ETV Bharat / bharat

ହିମାଚଳପ୍ରଦେଶ ବିଧାନସଭା ଗେଟରେ ଉଡିଲା ଖଲିସ୍ତାନୀ ପତାକା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : May 8, 2022, 4:01 PM IST

ହିମାଚଳପ୍ରଦେଶ ବିଧାନସଭା ଗେଟରେ ଲାଗିଛି ଖଲିସ୍ତାନୀ ପତାକା । ଗତକାଲି ରାତିରେ ଘଟଣା ଘଟିଥିବା ସନ୍ଦେହ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ତଦନ୍ତ । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶ ବିଧାନସଭା ଗେଟରେ ଉଡିଲା ଖଲିସ୍ତାନୀ ପତାକା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସିମଲା: ଧର୍ମଶାଳାରେ ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଫାଟକ ଓ ପାଚେରୀରେ ଦେଖିବାକୁ ମିଳିଛି ଖଲିସ୍ତାନୀ ପତାକା । ଆଜି ସକାଳେ ଏହି ପତାକା ଲାଗିଥିବା ଦେଖିବାକୁ ମିଳିବା ପରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ ଘଟଣାର ଅନୁସନ୍ଧାନ ଆରମ୍ଭ କରିସାରିଛି । ଏପରି କାର୍ଯ୍ୟକଳାପରେ ଯେଉଁମାନେ ସମ୍ପୃକ୍ତ ଥିବେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିସାରିଛନ୍ତି ।

ଧର୍ମଶାଳାରେ ଥିବା ଏହି ବିଧାନସଭା ଅଟ୍ଟାଳିକାରେ କେବଳ ଶୀତ ଅଧିବେଶନ ଅନୁଷ୍ଠିତ ହେଉଥିବାରୁ ସେଠାରେ ସବୁ ସମୟରେ ପ୍ରାୟ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳେନାହିଁ । ତେଣୁ ସୁରକ୍ଷା ବ୍ୟବସ୍ଥାର ଅଭାବର ସୁଯୋଗ ନେଇ କେହି ଦୁର୍ବୃତ୍ତ କିମ୍ବା ଏକାଧିକ ଖଲିସ୍ତାନୀ ସମର୍ଥକ ଏଥିରେ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେଣୁ ବର୍ତ୍ତମାନ ସେଠାରେ ସୁରକ୍ଷା ବ୍ୟବସ୍ଥା ବଢାଇବକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଠାକୁର କହିଛନ୍ତି ।

ଯିଏ ବି ଏପରି କରୁ ନା କାହିଁକି, ଏହାକୁ କୌଣସି ପରସ୍ଥିତିରେ ବରଦାସ୍ଥ କରାଯିବ ନାହିଁ । ତୁରନ୍ତ ତଦନ୍ତ ମଧ୍ୟ ଆରମ୍ଭ ହୋଇସାରିଛି । କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ନେଇ ସେ ଘୋଷଣା କରିଛନ୍ତି । ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଉକ୍ତ ପତାକାକୁ ଗେଟ ଓ ପାଚେରୀରୁ ହଟାଇଛି । ସ୍ଥାନୀୟ ଏସପି କୁଶାଲ ଶର୍ମା କହିଛନ୍ତି ଏହା ଖଲିସ୍ତାନୀ ସମର୍ଥକଙ୍କ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.