ETV Bharat / bharat

Jharkhand Mining Scam: ଆଜି ଇଡିରେ ହାଜର ହେବେ ହେମନ୍ତ ସୋରେନ - ହେମନ୍ତ ସୋରେନ

ଖଣି ଦୁର୍ନୀତି ମାମଲାରେ ଆଜି ଇଡିରେ ହାଜର ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅଧିକ ପଢନ୍ତୁ

Jharkhand Mining Scam: ଆଜି ଇଡିରେ ହାଜର ହେବେ ହେମନ୍ତ ସୋରେନ

author img

By

Published : Nov 17, 2022, 11:54 AM IST

Updated : Nov 17, 2022, 12:07 PM IST

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ(Jharkhand CM Hemant Soren) ଆଜି ଇଡିରେ ହାଜର ହେବେ । ସାହେବଗଞ୍ଜ ଜିଲ୍ଲା ଖଣି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସୋରେନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ପହଞ୍ଚିବେ । ଏହାପୂର୍ବରୁ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଖଣି ଦୁର୍ନୀତି ମାମଲା(Jharkhand Mining Scam)ରେ ପୂର୍ବରୁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିସାରିଛି । ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଥିଲା ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡିରେ ହାଜର ହେବାକୁ ଥିବାରୁ ଆଜି ରାଜଧାନୀ ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ରାଞ୍ଚିର ହିନୁ ଛକ ଠାରୁ ଏୟାରପୋର୍ଟ ଅଞ୍ଚଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ବିଜେପି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭାରି ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ତେବେ ଇଡିର ଡାକରା ଘଟଣାରେ ସୋରେନ କହିଛନ୍ତି, ‘‘ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଛି ତାହା ଠିକ୍ ନୁହେଁ । ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଯେଉଁଭଳି ଭାବେ ମୋତେ ସମନ କରାଯାଉଛି ଲାଗୁଛି ଯେମିତି ମୁଁ ଦେଶ ଛାଡି ପଳାଉଛି ।’’ ସରକାର ଭାଙ୍ଗିବା ପାଇଁ ଏସବୁ ଷଡଯନ୍ତ୍ର କରାଯାଉଥିବା ସୋରେନ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

ପ୍ରକାଶଥାଉ କି, ଇଡି ଖଣି ଦୁର୍ନୀତି ମାମଲାରେ ଗିରଫ ପଙ୍କଜ ମିଶ୍ରାଙ୍କ ଘରେ ଚଢାଉ ବେଳେ ସେଠାରୁ ସୋରେନଙ୍କ ଗୋଟିଏ ବ୍ୟାଙ୍କ ପାସବୁକ, ଚେକ ବୁକ୍ ସମେତ ଦୁଇଟି ଦସ୍ତଖତ ଚେକ୍ ଜବତ କରିଥିଲା । ଏହି ଘଟଣାରେ ମାସକ ପରେ ନଭେମ୍ବର ୩ ତାରିଖରେ ଜେରା ପାଇଁ ହାଜର ହେବାକୁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସମନ ଜାରି କରିଥିଲା । ମାତ୍ର ସୋରେନ ହାଜର ହୋଇନଥିଲେ । ଏହାପରେ ନଭେମ୍ବର ୧୭ରେ ହାଜର ପାଇଁ ଇଡି ପୁଣିଥରେ ସମନ କରିଥିଲା । ଏହି ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଇଡି ଅଫିସରେ ପହଞ୍ଚିବେ(CM Hemant Soren To Appear Before ED) ବୋଲି ସୂଚନା ଦେଇଛନ୍ତି ।

Last Updated : Nov 17, 2022, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.