ ପ୍ରାୟ ୭୦୦ରୁ ଅଧିକ ଦଙ୍ଗା ହୋଇଥିଲା । ହେଲେ ୨୦୧୭ରୁ ୨୦୨୩ ମଧ୍ୟରେ ୟୁପିରେ ଗୋଟିଏ ବି ଦଙ୍ଗା ହୋଇନାହିଁ । ଗୋଟିଏ ଥର ବି କର୍ଫ୍ୟୁ ଲାଗିନାହିଁ । ଏପରି ହେବାର ପରିସ୍ଥିତି ମଧ୍ୟ ଉପୁଜିନାହିଁ । ରାଜ୍ୟରେ ବିଜେପି ସରକାର ଥିବା ପର୍ଯ୍ୟନ୍ତ ମାଫିଆମାନେ କାହାକୁ ବି ଡରାଇ ଧମକାଇ ପାରିବେ ନାହିଁ ।"

ଏହା ବି ପଢନ୍ତୁ- ବିଜେପିରେ ମିଶିବେନି ଅଜିତ, ଚର୍ଚ୍ଚାକୁ ଗୁଜବ କହି କଲେ ଖଣ୍ଡନ

ଉତ୍ତରପ୍ରଦେଶ ଅପରାଧର ହବ୍‌ ବୋଲି ସାରା ଦେଶରେ କୁଖ୍ୟାତି ଅର୍ଜନ କରିଥିଲା । ମାତ୍ର ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ରାଜ୍ୟର ଆଇନ ଶୃଙ୍ଖଳାରେ ପରିବର୍ତ୍ତନ ଆସିଛି । ଏବେ ଫୋନରେ କୌଣସି ବ୍ୟବସାୟୀଙ୍କୁ ମାଫିଆମାନେ ଭୟଭୀତ କରିପାରିବେ ନାହିଁ ବୋଲି କହିଛନ୍ତି ଯୋଗୀ । ଗ୍ୟାଙ୍ଗଷ୍ଟାର ଅତିକର ହତ୍ୟାକାଣ୍ଡର ୩ ଦିନ ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ସୂଚନା ଥାଉ କି ଗତ ୧୫ ତାରିଖରେ ୩ଜଣ ଦୁର୍ବୃତ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ବେଶରେ ଆସି ମାଫିଆ ବ୍ରଦର୍ସଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ । ପୋଲିସ କିଛି ଜାଣିବା ପୂର୍ବରୁ ଅତିକ ଓ ଅଶ୍ରଫର ମୃତ୍ୟୁ ଘଟିସାରିଥିଲା ।

ଏହାପରେ ପୋଲିସ ୨ ସୁଟରଙ୍କୁ କାବୁ କରିଥିଲା । ତେବେ ଏମାନେ ଗ୍ୟାଙ୍ଗଷ୍ଟାର ହେବେ ବୋଲି ଅତିକ ଓ ଅଶ୍ରଫକୁ ହତ୍ୟା କରିଥିବା କହିଥିଲେ । ପ୍ରୟାଗରାଜ ମେଡିକାଲ କଲେଜକୁ ମେଡିକାଲ ଚେକଅପ ପାଇଁ ଆସୁଥିବା ବେଳେ ମାଫିଆ ବ୍ରଦର୍ସଙ୍କ ହତ୍ୟା ହୋଇଥିଲା । ଅତିକର ମୁଣ୍ଡ, ବେକ ଓ ଛାତିରୁ ପ୍ରାୟ ୮ଟି ଗୁଳି ବାହାରିଥିବା ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ ନେଇ ବିରୋଧୀ ପୋଲିସ ଓ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଏପଟେ ରାଜ୍ୟ ସରକାର ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.