ETV Bharat / bharat

ଭାଇରାଲ ଜ୍ବର ସହ ଛାତି ସଂକ୍ରମଣରେ ସଂକ୍ରମିତ KCR, ପୁଅ KTR ଦେଲେ ସୂଚନା

author img

By ETV Bharat Odisha Team

Published : Oct 7, 2023, 10:42 PM IST

ଭାଇରାଲ ଜ୍ବରରେ ସଂକ୍ରମିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ଛାତିରେ ଜୀବାଣୁଜନିତ ସଂକ୍ରମଣ କାରଣରୁ ଆରୋଗ୍ୟ ହେବା ବିଳମ୍ବ ହେଉଥିବା ପୁଅ କେଟିଆର ଦେଲେ ସୂଚନା । ଅଧିକ ପଢନ୍ତୁ

କେସିଆର ଛାତିରେ ସଂକ୍ରମଣ ରୋଗରେ ପୀଡିତ
କେସିଆର ଛାତିରେ ସଂକ୍ରମଣ ରୋଗରେ ପୀଡିତ

ହାଇଦ୍ରାବାଦରେ: ଭାଇରାଲ ଜ୍ବରରେ ପୀଡିତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଗଣେଶ ଚତୁର୍ଥୀ ପରଠାରୁ ତାଙ୍କୁ କୌଣସି କାର୍ଯ୍ୟକ୍ରମରେ କିମ୍ବା ତାଙ୍କ ଅଫିସରେ ମଧ୍ୟ ଦେଖିବାକୁ ମିଳୁନାହିଁ । ତେବେ ସେ ଭାଇରାଲ ଜ୍ବର ବ୍ୟତୀତ ଛାତିରେ ଜୀବାଣୁଜନିତ ସଂକ୍ରମଣରେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ତାଙ୍କ ଛାତି ସଂକ୍ରମଣ କାରଣରୁ ତାଙ୍କର ସୁସ୍ଥ ହେବାରେ ବିଳମ୍ବ ହେଉଥିବା ସୂଚନା ଦେଇଛନ୍ତି ପୁଅ ତଥା ରାଜ୍ୟ ମନ୍ତ୍ରୀ କେଟିଆର । ତେବେ ସେ ଏବେ ଘରେ ଡାକ୍ତରୀ ଟିମ ତତ୍ତ୍ବାବଧାନନରେ ଚିକିତ୍ସାଧୀନ ଥିବା ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ସୁସ୍ଥ ହୋଇ ଖୁବଶିଘ୍ର ଲୋକଙ୍କ ନିକଟକୁ ଫେରିବା ନେଇ ମଧ୍ୟ କେଟିଆର କହିଛନ୍ତି ।

ପୂର୍ବ ସପ୍ତାହରେ ବାପା ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଟ୍ବିଟ କରି ସୂଚନା ଦେଇଥିଲେ କେଟିଆର । ‘‘ ମୁଖ୍ୟମନ୍ତ୍ରୀ କେସିଆର ଭାଇରାଲ ଜ୍ବରରେ ପୀଡିତ ଅଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କୁ ଘରେ ଚିକିତ୍ସା ଜାରି ରଖିଛି । ସେ ଏବେ ଡାକ୍ତରୀ ଟିମର ତତ୍ତ୍ବାବଧାନରେ ରହିଛନ୍ତି । ତେଣୁ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁନାହାନ୍ତି । ଡାକ୍ତରଙ୍କ ସୂଚନା ଅନୁସାରେ, ସେ ଖୁବଶିଘ୍ର ଆଉ ମାତ୍ର କିଛି ଦିନ ମଧ୍ୟରେ ସୁସ୍ଥ ହେବେ । ସେ ଜ୍ବରରେ ଆକ୍ରାନ୍ତ ଥିବା ସହ ଛାତିରେ ଜୀବାଣୁଜନିତ ସଂକ୍ରମଣରେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରେ ବିଳମ୍ବ ହେଉଛି । ସେ ଖୁବଶିଘ୍ର ସୁସ୍ଥ ହୋଇ ପୁଣି ଲୋକଙ୍କ ସମ୍ମୁଖକୁ ଆସିବେ ।’’

ଏହା ମଧ୍ୟ ପଢନ୍ତୁ:-Attack on Israel: ଦୁଇଟି ବିମାନ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

ତେବେ ଭାଇରାଲ ଜ୍ବରର ଲକ୍ଷଣ ପ୍ରକାଶ ପାଇବା ପରେ ଗତ ତିନି ସପ୍ତାହ ହେଲାଣି ମୁଖ୍ୟମନ୍ତ୍ରୀ କେସିଆର କାର୍ଯ୍ୟାଳୟ ନଆସିବା ସହ ସାଧାରଣ କାର୍ଯ୍ୟକ୍ରମ ଓ ସଭା ସମିତିରେ ମଧ୍ୟ ଅଂଶଗ୍ରହଣ କରୁନାହାନ୍ତି । ସେ ଏବେ ପ୍ରଗତି ଭବନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମର ନିରିକ୍ଷଣରେ ରହିଛନ୍ତି । ଗଣେଶ ପୂଜା ପରେ ସେ ପ୍ରାୟତଃ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାନ୍ତି । ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ମଧ୍ୟ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ । ଦଳୀୟ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.