ETV Bharat / bharat

ନବୀନଙ୍କୁ ଚିଠି ଲେଖିଲେ ଷ୍ଟାଲିନ, NEET ବିରୋଧରେ ହାତ ମିଳାଇବାକୁ କଲେ ଅପିଲ

author img

By

Published : Oct 4, 2021, 8:53 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ତାମିଲନାଜୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । NEET ସମ୍ପର୍କରେ ଏହି ଚିଠି ଲେଖାଯାଇଛି । ଅଧିକ ପଢନ୍ତୁ...

ନବୀନଙ୍କୁ ଚିଠି ଲେଖିଲେ ଷ୍ଟାଲିନ, NEET ବିରୋଧରେ ହାତ ମିଳାଇବାକୁ କଲେ ଅପିଲ
ନବୀନଙ୍କୁ ଚିଠି ଲେଖିଲେ ଷ୍ଟାଲିନ, NEET ବିରୋଧରେ ହାତ ମିଳାଇବାକୁ କଲେ ଅପିଲ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ତାମିଲନାଜୁ ସିଏମ ଏମକେ ଷ୍ଟାଲିନ । NEET ସମ୍ପର୍କରେ ଏହି ଚିଠି ଲେଖାଯାଇଛି । ଓଡିଶା ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାଲିନ ଲେଖିଛନ୍ତି ଚିଠି । ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା NEET ବିରୋଧରେ ସ୍ବର ଉଠାଉଛନ୍ତି ତାମିଲନାଡୁ ସରକାର ।

ଖୁବ ଶୀଘ୍ର ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି ଷ୍ଟାଲିନ । ଏଥିରେ ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଦିଲ୍ଲୀ, ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଗୋଆ ମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି । ଚିଠିରେ ସାମାଜିକ ସ୍ତରରେ ପଞ୍ଚିତ ଛାତ୍ରଛାତ୍ରୀଙ୍କ ଉପରେ ନୀଟ୍‌ ପରୀକ୍ଷାର ପ୍ରଭାବ ସମ୍ପର୍କରେ ଅଧ୍ୟୟନ କରିଥିବା ଏକେ ରଞ୍ଜନ କମିଟିର ରିପୋର୍ଟକୁ ଯୋଡିଛନନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ।

ନିକଟରେ NEET ପରୀକ୍ଷା ପର୍ବରୁ ଆଶାୟୀ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତାମିଲନାଡୁ ବିଧାନସଭାରେ ଜୋରଦାର ହଙ୍ଗାମା ହୋଇଥିଲା । ଘଟଣା ପରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇ ନିଟ୍‌ ପରୀକ୍ଷା ରଦ୍ଦ କରିବା ପାଇଁ ବିଧାନସଭାରେ ପାରିତ କରିଥିଲେ ଏକ ବିଧେୟକ । ଏମବିବିଏସ/ବିଡିଏସ ପ୍ରବେଶିକା ପରୀକ୍ଷା ପାଇଁ ଦ୍ବାଦଶ ବୋର୍ଡ ପରୀକ୍ଷା ରେଜଲ୍ଟ ଆଧାରରେ ଆଡମିଶନ ହେବ ବୋଲି ବିଧେୟକରେ କୁହାଯାଇଥିଲା ।

NEET ପରୀକ୍ଷା ପୂର୍ବରୁ ଜଣେ 20 ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ପରୀକ୍ଷା ପୂର୍ବରୁ ଦାନୁଶ ଏପରି ଚରମ ନିଷ୍ପତ୍ତି ନେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଛାତ୍ର ମୃତ୍ୟୁକୁ ନେଇ ତାମିଲନାଡୁରେ ସରଗର ହୋଇଉଠିଥିଲା ରାଜ୍ୟ ରାଜନୀତି । NEET ପରୀକ୍ଷାରେ କେନ୍ଦ୍ର ସରକାରଙ୍କ ଅପାରଗତା ଦର୍ଶାଇବା ସହ ଏହା ବିରୋଧରେ ଏକ ବିଲ ଆଣିବାକୁ ଘୋଷଣା କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.