ETV Bharat / bharat

ତେଲେଙ୍ଗାନା ଶହୀଦ ସ୍ମାରକୀ ଲୋକାର୍ପଣ କଲେ କେସିଆର

author img

By

Published : Jun 22, 2023, 10:41 PM IST

ତେଲେଙ୍ଗାନା ଶହୀଦ ସ୍ମାରକୀ ଲୋକାର୍ପଣ କଲେ କେସିଆର । ସ୍ବତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନରେ ପ୍ରାଣବଳୀ ଦେଇଥିବା ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ

ତେଲେଙ୍ଗାନା ଶହୀଦ ସ୍ମାରକୀ ଲୋକାର୍ପଣ କଲେ କେସିଆର
ତେଲେଙ୍ଗାନା ଶହୀଦ ସ୍ମାରକୀ ଲୋକାର୍ପଣ କଲେ କେସିଆର

ହାଇଦ୍ରାବାଦ: ସ୍ବତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନ ଆନ୍ଦୋଳନରେ ପ୍ରାଣବଳୀ ଦେଇଥିବା ରାଜ୍ୟର ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜି ତେଲେଙ୍ଗାନା ଶହୀଦ ସ୍ମାରକୀ ଲୋକର୍ପଣ କରିଛନ୍ତି ମୁଖ୍ଯମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ହାଇଦ୍ରାବାଦ ସହରର କେନ୍ଦ୍ରସ୍ଥଳୀରେ ଥିବା ହୁସିଆନ ସାଗରର କୂଳରେ ନିର୍ମିତ ଏହି ରାଜ୍ୟ ଶହୀଦ ସ୍ମାରକ ସମଗ୍ର ରାଜ୍ୟ ପାଇଁ ପ୍ରେରଣା ହୋଇରହିବ । ଏହା ବ୍ୟତୀତ ଶହୀଦ ସ୍ମାରକୀ ରାଜ୍ୟର ଶାସନ ବ୍ୟବସ୍ଥା ଓ ନେତୃମଣ୍ଡଳୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବା ନେଇ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି ।

ସ୍ବତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନର 10 ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଏହି ଅମର ଜ୍ୟୋତି ସ୍ମାରକୀକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବତନ୍ତ୍ର ରାଜ୍ୟ ଗଠନରେ ବଳିଦାନ ଦେଇଥିବା ଅନେକ ସଂଗ୍ରାମୀଙ୍କୁ ଆମେ ଭୁଲିଯିବା ଆଦୌ ଉଚିତ ନୁହେଁ । ଏହି ସ୍ମାରକୀରେ ଏକ ଫଟୋ ଓ ଭିଡିଓ ପ୍ରଦର୍ଶନୀ ଗ୍ୟାଲେରୀ ମଧ୍ୟ ପ୍ରତିଷ୍ଠା କରାଯାଇଛି । 1969 ପରଠାରୁ ସ୍ବତନ୍ତ୍ର ତେଲେଙ୍ଗାନା ଆନ୍ଦୋଳନ ସମ୍ପର୍କିତ ଫଟୋଗ୍ରାଫ୍ ଓ ଭିଡିଓ ଫୁଟେଜକୁ ରାଜ୍ୟବାସୀ ପ୍ରଦାନ କରନ୍ତୁ । ଏହାକୁ ସ୍ମାରକୀ ଗ୍ୟାଲେରୀରେ ପ୍ରଦର୍ଶିତ କରାଯିବ ।

ତେଲେଙ୍ଗାନା ଆନ୍ଦୋଳନର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଘଟିଥିବା ଘଟଣାଗୁଡ଼ିକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ କେସିଆର । ଏଥିରେ ରାଜ୍ୟର ବିଭିନ୍ନ ବର୍ଗର ଲୋକେ, ବିଶେଷକରି ତେଲେଙ୍ଗାନାର ବୁଦ୍ଧିଜୀବୀ ଏବଂ ଛାତ୍ରମାନେ ଏହି ଆନ୍ଦୋଳନକୁ କିପରି ବଜାୟ ରଖିଥିଲେ ତାହା ସ୍ମରଣ କରିବାର ଅବସର ଆସିଛି । ଏହି ଆନ୍ଦୋଳନକୁ ବଜାୟ ରଖିବା ପାଇଁ ପ୍ରଫେସର ଜୟଶଙ୍କର ଏବଂ କୋଣ୍ଡା ଲକ୍ଷ୍ମଣ ବାପୁଜୀଙ୍କଙ୍କ ଉଦ୍ୟମ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ।

ଚନ୍ଦ୍ରଶେଖର ରାଓ କହିଥିଲେ, ଶହୀଦମାନଙ୍କ ବଳିଦାନ ବହୁମୂଲ୍ୟ । କିନ୍ତୁ ସେମାନଙ୍କ ଅବର୍ତ୍ତମାନରେ ସେମାନଙ୍କ ପରିବାରକୁ ଅଣଦେଖା ନକରି ସେମାନଙ୍କୁ ଉଚିତ ସମ୍ମାନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପ୍ରାୟ 7 ଶହ ପରିବାରର ବଳିଦାନକୁ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଚାକିରୀ, ଆର୍ଥିକ ସହାୟତା ଏବଂ ବାସଗୃହ ଯୋଗାଇ ଦିଆଯାଇଛି । ଯଦି ରାଜ୍ୟ ସରକାରଙ୍କ ଏହି ଯୋଜନାରୁ କେହି ସଂଗ୍ରାମୀ ପରିବାର ବାଦ ପଡିଥାଏ, ତେବେ ସରକାରଙ୍କ ନିକଟରେ ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ସ୍ବତନ୍ତ୍ର ପ୍ରଦେଶ ଆନ୍ଦୋଳନରେ ନିଜେ କେସିଆରଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଥିଲା । ରାଜ୍ୟ ଗଠନ ହେବା ପରେ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ତେଲେଙ୍ଗାନା ଭାରତବର୍ଷର କନିଷ୍ଠତମ ରାଜ୍ୟ ଭାବେ 10 ବର୍ଷରେ ପାଦ ଦେବାକୁ ଯାଉଥିବା ବେଳେ କେସିଆର ମୁଖ୍ଯମନ୍ତ୍ରୀ ପଦ ବଜାୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.